Home ଜିଲ୍ଲା ପରିକ୍ରମା ଗବସାହି ବଜରଂଗ କମିଟି ପକ୍ଷରୁ ମନୋରଂଜନଙ୍କ ଶ୍ରଦ୍ଧାଞ୍ଜଳି ସଭା

ଗବସାହି ବଜରଂଗ କମିଟି ପକ୍ଷରୁ ମନୋରଂଜନଙ୍କ ଶ୍ରଦ୍ଧାଞ୍ଜଳି ସଭା

66

ଭଦ୍ରକ, ୧୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକା ଅନ୍ତର୍ଗତ ୭ ନଂ ୱାର୍ଡର ଗବସାହିର ଉଦୀୟମାନ ଯୁବ ସମାଜସେବୀ, ସ୍ଥାନୀୟ ହନୁମାନ ମନ୍ଦିର ପ୍ରତିଷ୍ଠାର ଜଣେ ଆଗଧାଡିର କର୍ମୀ ତଥା ଗବସାହି ବଜରଂଗ କମିଟିର ଯୁବ ସଦସ୍ୟ ସ୍ୱର୍ଗତ ମନୋରଞ୍ଜନ ଜେନାଙ୍କ ଅକାଳ ବିୟୋଗରେ କମିଟି ପକ୍ଷରୁ ତାଙ୍କ ଏକାଦଶାହରେ ସ୍ଥାନୀୟ ଅନୁମାନ ମନ୍ଦିର ଠାରେ ଏକ ଶୋକସଭା କରାଯାଇ ଦିବଂଗତ ଆତ୍ମାପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସ୍ୱର୍ଗତ ଜେନାଙ୍କୁ ଫଟୋଚିତ୍ରରେ ପୁଷ୍ପାର୍ପଣ କରାଯାଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ନୀରବ ପ୍ରାର୍ଥନା କରାଯାଇଥିଲା। ତାଙ୍କ ଅକାଳ ମୃତ୍ୟୁ ବଜରଂଗ କମିଟିର କେବଳ ଅପୂରଣୀୟ କ୍ଷତି ଘଟାଇନାହିଁ, ବରଂ ସମଗ୍ର ଗବସାହି ଅଞ୍ଚଳର ଜଣେ ଉଦୀୟମାନ ସାହସୀ ଯୁବପ୍ରାଣର ଅନ୍ତ ଘଟାଇଲା। ତାଙ୍କର ନିଃସ୍ୱାର୍ଥ ପରୋପକାର ତାଙ୍କ ସ୍ମୃତିକୁ ସମସ୍ତଙ୍କ ହୃଦୟରେ ଚିର ଦିନ ପାଇଁ ଉଜ୍ଜୀବିତ କରି ରଖିବ ବୋଲି ସଭାରେ ମତ ପ୍ରକାଶ ପାଇଥିଲା। କରୋନା କଟକଣା ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା କରି ଗ୍ରାମବାସୀ, ବୁଦ୍ଧିଜୀବୀ ତାଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.