Home ଜିଲ୍ଲା ପରିକ୍ରମା ରେଳବାଇର ଘରୋଇକରଣ ପ୍ରତିବାଦରେ ଭଦ୍ରକ ରେଳଷ୍ଟେସନ ସମ୍ମୁଖରେ ସିଟୁର ବିକ୍ଷୋଭ

ରେଳବାଇର ଘରୋଇକରଣ ପ୍ରତିବାଦରେ ଭଦ୍ରକ ରେଳଷ୍ଟେସନ ସମ୍ମୁଖରେ ସିଟୁର ବିକ୍ଷୋଭ

93

ଭଦ୍ରକ, ୧୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ରେଳଷ୍ଟେସନ ସମ୍ମୁଖରେ ସିଟୁ ପକ୍ଷରୁ ରେଳବାଇର ଘରୋଇ କରଣକୁ ପ୍ରତିବାଦ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ସିଟୁର ବହୁ ନେତା ଯୋଗଦେଇ ଆମ ଦେଶରେ ୧୬୭ ବର୍ଷ ପୂର୍ବେ ୧୮୫୩ ମସିହାରେ ଗମନାଗମନ ଓ ମାଲ ପରିବହନ ପାଇଁ ସରକାର ରେଳ ଚଳାଚଳ ଆରମ୍ଭ କରିଥିବାବେଳେ ବର୍ତ୍ତମାନ କେନ୍ଦ୍ରର ମୋଦି ସରକାର ରେଳବାଇକୁ କରୋନା ମହାମାରୀ ଭଳି ବିପତ୍ତି ବେଳେ ଅଗଣତାନ୍ତ୍ରିକ ଭାବେ ଅଡିନାନ୍ସ ଜାରି ପୂର୍ବକ ପ୍ରାରମ୍ଭିକ ଭାବେ ୧୨ଟି କ୍ଲଷ୍ଟରର ୧୦୯ ଯୋଡା ଲାଇନ୍‌ରେ ୧୫୧ ଟି ଯାତ୍ରୀବାହୀ ଘରୋଇ ଟ୍ରେନ୍‌କୁ ୩୫ ବର୍ଷ ଚଳାଇବା ପାଇଁ ବହୁ ଘରୋଇ ମାଲିକଙ୍କ ସହ ଚୁକ୍ତି କରିବାର ନିଷ୍ପତ୍ତିକୁ ବିରୋଧ କରିଥିଲେ। ଦେଶରୁ ଏକ ଜାତୀୟ ଶିଳ୍ପ ତାର ସାର୍ବଭୌମତ୍ୱ ହରାଇବ ଓ ରେଳବାଇ ଭଳି ଏକ ଶିଳ୍ପ ଯେଉଁଥିରେ ବହୁ ଯୁବକ-ଯୁବତୀ ନିଯୁକ୍ତି ପାଇବାରୁ ବଂଚିତ ହେବେ ବୋଲି ବକ୍ତାମାନେ କହିବା ସହ ରେଳବାଇ ଭଳି ଏକ ଶିଳ୍ପର ସ୍ୱାଧୀନତା ଓ ସାର୍ବଭୌମତ୍ୱ ରକ୍ଷା କରିବା ଉଦ୍ଦେଶ୍ୟରେ ସମଗ୍ର ଦେଶରେ ଆଜି ସିଟୁ ପକ୍ଷରୁ ଯେଉଁ ପ୍ରତିବାଦ ଦିବସ ପାଳନ କରାଯାଉଛି, ତାହାକୁ ସମସ୍ତେ ସମର୍ଥନ କରିବା ପାଇଁ ଅନୁରୋଧ କରିଥିଲେ। ଆଜିର ଏହି ବିିକ୍ଷୋଭ ପ୍ରଦର୍ଶନ ସ୍ଥଳରେ ସିଟୁ ନେତା ଦିବ୍ୟସିଂହ ନାୟକ, ଚନ୍ଦ୍ରଶେଖର ନାୟକ, ବିଶ୍ୱନାଥ ଓଝା, କାଳନ୍ଦୀ ପାତ୍ର, ରାଧା ଦାସ, ସେକ୍ କମର, ବିନୋଦ ସାହୁ, ଅଭିରାମ ବଳ, ନିରଂଜନ ପାଣିଙ୍କ ଭଳି ଶତାଧିକ ସଦସ୍ୟ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ରେଳବାଇକୁ ଘରୋଇ ମାଲିକଙ୍କୁ ଟେକିଦେବାରୁ ପ୍ରତିବାଦ କରିଥିଲେ। ଏହି ବିକ୍ଷୋଭ କାଳରେ ପ୍ରଭାସ ମହାପାତ୍ର, ସନ୍ତୋଷ ମହାପାତ୍ର ପ୍ରମୁଖ ସରକାର ସେମାନଙ୍କ ଦାବି ନମାନିଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବାର ଆହ୍ୱାନ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.