Home ଓଡ଼ିଶା ପୁଣି ଜୋର୍ ଧରିଲା ବ୍ରହ୍ମପୁରରେ ବିମାନ ବନ୍ଦର ପ୍ରତିଷ୍ଠା ଦାବୀ ..

ପୁଣି ଜୋର୍ ଧରିଲା ବ୍ରହ୍ମପୁରରେ ବିମାନ ବନ୍ଦର ପ୍ରତିଷ୍ଠା ଦାବୀ ..

90

ବ୍ରହ୍ମପୁର: ବ୍ରହ୍ମପୁରରେ ବିମାନ ବନ୍ଦର ପ୍ରତିଷ୍ଠା ଦାବୀରେ ସଚେତନତା କାର୍ଯ୍ୟକ୍ରମ କରିଛି ଓଡ଼ିଶା ଡେଭ୍ଲପମେଣ୍ଟ ଫୋରମ। ବିଗତ ଦିନରେ ଓଡ଼ିଶା ଡେଭ୍ଲପମେଣ୍ଟ ଫୋରମ ସମେତ ଶତାଧିକ ସାମାଜିକ ସଙ୍ଗଠନ ମିଳିତ ଆନୂକୁଲ୍ୟରେ ବ୍ରହ୍ମପୁର ଠାରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଆନ୍ଦୋଳନ ତଥା ଦାବିପତ୍ର ଏବଂ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ଓ ପ୍ରସାଶନ ନିକଟରେ ଦାବି ଜଣାଇ ଆସୁଛି। କିନ୍ତୁ ୨ ଦିନ ତଳେ ରଜ୍ୟ ପରିବହନ ମନ୍ତ୍ରୀଙ୍କ ମନ୍ତବ୍ଯ ସମସ୍ତଙ୍କୁ ଆଚମ୍ବିତ ଓ ନିରାଶ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁରରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ବାରମ୍ବାର ଲଲିପପ ଦେଉଛନ୍ତି କାହିଁକି ବୋଲି ପ୍ରଶ୍ନ କରିଛି ଓଡ଼ିଶା ଡେଭ୍ଲପମେଣ୍ଟ ଫୋରମ। ୨୦୧୬ରେ ରଙ୍ଗେଇଲୁଣ୍ଡାରେ ମୁଖ୍ୟମନ୍ତ୍ରୀ ଭୂମିପୂଜନ କରିଥିଲେ। କିନ୍ତୁ ଆଦି ପର୍ବରେ ଗୋଟେ ପଥର ପକାଯାଇନି। ନବୀନ ପଟ୍ଟନାୟକ ମହୋଦୟ ଯେଉଁଠାରୁ ଆଶୀର୍ବାଦ ପାଇ ମୁଖ୍ୟମନ୍ତ୍ରୀ ହୋଇଛନ୍ତି, ଏବେ ସେହି ସରଳ ଲୋକଙ୍କୁ ମିଛ କହିବା ବେଳେ ଲଜ୍ଜା ଲାଗିବା କଥା। ସେ ଭୁଲି ଗଲେ କି ୧୨ ବର୍ଷ ତଳେ ଏହି ଚେଷ୍ଟା ହୋଇସାରିଛି। ଭୁବନେଶ୍ୱରକୁ ସଂଯୋଗ ନାଁ’ରେ କିଛି ଦିନ ବିମାନ ଚାଲିଥିଲା ଓ ତାହା ସୁପର ଫ୍ଲପ ରହିଲା। କାରଣ ଯେଉଁଠାରେ ଏହି ଅଞ୍ଚଳର ଲକ୍ଷ ଲକ୍ଷ ପ୍ରବାସୀ ରହୁଛନ୍ତି ସେହି ସହର ସହ ବ୍ରହ୍ମପୁରରୁ ପ୍ରତିଦିନିଆ ବିମାନ ସେବା ଦରକାର, ଭୁବନେଶ୍ଵର ଓ ବିଶାଖାପାଟଣାକୁ ନୁହଁ ବୋଲି ଓଡ଼ିଶା ଡେଭ୍ଲପମେଣ୍ଟ ଫୋରମ ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ଗତ ୨୫ ବର୍ଷରେ ଏହି ଜିଲ୍ଲାରୁ ୬ ଥର ନିର୍ବାଚିତ ହୋଇ ଯେଉଁ ପରି ଠକିବାକୁ ବାରମ୍ବାର ଚେଷ୍ଟା କରୁଛନ୍ତି ତାହା ଦୁର୍ଭାଗ୍ୟଜନକ। ମୂଖ୍ଯମନ୍ତ୍ରୀ ଆଜି ଆଉ ଏକ ଧୂଆଁ ବାଣ ମାରି ଯଦି ଭାବୁଛନ୍ତି ଗଞ୍ଜାମ ଲୋକଙ୍କୁ ପୁଣି ମୂର୍ଖ ବନାଇଦେବେ, ତେବେ ସେ ଭୁଲ୍ ଭାବୁଛନ୍ତି। ଆଜି ଆଉ ଥରେ ଓଡ଼ିଶା ଡେଭ୍ଲପମେଣ୍ଟ ଫୋରମ ଓ ଗଞ୍ଜାମ ଜିଲ୍ଲାର ୧୦୦ ରୁ ଅଧିକ ସଙ୍ଗଠନ ପୁଣି ଶପଥ ନେଉଛୁ ଯେ ଯେଉଁ ପର୍ଯ୍ୟନ୍ତ ବ୍ରହ୍ମପୁରରେ ସବୁଦିନିଆ ଗ୍ରୀନଫିଲ୍ଡ଼ ଡୋମେଷ୍ଟିକ ଏବଂ କାର୍ଗୋ ବିମାନ ବନ୍ଦର ପ୍ରତିଷ୍ଠା ନହୋଇଛି ଓ ବାଙ୍ଗାଲୋର, ହାଇଦ୍ରାବାଦ, ମୁମ୍ବାଇ, କଲିକତା, ପୁଣେ, ସୁରତ, ଦିଲ୍ଲୀ ପ୍ରଭୂତି ବଡ଼ ସହର ସହ ବିମାନ ସେବା ଆରମ୍ଭ ନହୋଇଛି ସେହି ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି। ଓଡ଼ିଶା ଡେଭଲପମେଣ୍ଟ ଫରୋମ ଏବଂ ଅନ୍ଯାନ୍ଯ ସଂଗଠନ ମିଶି ବ୍ରହ୍ମପୁର ବଡ଼ ଠାକୁରାଣୀଙ୍କ ନିକଟରୁ ଆଶୀର୍ବାଦ ନେଇ ଘରକୁ ଘର ବୁଲି ଜନ ସଚେତନ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଯେତେଦିନ ପର୍ଯ୍ୟନ୍ତ ସରକାର ଆମର ଦାବି ଗ୍ରୀନଫିଲ୍ଡ଼ ଡୋମେଷ୍ଟିକ ଏବଂ କାର୍ଗୋ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ସରକାରୀ ସ୍ତରରେ ପ୍ରୟାସ ଆରମ୍ଭ କରିନାହାନ୍ତି ସେତେଦିନ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରଖିବା ପାଇଁ ଫୋରମ ଚେତାବନୀ ଦେଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଡେଭଲପମେଣ୍ଟ ଫରୋମର ଉପସଭାନେତ୍ରୀ ବବିତା ପାତ୍ର ,ଲକ୍ଷ୍ମୀନାରାୟଣ ପାଢ଼ୀ, ସୌମେଶ୍ବର ରାଓ, ମଧୂସୁଦନ ସାହୁ, ବାଳକୃଷ୍ଣ ସାମନ୍ତରାୟ, ଏଲ. ସୁର୍ଯ୍ୟନାରାୟଣ, ପ୍ରିତୀଷ ପାଣିଗ୍ରାହୀ, ଗୁପ୍ତେଶ୍ଵର ଷଡ଼ଙ୍ଗୀଙ୍କ ସମେତ ବହୁ ସଂଖ୍ୟକ ସାମାଜିକ କାର୍ଯ୍ଯକର୍ତ୍ତା ଉପସ୍ଥିତ ଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.