Home ଜିଲ୍ଲା ପରିକ୍ରମା ଅନ୍ନପୂର୍ଣ୍ଣା ରଙ୍ଗମଂଚରେ ନାଟକ ରଙ୍ଗବଦଳେ

ଅନ୍ନପୂର୍ଣ୍ଣା ରଙ୍ଗମଂଚରେ ନାଟକ ରଙ୍ଗବଦଳେ

94

ପୁରୀ, ୨୭/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ବର୍ତମାନ ସମାଜରେ ଲୋକମାନେ କେତେ ପ୍ରକାରର ରଙ୍ଗ ବଦଳାଉଛନ୍ତି କିଏ ନିଜର ସ୍ୱାର୍ଥ ପାଇଁ ତ ଅନ୍ୟ କେହି ନିଜର ପରିବାର ପାଇଁ। କିଏ ନିଜ ସହିତ ଅନ୍ୟ ମାନଙ୍କୁ ସାଥିରେ ନେଇ ସ୍ୱାର୍ଥ ସଂପାଦନ ପାଇଁ ରଙ୍ଗ ବଦଳାଇଥାଏ। ଲୋକମାନେ ବିଭିନ୍ନ ପ୍ରକାର ଉପାୟରେ କାର୍ଯ୍ୟସଂପାଦନ କରିବାକୁ ନିଜର ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହି ବିଷୟ ବସ୍ତୁ କୁ ନେଇ ଅନ୍ନପୂର୍ଣ୍ଣା ରଙ୍ଗମଂଚରେ ରଙ୍ଗ ବଦଳେ ନାଟକ ମଂଚସ୍ଥ ହୋଇଥିଲା। ନାଟକକୁ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଉଦଘାଟନ କରିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ ଦାସ ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଉତ୍ସବକୁ ଅନୁଷ୍ଠାନ ର ସଂଗଠନ ସଂପାଦକ ପ୍ରସନ୍ନ ମିଶ୍ର କାର୍ଯ୍ୟକାରୀ ଅଧ୍ୟକ୍ଷ ଚକ୍ରଧର ମହାପାତ୍ର ଓ କୋଷାଧକ୍ଷ ଗୋବିନ୍ଦ ଚନ୍ଦ୍ର ମହାନ୍ତି ପରିଚାଳନା କରିଥିଲେ। ନାଟକ ଟିରେ ଲକ୍ଷ୍ମୀଧର ମଲ୍ଲିକ ଲକ୍ଷ୍ମୀପ୍ରିୟା ମିଶ୍ର ମନୋରମା ମହାନ୍ତି ରାନୀ ମଲ୍ଲିକ କାହ୍ନୁଚରଣ ଦାସ ନିରଞ୍ଜନ ସାମନ୍ତ ରାୟ ବିକାଶ ଦତ ସ୍ନେହଲତା ସାମଲ ରାମକୃଷ୍ଣ ମହାପାତ୍ର ବିରଂଚି ଜଗଦେବ ଅହଲ୍ୟା ପଟ୍ଟନାୟକ ରୂପଲତା ମହାନ୍ତି କାମେଶ୍ୱର ମିଶ୍ର ଓ ସ୍ୱପ୍ନା ମହାନ୍ତି ପ୍ରମୁଖ ଅଭିନୟ କରିଥିଲେ। ବର୍ତମାନ ସମାଜରେ ଚାଲିଥିବା ଘଟଣାକୁ ନେଇ ଏହି ନାଟକଟି ବେଶ ହୃଦୟସ୍ପର୍ଶୀ ହୋଇପାରିଥିଲା। କଳାକାର ମାନଙ୍କର ଅଭିନୟ ଦର୍ଶକ ମାନଙ୍କୁ ବିମୁଗ୍ଦ କରିପାରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.