Home ଓଡ଼ିଶା ପୁରୀ ପାଇଁ ବଡ଼ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ ପାଇଁ ବଡ଼ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

692

ପୁରୀ,୨୩/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଆଜି ପୁରୀକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ସହରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୫ ଶହ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

କ’ଣ ରହିଛି ଏହି ପ୍ୟାକେଜରେ

-୫ ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

-ପୁରୀରେ ରାଜ୍ୟର ପ୍ରଥମ ଶ୍ରୀ ସେତୁ ନିର୍ମାନ କରାଯିବ

-ଶ୍ରୀସେତୁ ପାଇଁ ୧୯୦ କୋଟି ଟଙ୍କା ଖର୍ଚ୍ଚ ହେବ

-ଜଗନ୍ନାଥ ବଲ୍ଲଭ ମଠର ବିକାଶ ହେବ

-୧୦ ହଜାର ଲୋକଙ୍କ ପାଇଁ ଧ୍ୟାନ କେନ୍ଦ୍ର କରାଯିବ

-ଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ଦୋକାନ ବଜାର ବ୍ୟବସ୍ଥା ହେବ

-ଜଗନ୍ନାଥ ବଲ୍ଲଭ ମଠର ବିକାଶ ପାଇଁ ୧୮୦ କୋଟି ଖର୍ଚ୍ଚ ହେବ

-ମୂଷା ନଦୀର ବିକାଶ କରାଯିବ

-ମୂଷା ନଦୀକୁ ମଙ୍ଗଳା ନଦୀ ସହିତ ସଂଯୋଗ କରାଯିବ

-ମୂଷା ନଦୀର ପରିବେଶରେ ଉନ୍ନତି ଅଣାଯିବ

-ରିଭର ଫ୍ରଣ୍ଟ ଟୁରିଜିମ୍‌ର ବିକାଶ କରାଯିବ

-ମୂଷା ନଦୀର ବିକାଶ ପାଇଁ ୮୫ କୋଟି ଟଙ୍କା ଖର୍ଚ୍ଚ ହେବ

-ଅଠରନଳାର ସୌନ୍ଦର୍ଯ୍ୟକରଣ ଓ ଆଲୋକୀକରଣ କରାଯିବ

-ଅଠରନଳା ପାଇଁ ୫ କୋଟି ଟଙ୍କା ଖର୍ଚ୍ଚ ହେବ

-ପୁରୀଠାରେ ୨୮ ଏକର ଜମିରେ ଏକ ହ୍ରଜର ବିକାଶ କରାଯିବ

-ହ୍ରଦର ବିକାଶ ପାଇଁ ଖର୍ଚ୍ଚ ହେବ ୩୫ କୋଟି ଟଙ୍କା

-ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରେ ଆସୁଥିବା ମଠ ଗୁଡ଼ିକ ସ୍ଥାନାନ୍ତର ହେବ

-ମଠ ଗୁଡ଼ିକୁ ଅବଡ଼ା ଯୋଜନାରେ ସରକାର ସରକାର ସହଯୋଗ ଯୋଗାଇବେ

-ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରେ ଆସୁଥିବା ଦୋକାନ ଓ ଘର ସ୍ଥାନାନ୍ତର ହେବ

-ଦୋକାନା ଓ ଘର ଯୋଗାଇ ଦେବା ସହ ଥଇଥାନ ପ୍ୟାକେଜ୍‌ କାର୍ଯ୍ୟକାରୀ ହେବ

-ପୁରୀରେ ଥିବା ପୁଷ୍କରଣୀ ଗୁଡ଼ିକର ପୁନରୁଦ୍ଧାର କରାଯିବ

-ଐତିହସ୍ଥଳ ଗୁଡ଼ିକର ସଂରକ୍ଷଣ କରାଯିବ

-୨ ବର୍ଷ ମଧ୍ୟରେ ସବୁ କାମ ଶେଷ କରାଯିବ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.