Home ଜଗତସିଂହପୁର ଆଫିନ ଓଆଜି ଦ୍ୱାରା କମ୍ବଳ ବଂଟନ

ଆଫିନ ଓଆଜି ଦ୍ୱାରା କମ୍ବଳ ବଂଟନ

260

ଜଗତସିଂହପୁର, ୩/୧(ଓଡିଆ ପୁଅ/ ନୃସିଂହ ଚରଣ ବାରିକ)ରଘୁନାଥପୁର ବ୍ଲକରେ ସାମ୍ବାଦିକ ସଂଗଠନ ଆଫିନ ଓଆଜି ଦ୍ୱାରା ୧୯ ଗୋଟି ଗ୍ରା.ପରେ ୧୫୦ରୁ ଉର୍ଦ୍ଧ ଅସହାୟ ଗରିବ ଲୋକଙ୍କୁ ପ୍ରବଳ ଶୀତରୁ ରକ୍ଷା ପାଇବା ନିମନ୍ତେ କମ୍ବଳ ବଂଟନ କରିଥିଲେ।ଏହି କମ୍ବଳ ବଂଟନ କାର୍ଯ୍ୟକ୍ରମ ନିଶ୍ଚିତ ଭାବେ କିଛି ଗରିବ ଓ ଅସହାୟ ବ୍ୟକ୍ତିଙ୍କ ପାଇଁ ସହାୟକ ହେବ ବୋଲି ସଂଗଠନର ପ୍ରତିଷ୍ଠାତା ଯୁବ ସମାଜସେବୀ ଇଂ ହିମାଂଶୁ ଭୁଷଣ ମଲ୍ଲିକ ମତ ପ୍ରକାଶ କରିଛନ୍ତି।ଏହିଭଳି ଜନ ହିତକର କାର୍ଯ୍ୟ କରିବାକୁ ଯୁବଶକ୍ତି ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି।୧୯ ଗୋଟି ପଂଚାୟତରେ କମ୍ବଳ ବଂଟନ କାର୍ଯ୍ୟକ୍ରମରେ ସମାଜସେବୀ ସାଫି ଆଜମ, ରାଜେଶ ଭୋଳ, ଅଜିତ୍ ମଲ୍ଲୀକ, ରାକେଶ ସ୍ୱାଇଁ, ସାଇ ପ୍ରଭଞ୍ଝନ ମହାପାତ୍ର, ଅଭିଜିତ ସାହୁ, ଅଭିନନ୍ଦନ ସେଠୀ, କ୍ଷେତ୍ର ମୋହନ ନାୟକ, ସତ୍ୟଜିତ ମହାନ୍ତି, ଯୋଗେନ୍ଦ୍ର ବାରିକ, ଦେବଦର୍ଶି ରଥ, ଚଗଲା ମହାପାତ୍ର, ତାପସ ଜେନା, ଅମରେଶ ରାଉତ, ପ୍ରଦିପ୍ତ କୁମାର ନାୟକ, ସମାଜ ବିକାଶ ମିଶନ, ଜଗନ୍ନାଥ ସେବା ସଂଗଠନ, ପୁରଣ ଓଡପଡାର ସ୍ୱେଚ୍ଛାସେବୀମାନେ ଏହି କାର୍ଯ୍ୟକ୍ରମରେ ସହେଯାଗ କରିଥିଲେ। ସେଥିପାଇଁ ଏହାର ପ୍ରତିଷ୍ଠାତା ଇଂ ଶ୍ରୀ ମଲ୍ଲୀକ, ଉପଦେଷ୍ଠା ଦେବ ପ୍ରସାଦ ନାୟକ, ସଭାପତି ଶ୍ରୀପତି ଲେଙ୍କା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.