Home Top News ଆଫଗାନିସ୍ତାନର ପଳାତକ ରାଷ୍ଟ୍ରପତି ଆଶରଫ ଘାନି ସପରିବାରେ ୟୁଏଇରେ, ମାନବିକତା ଦୃଷ୍ଟିରୁ ୟୁଏଇ ସରକାର ଦେଲେ...

ଆଫଗାନିସ୍ତାନର ପଳାତକ ରାଷ୍ଟ୍ରପତି ଆଶରଫ ଘାନି ସପରିବାରେ ୟୁଏଇରେ, ମାନବିକତା ଦୃଷ୍ଟିରୁ ୟୁଏଇ ସରକାର ଦେଲେ ଶରଣ

221

ନୂଆଦିଲ୍ଲୀ ୧୮-୮ (ଓଡ଼ିଆ ପୁଅ) ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହେବାକୁ ଯାଉଛି। ବର୍ତ୍ତମାନ ତାଲିବାନ ନିଜ ସରକାର ଗଠନ ଦିଗରେ ଆଗେଇଛି। ତାଲିବାନକୁ ନିଜ ଦେଶ ହସ୍ତାନ୍ତର କରି ଆଫଗାନିସ୍ତାନର ରାଷ୍ଟ୍ରପତି ପଳାୟନ କରିଛନ୍ତି। ବର୍ତ୍ତମାନ ଖବର ଆସିଛି ଯେ ଆଫଗାନିସ୍ତାନ ରାଷ୍ଟ୍ରପତି ଆଶରଫ ଘାନି ଆବୁଧାବିରେ ଅଛନ୍ତି। ୟୁଏଇ ସରକାର ଏହା ନିଶ୍ଚିତ କରିଛନ୍ତି। ଆଶରଫ ଘାନି ଏବଂ ତାଙ୍କ ପରିବାର ସେଠାରେ ଆଶ୍ରୟ ନେଇଛନ୍ତି। ୟୁଏଇ ସରକାର କହିଛନ୍ତି ଯେ ଆଫଗାନିସ୍ତାନ ରାଷ୍ଟ୍ରପତି ଆଶରଫ ଘାନି ଏବଂ ତାଙ୍କ ପରିବାରକୁ “ମାନବିକତା ଦୃଷ୍ଟିରୁ” ଆଶ୍ରୟ ଦିଆଯାଇଛି। ତେବେ ସେ ଯେଉଁଠାରେ ଅବୁଧାବୀରେ ଅଛନ୍ତି, ସେଠାରେ ସୂଚନା ଦିଆଯାଇ ନାହିଁ। ସୂଚନାଯୋଗ୍ୟଯେ, ତାଲିବାନ କବଜା କରିବା ପରେ ଆଶରଫ ଘାନି ଆଫଗାନିସ୍ତାନରୁ ପଳାୟନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.