Home ଜିଲ୍ଲା ପରିକ୍ରମା ଧାମରାରେ ୨୧ଜଣ ଗଞ୍ଜାମ ଶ୍ରମିକଙ୍କୁ ନେଇ ଉତେଜନା, ପ୍ରଶାସନ କ୍ୱାରେଟାଂଇନକୁ ମନା କରୁଥିବା ବେଳେ ମତ୍ସ୍ୟଜିବୀ...

ଧାମରାରେ ୨୧ଜଣ ଗଞ୍ଜାମ ଶ୍ରମିକଙ୍କୁ ନେଇ ଉତେଜନା, ପ୍ରଶାସନ କ୍ୱାରେଟାଂଇନକୁ ମନା କରୁଥିବା ବେଳେ ମତ୍ସ୍ୟଜିବୀ ସଂଘ କରୋନା ସଂକ୍ରମଣକୁ ପତ୍ସୋହନ ଦେଉଥିବା ଅଭିଯୋଗ

88

ଭଦ୍ରକ, ୧୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ରେ ଆଜି ଗଞ୍ଜାମ, ବ୍ରହ୍ମପୁର ଏବଂ ପଲାସାରୁ ଆସି ପହଂଚିଥିବା ୨୧ଜଣ ଶ୍ରମିକଙ୍କୁ ନେଇ ସାଧାରଣରେ ଉତେଜନା ପ୍ରକାଶ ପାଇଛି। ଘଟଣାରୁ ପ୍ରକାଶ ଆଜି ସକାଳ ୯ଟା ସମୟରେ ଧାମରା ମତ୍ସ୍ୟପୋତାଶ୍ରୟ ଅଧିନରେ ଥିବା ମା ଧାମରାଇ ମତ୍ସ୍ୟଜିବୀ ସଂଘ ଗଞାମର ଅଂଚଳରୁ ୨ଟି ବଲୋରୋ ଯୋଗେ ୨୧ଜଣ ମତ୍ସ୍ୟଜିବୀଙ୍କୁ ଧାମରା ଆଣିଥିଲେ। ରାଜ୍ୟ ସରକାର ଗଞାମ ଜିଲ୍ଲାକୁ ହଟସ୍ପଟ ଜିଲ୍ଲା ଭାବରେ ଘୋଷଣା କରିବା ସହ ଏହି ଜିଲ୍ଲାରୁ କୌଣସି ସାଧାରଣ ଲୋକଙ୍କୁ ବାହାର ଜିଲ୍ଲାକୁ ପ୍ରବେଶ ଅନୁମତି ଦେଉ ନଥିବା ବେଳେ କେଉଁ ପରିସ୍ଥିତିରେ ୨୧ଜଣ ଗଞ୍ଜାମ ଜିଲ୍ଲା ବାସୀଙ୍କୁ ଧାମରା ଅଣାଯାଇ ସେମାନଙ୍କୁ ସାଧାରଣ ଲୋକଙ୍କ ସ୍ଥାନରେ ଚଳପ୍ରଚଳ ହେବାକୁ ଅନୁମତି ଦିଆଯାଇଥିଲା ତାହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇପଡିଛି।ଏହି ଶ୍ରମିକ ମାନେ ଧାମରାରେ ପହଂଚିଥିବା ବେଳେ ମତ୍ସ୍ୟପୋତଶ୍ରୟ ଗେଟରେ ସେମାନଙ୍କୁ କର୍ତୁପକ୍ଷ ପ୍ରବେଶ ପାଇଁ ଅନୁମତି ଦେଇ ନଥିଲେ ଫଳରେ ସେମାନେ ମଧ୍ୟରୁ କିଛି ଶ୍ରମିକ ଧାମରା ବଜାର ମଧ୍ୟରେ ଇତସ୍ଥତ ଭାବରେ ବୁଲୁଥିବା ବେଳେ ଅନ୍ୟ ଶ୍ରମିକ ନଜରକୁ ଆସିଥିଲା। କେଉଁ ପରିସ୍ଥିତିରେ ସେମାନେ ଆସି ଧାମରା ପହଂଚିଲେ ବୋଲି ସ୍ଥାନୀୟ ବାସୀ ପଚାରିଥିଲେ। ସେମାନଙ୍କୁ ମତ୍ସ୍ୟଜିବୀ ସଂଘର ସଂପାଦକ ସୁଦର୍ଶନ ଲେଙ୍କା ଆଣିଥିବା କଥା ସେମାନେ ମତ ରଖିଥିଲେ, କିପରି ସେମାନେ ନିଜ ଜିଲ୍ଲା ଛାଡି ଆସିଲେ, ପ୍ରସଙ୍ଗରେ ସେମାନଙ୍କୁ ଅଧିକ ଦରମା ଦିଆଯିବ ବୋଲି କହିବା ସହ ୨ଟି ଗାଡି ଧାମରାରୁ ଯାଇ ସେମାନଙ୍କୁ ଆଣିଛି ବୋଲି ପ୍ରକାଶ କରିଥିଲେ। ପରେ ଏ ନେଇ ସ୍ଥାନୀୟ ଅଧିବାସୀ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା ଏବଂ ଏି ଶ୍ରମିକ ମାନଙ୍କୁ ବହୁ ସମୟ ରାଜରାସ୍ତା ଉପରେ ଅପେକ୍ଷା କରିବାକୁ ପଡିଥିଲା। ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୁତାରଙ୍କ ସହ ଯୋଗାଯୋଗ କରିବାରୁ ସେ ଏ ବିଷୟରେ ଭଦ୍ରକ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି ବୋଲି କହିଥିଲେ। ପରେ ଏ ନେଇ ଧାମରା ମେରାଇନ ଥାନାଧିକାରୀ ତୁସୀଲ ମାଝୀ ନିଜର ମତ ରଖି କହିଥିଲେ ମୁଁ ସେହି ଶ୍ରମିକ ମାନଙ୍କୁ ଗଞାମ ଫେରିଯିବା ପାଇଁ କହିଛି ସେମାନେ ଫେରିଯିବା ଜରୁରୀ। ମାତ୍ର ପ୍ରଶାସନ ଏହି ମତ ରଖିଥିବା ବେଳେ ଦୀର୍ଘ ସମୟ ପରେ ମତ୍ସ୍ୟଜିବୀ ସଂଘର କର୍ମକର୍ତା ମାନେ ଘଟଣାସ୍ଥଳରେ ପହଂଚି ସେମାନଙ୍କୁ ଏକ ପିକଅପ ଯୋଗେ ବାଂଶଡା ଥାନା ଅଧିନସ୍ଥ କରଞମାଳ ପଂଚାୟତର ବଇଁଚା ଠାରେ ରଖିଥିବା ଏକ ସମର୍ଥିତସୂତ୍ରରୁ ସୂଚନା ମିଳିଛି। ଏହି କଥାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଆସିଥିବା ୨୧ଜଣ ଶ୍ରମିକଙ୍କର କରୋନା ପରୀକ୍ଷା ହେବା ଜରୁରୀ ଏବଂ କୌଣସି ପରିସ୍ଥିତିରେ ଏମାନଙ୍କ ଠାରୁ କରୋନ ରୋଗର ଲକ୍ଷଣ ପ୍ରକାଶ ପାଇଲେ କିମ୍ବା ଏମାନଙ୍କ ଠାରୁ କରୋନାର ଭୂତାଣୁ ଅନ୍ୟ କାହାରିଙ୍କୁ ସଂକ୍ରମିତ ହେଲେ ମତ୍ସ୍ୟଜିବୀ ସଂଘ ଦାୟୀ ରହିବା ସହ ସମସ୍ତ ଖର୍ଚ ସଂଘ ବହନ କରିବା ଜରୁରୀ ବୋଲି ସ୍ଥାନୀୟ ବୁଦ୍ଧିଜିବୀ ମତପୋଷଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.