Home ଜାତୀୟ ରିମାଣ୍ଡରେ ଗଲେ ପି ଚିଦାମ୍ବରମ

ରିମାଣ୍ଡରେ ଗଲେ ପି ଚିଦାମ୍ବରମ

138

ନୂଆଦିଲ୍ଲୀ,୨୩/୦୮(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ସିବିଆଇ ରିମାଣ୍ଡରେ ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ପି. ଚିଦାମ୍ବରମ୍‌ । ରିମାଣ୍ଡରେ ନେଇଥିବା ଚିଦାମ୍ବରମ୍‌ଙ୍କୁ ପଚରାଉଚରା କରୁଛି ସିବିଆଇ । ଚିଦାମ୍ବରମ୍‌ଙ୍କୁ ତିନିଟି ପର୍ଯ୍ୟାୟରେ ପଚରାଉରା କରାଯିବ ।

ପ୍ରଥମ ପର୍ଯ୍ୟାୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଯାଞ୍ଚ ବେଳେ ସାମ୍ନାକୁ ଆସିଥିବା ଅଭିଯୁକ୍ତ, ସାକ୍ଷୀ ଓ ପ୍ରମାଣ ଆଧାରରେ ପଚରାଉଚରା ହେବ । ଦ୍ୱିତୀୟ ପର୍ଯ୍ୟାୟରେ ଦସ୍ତାବିଜ୍‌ ଦେଖାଯାଇ ଚିଦାମ୍ବରମ୍‌ଙ୍କୁ ପ୍ରଶ୍ନ କରାଯିବ । ସେହିପରି ତୃତୀୟ ପର୍ଯ୍ୟାୟରେ ଆବଶ୍ୟକ ହେଲେ କିଛି ଲୋକଙ୍କୁ ଚିଦାମ୍ବରମ୍‌ଙ୍କ ସହ ସମ୍ନାସାମ୍ନି ଜେରା କରାଯାଇପାରେ ।

ଗତକାଲି ରାତିରେ ମଧ୍ୟ ସିବିଆଇ ଚିଦାମ୍ବରମ୍‌ଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି ।।FIPB ଆପ୍ରୁଭାଲ ଓ INXମିଡିଆ ସହ ଜଡ଼ିତ କିଛି ପ୍ରଶ୍ନ କରିଥିଲା ସିବିଆଇ । ପ୍ରଶ୍ନ କରିବା ପରେ ଚିଦାମ୍ବରମ୍‌ଙ୍କୁ ଡିନର ଦିଆଯାଇଥିଲା । ଘରୁ ତାଙ୍କ ପାଇଁ ଆସିଥିବା ଡିନର ଖାଇଥିଲେ ଚିଦାମ୍ବରମ୍‌ ।

ଗତକାଲି କୋର୍ଟ ଚିଦାମ୍ବରମ୍‌କୁ କୋର୍ଟରେ ହାଜର କରିବା ପରେ ରିମାଣ୍ଡ ଆବେଦନ କରିଥିଲା ସିବିଆଇ । ଏହାକୁ ବିରୋଧ କରିଥିଲେ ଚିଦାମ୍ବରମ୍‌ଙ୍କ ଓକିଲ କପିଲ ସିବଲ ଓ ଅଭିଷେକ ମନୁ ସିଂଘଭି । ଶୁଣାଣି ପରେ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.