Home ଅନୁଗୁଳ ରାହୁଲଙ୍କୁ ଇଡିର ଜେରା ବିରୁଦ୍ଧରେ ତାଳଚେର କଂଗ୍ରେସର ଧାରଣା ଓ ପ୍ରତିବାଦ ସଭା

ରାହୁଲଙ୍କୁ ଇଡିର ଜେରା ବିରୁଦ୍ଧରେ ତାଳଚେର କଂଗ୍ରେସର ଧାରଣା ଓ ପ୍ରତିବାଦ ସଭା

34

ତାଳଚେର, ୨୦/୬ (ଓଡ଼ିଆ ପୁଅ/ଅଜିତ ବେହେରା) : କଂଗ୍ରେସର ପୂର୍ବତନ ସଭାପତି ରାହୁଲ୍ ଗାନ୍ଧୀଙ୍କ ବିରୁଦ୍ଧରେ କେନ୍ଦ୍ର ସରକାରଙ୍କ ଆକ୍ରୋଶମୂଳକ ରାଜନୀତି ନେଇ ଇଡିର ବାରମ୍ବାର ଜେରା ସହିତ ଏ.ଆଇ.ସି.ସି. କାର୍ଯ୍ୟାଳୟରେ ଦିଲ୍ଲୀ ପୋଲିସ୍‌ର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆଜି ତାଳଚେର କଂଗ୍ରେସ ତରଫରୁ ହାଟତୋଟା ସ୍ଥିତ ପୋଷ୍ଟ ଅଫିସ୍ ସମ୍ମୁଖରେ ଧାରଣା ଦେବା ସହିତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ବ୍ଲକ କଂଗ୍ରେସ୍ ସଭାପତି ଜ୍ଞାନରଂଜନ ପାଣି ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରତିବାଦ ସଭାରେ ବରିଷ୍ଠ କଂଗ୍ରେସ୍ ନେତା ଶରତ ଚନ୍ଦ୍ର ପ୍ରଧାନ, ପୂର୍ବତନ ନଗରପାଳ କେଶବ ଭୂତିଆ, ପୂର୍ବତନ ବ୍ଲକ ସଭାପତି ହାଡିବନ୍ଧୁ ବିଶ୍ୱାଳ, ଜିଲ୍ଲା କୃଷକ କଂଗ୍ରେସ ସଭାପତି ଦାସରଥି ସାହୁ, ରାଜ୍ୟ ଯୁବ କଂଗ୍ରେସ ସଂପାଦକ ଜିନେସ୍ ସାହୁ, ଜିଲ୍ଲା କଂଗ୍ରେସ ଉପସଭାପତି ବିରଂଚି ଧର, ଟାଉନ୍ କଂଗ୍ରେସ୍ କାର୍ଯ୍ୟକାରୀ ସଭାପତି ମହମଦ୍ ଜାବିର, ପୂର୍ବତନ ଜିଲ୍ଲା ପରିଷଦ ରାଜକିଶୋର ସାହୁ, ରୋହିତ ସେଠୀ, ଗୌତମ ବେହେରା, ସେବାଦଳର ଜିଲ୍ଲା ଅଧ୍ୟକ୍ଷ ସୌମ୍ୟ ସଂଜୀବ ମିଶ୍ର, ବଜରଙ୍ଗ ଅଗ୍ରୱାଲା, ପବିତ୍ର ନାଏକ, ବୀରବର ସାହୁ, ପ୍ରଫୁଲ ନାଏକ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାର ବିରୋଧରେ ବକ୍ତବ୍ୟ ଦେଇଥିଲେ। ଯଦି କେନ୍ଦ୍ର ସରକାର ପ୍ରତିଶେଧ ମୂଳକ ରାଜନୀତିରୁ କ୍ଷାନ୍ତ ନରୁହନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି କଂଗ୍ରେସ୍ ପକ୍ଷରୁ ଚେତାବନୀ ଦିଆଯାଇଛି। ଶେଷରେ ସେବା ଦଳର ସଂଜୀବ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.