Home କେନ୍ଦୁଝର ରିଲିଫକୁ ନେଇ ଅଁରା ଗାଁରେ ଉତ୍ତେଜନା

ରିଲିଫକୁ ନେଇ ଅଁରା ଗାଁରେ ଉତ୍ତେଜନା

46

ହାଟଡିହି- ୨୮ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଅଁରା ଗାଁରେ ବାତ୍ୟା ରିଲିଫ ବଣ୍ଟନକୁ ନେଇ ଉତ୍ତେଜନା ଦେଖା ଦେଇଛି । ଗାଁ ଲୋକଙ୍କ ଅଭିଯୋଗ ଯେ ଉକ୍ତ ପଞ୍ଚାୟତକୁ ବାତ୍ୟା ପାଇଁ ରିଲିଫ ଆସିଥିବାବେଳେ ପଞ୍ଚାୟତର ସରପଞ୍ଚ ଓ ପିଇଓ ଏହାକୁ ହଡପ କରିନେଇଛନ୍ତି । କିଛି ଲୋକଙ୍କୁ ଦେଇଥିବାବେଳେ ଅନ୍ୟ ଲୋକଙ୍କୁ ଦେଇ ନାହାନ୍ତି । ଯାହାକୁ ନେଇ ଗାଁରେ ଅସନ୍ତୋଷ ଦେଖା ଦେଇଛି । ପଞ୍ଚାୟତରେ ଅନେକ ଲୋକ ଚାଳଛପର ଘରେ ବସବାସ କରୁଥିବାବେଳେ କାହିଁକି ସେମାନଙ୍କୁ ଦିଆକଲା ନାହିଁ ବୋଲି ଗାଁ ଲୋକେ ପ୍ରଶ୍ନ କରିଛନ୍ତି । ଏନେଇ ସେମାନେ ସରପଞ୍ଚଙ୍କୁ ଘେରି ଯୁକ୍ତ ତର୍କର୍ କରିବା ସହିତ ଏହାର ତଦନ୍ତ ଦାବି କରିଛନ୍ତି । ଏ ସମ୍ପର୍କରେ ପଞ୍ଚାୟତର ପିଇଓ ରମେଶ ଚନ୍ଦ୍ର ମାଝୀଙ୍କୁ ପଚାରିବାରେ ସେ ଏହାକୁ ଅସ୍ୱୀକାର କରିବା ସହିତ ବାତ୍ୟା ପାଇଁ କୌଣସି ପଞ୍ଚାୟତକୁ ରିଲିଫ ଆସିନାହିଁ । ବାତ୍ୟା ପାଇଁ ପଞ୍ଚାୟତର ୪୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କୁ ଦିନରେ ଚୁଡା, ଗୁଡ, କ୍ୟାଣ୍ଡଲ ଦିଆଯାଇ ଥିବାବେଳେ ରାତିରେ ରନ୍ଧାଖାଦ୍ୟ ଦିଆଯାଇଥିଲା । କିନ୍ତୁ କିଛି ଲୋକ ଏହାକୁ ରିଲିଫ ଭାବି ଆମକୁ କାହିଁକି ରିଲିଫ ଦେଲନାହିଁ ବୋଲି କହି ଝଗଡା କରୁଛନ୍ତି । ଆମେ କଣ ବା କରିବୁ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.