Home ଜିଲ୍ଲା ପରିକ୍ରମା ରାସ୍ତା ମରାମତି ପାଇଁ ରାସ୍ତାରେ ଛାତ୍ର

ରାସ୍ତା ମରାମତି ପାଇଁ ରାସ୍ତାରେ ଛାତ୍ର

31

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ଠାରୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ଗ୍ରାମାଞ୍ଚଳର ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ଏହାର ଗମନାଗମନ ପ୍ରତି ଗୁରୁତ୍ୱ ଦେଉଛନ୍ତି । ଏବଂ ଏ ଦିଗରେ କୋଟି କୋଟି ଟଙ୍କାର ଅର୍ଥ ବ୍ୟୟ ହେଉଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ଓ ମରାମତି ଅଭାବରୁ ତାହା କିଭଳି ଅନୁପଯୁକ୍ତ ହୋଇପଡୁଛି, ତାହାର ଏକ ନଜିର ଦେଖିବାକୁ ମିଳିଛି ଏହି ଜିଲାର ରାନ୍ଦିଆରୁ ପଲିଟେକ୍‌ନିକ୍ କଲେଜ ପର୍ଯ୍ୟନ୍ତ ଯାଇଥିବା ରାସ୍ତା କ୍ଷେତ୍ରରେ । ଏହି ରାସ୍ତାଟିର ନିର୍ମାଣ ପାଇଁ ବହୁ ଅର୍ଥ ବ୍ୟୟ ହେଉଥିଲେ ମଧ୍ୟ ତାହାର ନିମ୍ନମାନର କାର୍ଯ୍ୟ ଓ ମରାମତି ଅଭାବରୁ ବର୍ତ୍ତମାନର ଲଘୁଚାପ ଜନିତ ବର୍ଷାଦିନରେ ପିଚୁ ଓ ଗୋଡି ଉଠି ଖାଲଖମା ପରିପୂର୍ଣ୍ଣ ହୋଇପଡିଛି । ରାସ୍ତାଟିର ଏହି ଦୂରାବସ୍ଥା ସଂପର୍କରେ ସ୍ଥାନୀୟ ଅଂଚଳବାସୀ, କଲେଜର ଅଧ୍ୟକ୍ଷ ଓ ପଲି ଟେକ୍‌ନିକ୍ କଲେଜର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଜିଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ନିକଟରେ ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଫଳରେ ଆଜି ଛାତ୍ରମାନେ ଉକ୍ତ କଲେଜ ପରିସରରୁ ଏକ ଶୋଭାଯାତ୍ରାରେ ଚାଲି ଚାଲି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିନବ ପ୍ରତିବାଦ କରିଥିବାର ଦେଖିବାକୁ ମିଳିଛି । ସେମାନଙ୍କ ଅଭିଯୋଗ ମୂଳେ ଏହି ରାସ୍ତାଟି ପଲି ଟେକ୍‌ନିକ୍ କଲେଜକୁ ଏକମାତ୍ର ରାସ୍ତା ହୋଇଥିବାରୁ ଛାତ୍ରଛାତ୍ରୀମାନେ ଯାତାୟତ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଠାରେ ସୂଚନାଯୋଗ୍ୟ ଏହି ରାସ୍ତାଟି ପଲି ଟେକ୍‌ନିକ କଲେଜ ସମେତ ଫେକର ପାୱାରପ୍ଲାଣ୍ଟ, ଫେକର ସ୍କୁଲ, ବାଲୋ ଓ ରାମକୃଷ୍ଣପୁରକୁ ସଂଯୋଗ କରୁଅଛି । ତେବେ ଏ ଦିଗରେ ଜିଲା ପ୍ରଶାସନ ପକ୍ଷରୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ତ୍ରିଲୋଚନ ମାଝୀ ଏ ପ୍ରତିନିଧିଙ୍କୁ କହିଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.