Home ଜିଲ୍ଲା ପରିକ୍ରମା  ନିୟନ୍ତ୍ରୀତ ଜୀବନଯାପନରେ ହିଁ ଖୁସି ଓ ଆନନ୍ଦ ଭରି ରହିଛି ଭଉଣୀ ଶିବାନୀ

 ନିୟନ୍ତ୍ରୀତ ଜୀବନଯାପନରେ ହିଁ ଖୁସି ଓ ଆନନ୍ଦ ଭରି ରହିଛି ଭଉଣୀ ଶିବାନୀ

226

ସମ୍ବଲପୁର- ୩/୧ (ଓଡ଼ିଆ ପୁଅ) ମହାନଦୀ କୋଇଲା କମ୍ପାନୀର ଆନନ୍ଦବିହାର ଠାରେ ଗତସଂଧ୍ୟାରେ ଆୟୋଜିତ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ଇଶ୍ୱରୀୟ ବଶ୍ୱିଦ୍ୟାଳୟର ମାଉଂଟଆବୁ ମୁଖ୍ୟାଳୟର ଭଉଣୀ ଶିବାନୀ ଗିଫ୍ଟ ଅଫ ହେପିନେସ ବିଷୟ ଉପରେ ପ୍ରବଚନ ପ୍ରଦାନ କରିଥିଲେ। ଏଥିରେ କମ୍ପାନୀର ଅଧ୍ୟକ୍ଷ ତଥା ପରିଚଳନା ନିର୍ଦ୍ଦେଶକ ଭୋଲା ନାଥ ଶୁକ୍ଲ, ପୂର୍ବତନ ବିଧାୟିକା ଡ଼ା. ଋାସେଶ୍ୱରୀ ପାଣିଗ୍ରାହୀ, କମ୍ପାନୀର ଅର୍ଥ ବିଭାଗର ନିର୍ଦ୍ଦେଶକ କେ ଆର ବାସୁଦେବନ, ବୈଷୟିକ ଓ ପରିଚାଳନା ବିଭାଗର ନିର୍ଦ୍ଦେଶକ ଓ ପି ସିଂହ, କାର୍ମିକ ନିର୍ଦ୍ଦେଶକ କେଶବ ରାଓ, ବୈଷୟିକ ନିର୍ଦ୍ଦେଶକ କେ କେ ମିଶ୍ର, ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ଆଂଚଳିକ ମୁଖ୍ୟା ପାର୍ବତୀ ଭଉଣୀ ପ୍ରମୁଖ ଶିବାନୀ ଭଉଣୀଙ୍କୁ ସ୍ୱାଗତ ଜଣାଇଥିଲେ। ଏହି ଅ

ବସରେ ପ୍ରଦୀପ ପ୍ରଜ୍ୱଳନ କରାଯିବା ଉତାରୁ ଶିଶୁ କଳାକାର ମାନେ ନୁତ୍ୟ ପରିବେଷଣ କରିଥିଲେ। ଭଉଣୀ ଶିବାନୀ ତାଙ୍କ ବକ୍ତବ୍ୟରେ ଆଧ୍ୟାତ୍ମିକତା କେନ୍ଦ୍ରୀକ ଜୀବନଯାପନ ସୁସ୍ତ ଶରୀର ଏବଂ ମାନସୀକତାର ପରିଚାୟକ ବୋଲି କହିିଥିଲେ। ଆଧ୍ୟାତ୍ମିକ ଗୁଣ ଅନୁସରଣ କରି ଦିବ୍ୟ ଅନୁଭବ ହାସଲ କରାଯାଇପାରିବ। ଏଥିପାଇଁ ନିଜ ନିଜର ବାଣୀ ଉପରେ ସଞମତା ରକ୍ଷା କରିବାକୁ ହେବ। ମନ ଓ ବୁଦ୍ଦିକୁ ସୁଦୃଢ କରିପାରିଲେ ଯେ କୈାଣସି ପରିସ୍ତିତିର ସମ୍ନା କରିବା ସହଜ ହୋଇଥାଏ। ତେବେ ସର୍ବଦା ମନ ଓ ମାନସୀକତାକୁ ଅସନ୍ତୋଷ, ଅସୁନ୍ତଳନତା ଆଦି ତତ୍ୱରୁ ଉଦ୍ଦ୍ୱର୍ରେ ରଖିବାକୁ ହେବ ବୋଲି ସେ କହିଥିଲଲେ।

ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ, ପରିସ୍ତତିକୁ ନିୟନ୍ତ୍ରଣ କରିବାର ଉପାୟ ପଛରେ ନଯାଇ ନିଜ ମନକୁ ଆୟତ କଲେ ସବୁ ସମସ୍ୟାର ପ୍ରତିକାର କରାଯାଇପାରିବ। ଏଭଳୀ କରିପାରଲେ ମଣିଷ ନିଜକୁ ଖୁସି ଓ ଅନନ୍ଦ ଦେଇପାରିବ ବୋଲି ପ୍ରେରଣାଦାୟୀ ପ୍ରବକ୍ତା ଶିବାନୀ ମତ ଦେଇଥିଲେ। ଭଉଣୀ ଶିବାନୀ ଆଜି ବୀର ସୁରେନ୍ଦ୍ର ସାଏ ବୈଷୟିକ ଚିଶ୍ୱବିଦ୍ୟାଳୟରେ ଉଦବୋଧନ ଦେଇଛନ୍ତି। ଶୀତ ପ୍ରବାହ ଓ କୋହଳା ପାଗ ସତ୍ୱେ ଜାଗୃତିବିହାର, ଆନନ୍ଦବିହାର, ବୁର୍ଲା ପ୍ରଭୃତି ସ୍ତାନର ବହୁ ସଂଖ୍ୟକ ଲୋକ ସପରିବାର ଯୋଗ ଦେଇଥିଲେ। କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶୁକ୍ଲା ସମ୍ମାନୀୟ ବକ୍ତାଙ୍କୁ ଏକ ସ୍ମାରୀକା ପ୍ରଦାନ କରିଥଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.