Home ଜଗତସିଂହପୁର ରାହାମା ଆର.ଏମ୍‌.ସି. ଅଫିସ କିରାଣୀଙ୍କ ମର୍ଜିରେ ଚାଲିଛି

ରାହାମା ଆର.ଏମ୍‌.ସି. ଅଫିସ କିରାଣୀଙ୍କ ମର୍ଜିରେ ଚାଲିଛି

262

ଜଗତସିଂହପୁର ୩/୦୧ (ଓଡିଆ ପୁଅ/ ନୃସିଂହ ଚରଣ ବାରିକ)– କୁଜଙ୍ଗ ବ୍ଲକର ରାହାମା ନିୟନ୍ତ୍ରିତ ବଜାର କମିଟି ବହୁ ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିବା ଲକ୍ଷ୍ୟ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ପାରାଦୀପ ଏଠାରେ ଅଧ୍ୟକ୍ଷ ଦାୟୀତ୍ୱରେ ଥିବା ବେଳେ ବନ୍ଦରର ପୂର୍ବତନ ଟ୍ରଷ୍ଟି ତଥା ଶ୍ରମିକନେତା ଇଂ ସୁଧାକର ମନ୍ତ୍ରୀ ଉପାଧ୍ୟକ୍ଷ ପଦରେ ଅବସ୍ଥାପିତ ଅଛନ୍ତି। ଅଧ୍ୟକ୍ଷ ଅତିରିକ୍ତ ଦାୟୀତ୍ୱ ପାରାଦ୍ୱୀପରେ କାର୍ଯ୍ୟନିର୍ବାହ କରୁଥିବା ଯୋଗୁ ନିୟନ୍ତ୍ରିତ ବଜାର କମିଟିର ପ୍ରଶାସନିକ ପରିଚାଳନା ଗତ କାର୍ଯ୍ୟରେ ସେତେଟା ଗୁରୁତ୍ୱ ଦେଉନଥିବା ସାଧାରଣରେ ଆଲୋଚନା ହେଉଛି। ସ୍ୱାସ୍ଥ୍ୟ ଗତ କାରଣରୁ ଉପାଧ୍ୟକ୍ଷ ମଧ୍ୟ ଏଠାକୁ କୌଣସି ଦିନ ଆସୁନଥିବା ଲକ୍ଷ୍ୟ କରାଯାଇଛି। ଏହି କାର୍ଯ୍ୟାଳୟ ଏବେ ଜଣେ କିରାଣି ଓ ଜଣେ ଚପରାସିଙ୍କ ଦ୍ୱାରା ପରିଚାଳିତ ହେଉଛି। କିରାଣି ଜଣକ ଘରଭଡା ଆଦାୟ, ସଭାସମିତି ପରିଚାଳନା ଦାୟୀତ୍ୱ ଓ ଅଫିସ କାଗଜପତ୍ର କାମ ସମସ୍ତ କାର୍ଯ୍ୟ ନିଜର ନିୟନ୍ତ୍ରଣରେ କରୁଥିବା ଦେଖିବାକୁ ମିଳୁଛି। ଜଣେ ବ୍ୟକ୍ତି ସବୁ କାର୍ଯ୍ୟ ବୁଝୁଥିବା ହେତୁ କାର୍ଯ୍ୟାଳୟ ଅଧିକାଂଶ ବନ୍ଦ ରହୁଥିବା ସ୍ଥାନୀୟ ଲୋକଙ୍କ ଠାରୁ ପ୍ରକାଶ। ମନୋନୟନ ପ୍ରକ୍ରିୟାରେ ବଛାଯାଇଥିବା ପରିଚାଳନା ପରିଷଦର ୧୬ଜଣ ସଦସ୍ୟଙ୍କ ମଧ୍ୟରୁ ଦୁଇଜଣ – ୧. ବିଭୁତି ରଂଜନ ପଣ୍ଡା, ୨. ଚିତରଂଜନ ମିଶ୍ର ଇତିମଧ୍ୟରେ ମୃତ୍ୟୁବରଣ କରିସାରିଥିଲେ ମଧ୍ୟ ସେମାନଙ୍କ ନାମ ସଦସ୍ୟ ଫଳକରୁ ହଟା ନଯାଇ ପୂର୍ବପରି ରଖାଯାଇଛି। ଦୁଇବର୍ଷରେ ଥିବା ମନୋନୟନ କରାଯିବାକୁ ସରକାରି ବିଧି ବ୍ୟବସ୍ଥା ଥିବାବେଳେ ଆରମ୍ଭରୁ ଯେଉଁମାନେ ସଦସ୍ୟ ଥିଲେ ସେହିମାନଙ୍କୁ କେଉଁ ନିୟମ ବଳରେ ଏଯାବତ ସଦସ୍ୟ ରଖାଯାଇଛି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୃତ୍ୟୁ ସଦସ୍ୟଙ୍କୁ ଫଳକରେ ଜୀବିତ ରଖି କାର୍ଯ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ସଭା ଓ ସରକାରୀ କାର୍ଯ୍ୟାଳୟରେ ସେମାନଙ୍କର ଯିବା ଆସିବା ଗସ୍ତ ଖର୍ଚ୍ଚକୁ ଅଫିସ୍ କର୍ତ୍ତୃପକ୍ଷ ଆତ୍ମସାତ କରୁଥିବା ଏବେ ତଦନ୍ତ ସାପେକ୍ଷ। ସୂଚନା ଥାଉକି ଜଣେ କର୍ମଚାରି ଗୋଟିଏ ସ୍ଥାନରେ ତିନିବର୍ଷରୁ ଅଧିକ ସମୟ ରହିନପାରିବାର କଡାକଡିସରକାରୀ ନିୟମ ଥିବା ବେଳେ ରାହାମା ନିୟନ୍ତ୍ରିତ ବଜାର କମିଟିରେ ଆରମ୍ଭରୁ ଅବସ୍ଥାପିତ ଥିବା ଜନୈକ କିରାଣି ଓ ଚପରାସିଙ୍କୁ ପ୍ରଶାସନ ଅନ୍ୟତ୍ର ବଦଳି ନକରି କିପରି ଏବଂ କେଉଁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଛତ୍ରଛାୟାରେ ରଖିଛି ତାହା ବିଭାଗିୟ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.