Home କେନ୍ଦୁଝର ଅପହଞ୍ଚ ଅଞ୍ଚଳରେ ଚିକିତ୍ସା ଶିବିର

ଅପହଞ୍ଚ ଅଞ୍ଚଳରେ ଚିକିତ୍ସା ଶିବିର

17

ହାଟଡିହି- ୨୮ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ)ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ହଦଗଡ ପଞ୍ଚାୟତର ଅପହଞ୍ଚ ଇଲାକା ଭାବେ ପରିଚିତ ପିତାନାଉ ଗ୍ରାମରେ ଏକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୪୭ଜଣଙ୍କର ରକ୍ତ ପରୀକ୍ଷା ଓ ୩୫ଜଣଙ୍କର ରାପିଡ ଆଣ୍ଟିଜେନ ଟେଷ୍ଟ କରାଯାଇ ସମସ୍ତଙ୍କୁ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ଆଶା, ଅଙ୍ଗନବାଡି ଓ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ଘରଘର ବୁଲି ଜ୍ୱର, ଥଣ୍ଡା, କାଶ ଆଦି ରୋଗର ସର୍ଭେ କରାଯାଇଥିଲା । ଏହି ଆଦିବାସୀ ଅଧ୍ୟୁଷିତ ଅପହଞ୍ଚ ଅଞ୍ଚଳରେ କରୋନା ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ଏହି ଶିିରର ଲକ୍ଷ ଥିଲା ବୋଲି ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡାକ୍ତର ପ୍ରଭାତ ନାୟକ ପ୍ରକାଶ କରିଥିଲେ । ଏହି ଶିବିରରେ ଏଲ.ଟି ମକୁନ୍ଦ ବଳ, ମେଲେରିଆ ସୁପରଭାଇଜର ମାନସ କୁମାର ସାହୁ, ଏଣ୍ଟୋଓମାଲୋଜିଷ୍ଟ ସ୍ମୃତି ରଞ୍ଜନ ପୁହାଣ, ଫାର୍ମାସିଷ୍ଟ ସୁଚିସ୍ମୀତା ବେହେରା, ସ୍ୱାସ୍ଥ୍ୟକର୍ମୀ ଚିନ୍ମୟୀ ପରିଡା, ଦେବବ୍ରତ ସାମଲ, ଚଗୁଲୁ ମୁଖୀ ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.