Home ଜିଲ୍ଲା ପରିକ୍ରମା ବିପୁଳ ପରିମାଣରେ ନକଲି ଦେଶୀ ଓ ବିଦେଶୀ ମଦ ଜବତ, ବ୍ୟବହୃତ କାର ଓ ବାଇକ୍...

ବିପୁଳ ପରିମାଣରେ ନକଲି ଦେଶୀ ଓ ବିଦେଶୀ ମଦ ଜବତ, ବ୍ୟବହୃତ କାର ଓ ବାଇକ୍ ଜବତ, ୨ କୋର୍ଟ ଚାଲାଣ

39

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଅବକାରୀ ବିଭାଗର ଏକ ଟିମ୍ ଏହି ଜିଲାର ବାସୁଦେବପୁର ଥାନା ଅଂଚଳରେ ଚଢାଉ କରି ଏକ କାର୍‌ରୁ ବିପୁଳ ପରିମାଣର ନକଲି ଦେଶୀ ଓ ବିଦେଶୀ ମଦ ଜବତ କରିଥିବାର ଜଣାପଡିଛି । ଏବଂ ଏହି ଘଟଣାରେ ବ୍ୟବହାର ହେଉଥିବା ଗୋଟିଏ କ ଓଡି-୦୫ଏଟି-୬୮୭୫ ନମ୍ବରର କାର୍ ଓ ଓଡ଼ି-୦୧ଆର- ୬୧୩୩ ନମ୍ବରର ବାଇକ୍‌କୁ ଜବତ କରି ମଦ ତିଆରିରେ ବ୍ୟବହୃତ ଖାଲି ବୋତଲ ସହ ନକଲି ଲେବୁଲ ଜବତ ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ଜିଲା ଅବକାରୀ ବିଭାଗର ଏକ ଟିମ୍ ଭ୍ରାମ୍ୟମାଣ ଅବକାରୀ ନିରୀକ୍ଷକ ସ୍ୱାତି ପଟ୍ଟନାୟକଙ୍କ ନେତୃତ୍ୱରେ ବାସୁଦେବପୁର ଥାନା ଅଧୀନସ୍ଥ କୋଷ୍ଟ କେନାଲ ଛକ ମାଛହାଟ ନିକଟରେ କାର୍‌କୁ ସନ୍ଦେହରେ ଅଟକାଇଥିଲେ । ଏବଂ ଯାଞ୍ଚ ବେଳେ ଉକ୍ତ କାର୍‌ରେ ନକଲି ମଦ ଥିବାର ଜାଣି ପ୍ରାପ୍ତ ସୂଚନା ମୂଳେ ବିଭିନ୍ନ ସ୍ଥାନରେ ଚଢାଉ କରି ପ୍ରାୟ ୨୫୦ ଲିଟର ଦେଶୀ ମଦ ସହ ୨୦୦ ବୋତଲରୁ ଉର୍ଦ୍ଧ୍ୱ ନକଲି ବିଦେଶୀ ମଦ ଜବତ କରି ଅଭିଯୁକ୍ତ ମଦ ତିଆରି ଆଡ୍ଡାରୁ ଖାଲି ମଦ ବୋତଲ ଓ ବିଭିନ୍ନ ନାମୀଦାମୀ କଂପାନୀର ନକଲି ଲେବୁଲ ଜବତ କରିଛନ୍ତି ।

ତେବେ ଗିରଫ ଦୁଇ ଅଭିଯୁକ୍ତ ହେଲେ ସୁଗୋ ଅଂଚଳର ବିଶ୍ୱଜିତ୍ ଧୂପାଳ ଓ ଆର୍ତ୍ତୁଙ୍ଗର ମୁକ୍ତିକାନ୍ତ ନାଥ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଅଭିଯୁକ୍ତଙ୍କ ବୟାନ ମୂଳେ ସେମାନେ ସ୍ପିରିଟ୍‌ରେ ବ୍ରାଣ୍ଡ ଅନୁଯାୟୀ ରଂଗ ଓ ସେଣ୍ଟ ବା ଏସ୍‌ଏନ୍‌ସ୍ ବ୍ୟବହାର କରୁଥିଲେ । ସେମାନେ ଉକ୍ତ ସ୍ପିରିଟ୍‌ରେ ଫୁଡ୍ କଲର ମିଶାଇ ସେଥିରେ ଏସ୍‌ଏନସ୍ ଦେଇ ତାହା ପ୍ରସ୍ତୁତ କରି ବିଭିନ୍ନ ନାମୀଦାମୀ କଂପାନୀର ଲେବୁଲ ଯୁକ୍ତ ବୋତଲରେ ପୁରାଇ ବିକ୍ରି କରୁଥିବାର କହିଛନ୍ତି । ଏହି ମଦ ପ୍ରସ୍ତୁତ ପାଇଁ ସେମାନଙ୍କୁ ୫୦ ଟଙ୍କା ଖର୍ଚ୍ଚ ପଡୁଥିଲାବେଳେ ମାଲିକ ତାଙ୍କୁ ୫୦ ବୋତଲ ନକଲି ମଦ ପାଇଁ ୭ ଶହ ଟଙ୍କା ଦେଉଥିବାର ସେମାନେ କହିଛନ୍ତି । ଏହି ମିଳିତ ଚଢାଉରେ ଭଦ୍ରକ ଅବକାରୀ କାର୍ଯ୍ୟାଳୟର ରେଞ୍ଜ-୨ ଓଆଇସି ଭବେଶ ଦାସ, ଅବକାରୀ ନିରୀକ୍ଷକ ଭଦ୍ରକ ରେଞ୍ଜ-୨ କ୍ଷୀତିଶ ଦାସ ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.