Home କୋରାପୁଟ କୋରାପୁଟଠାରୁ ଖଡଗପୁର ପର୍ଯ୍ୟନ୍ତ ନୂତନ ଟ୍ରେନ ଚଳାଚଳ କରିବାକୁ ଦାବି

କୋରାପୁଟଠାରୁ ଖଡଗପୁର ପର୍ଯ୍ୟନ୍ତ ନୂତନ ଟ୍ରେନ ଚଳାଚଳ କରିବାକୁ ଦାବି

77

କୋରାପୁଟ ୧୮-୦୮(ଓଡିଆ ପୁଅ /ରଂଜନ ଦାସ) କୋରାପୁଟଠାରୁ ଭୁବନେଶ୍ୱର ଦେଇ ଖଡଗପୁରକୁ ଏକ ନୂତନ ଟ୍ରେନ ଚଳାଚଳ କରିବାକୁ କୋରାପୁଟ  ଜିଲ୍ଲା ବିକାଶ ପରିଷଦ ତରଫରୁ ଦାବି କରାଯାଇଛି । କେନ୍ଦ୍ର  ରେଳ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବଙ୍କ କୋରାପୁଟ ଗସ୍ତ ୨୦ ତାରିଖରେ ରହିଥିବାରୁ ଜିଲ୍ଲା ବିକାଶ ପରିଷଦର ଏକ ବୈଠକ ଅନଲାଇନ ମାଧ୍ୟମରେ ଆୟୋଜିତ ହୋଇଯାଇଛି ।କୋରାପୁଟ ଜିଲ୍ଲା ସାମଗ୍ରିକ ବିକାଶ ନିମନ୍ତେ ମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ଜଣାପଡିଛି ।ଜଗଦଲପୁରଠାରୁ (ଜୟପୁର,କୋରାପୁଟ,ରାୁୟଗଡା,ଟିଟିଲାଗଡ)ଦେଇ ଦିଲ୍ଲୀ ପର୍ଯ୍ୟନ୍ତ ଏକ ଟ୍ରେନ ପ୍ରଚଳନର ବ୍ୟବସ୍ଥା କରିବା,କୋରାପୁଟଠାରୁ ଭୁବନେଶ୍ୱର ଦେଇ ଖଡଗପୁର ନୂତନ ଟ୍ରେନ ଚଳାଚଳ କରିବାର ବ୍ୟବସ୍ଥା କରିବା,ଜଗଦଲପୁରଠାରୁ ଦୁର୍ଗ ଟ୍ରେନର ପୁନଃ ପ୍ରଚଳନ ସହ ଏହାକୁ ନାଗପୁର ପର୍ଯ୍ୟନ୍ତ ସଂପ୍ରସାରଣ  କରିବା ନିମନ୍ତେ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ପରିଷଦର କୋଷାଧ୍ୟକ୍ଷ ତଥା ପୂର୍ବତଟ ରେଳବାଇ ଡି.ଆର.ୟୁ.ସି.ସିର ସଦସ୍ୟ ଶେଖ ଇବ୍ରାହିମ ପ୍ରକାଶ କରିଛନ୍ତି ।ଉକ୍ତ ବୈଠକରେ ପରିଷଦର ସଭାପତି ଜି.ସଂଜିବ କୁମାର, ପରିଷଦର ବରିଷ୍ଠ କର୍ମକର୍ତା ସୁନୀଲ ବିଶ୍ୱାଲ,ଡ. ଉମା ଶଙ୍କର ପ୍ରସାଦ ପାତ୍ର, ମନୋରଂଜନ ମହାରଣା,ଉମି ଡାନିୟଲ,ଶାହେଦା ପରଓିନ,ଗୋବିନ୍ଦ ବଲ୍ଲଭ ପାଢୀ ଓ କୋରାପୁଟ ଓକିଲ ସଂଘର ସଭାପତି ଅଜିତ କୁମାର ପାତ୍ର ପ୍ରମୁଖ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.