Home ଜିଲ୍ଲା ପରିକ୍ରମା କମିଟି ହିସାବ ପାଇଁ ଶିକ୍ଷକ ବନ୍ଧାହେଲେ, ଥାନାରେ ଏତଲା ଦେଲା ଶିକ୍ଷକ ସଂଘ

କମିଟି ହିସାବ ପାଇଁ ଶିକ୍ଷକ ବନ୍ଧାହେଲେ, ଥାନାରେ ଏତଲା ଦେଲା ଶିକ୍ଷକ ସଂଘ

57

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କମିଟି ଟଙ୍କାର ହିସାବ ପାଇଁ ଶିକ୍ଷକଙ୍କୁ ଅପହରଣ ଓ ମାଡ ଦିଆଯାଇ ଗଛରେ ବାନ୍ଧିବା ଭଳି ଗୁରୁତର ଅଭିଯୋଗ କରିଛି ଶିକ୍ଷକ ସଂଘ ଗ୍ରାମାଞ୍ଚଳ ଥାନାରେ । ତେବେ ପୁଲିସ୍ ଖବର ପାଇ ସଂପୃକ୍ତ ଶିକ୍ଷକଙ୍କୁ ଉଦ୍ଧାର କରିଛି । ଏଭଳି ଏକ ଘଟଣା ଆଜି ଘଟିଛି ଏହି ଜିଲାର ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଦୈସିଂ ପଂଚାୟତର ସୁବର୍ଣ୍ଣସ୍ୱର ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ଗ୍ରାମାଞ୍ଚଳ ଥାନାରେ ଶିକ୍ଷକ ସଂଘ କରିଥିବା ଲିଖିତ ଅଭିଯୋଗ ମୂଳେ ଉକ୍ତ ଗ୍ରାମର କେତେକ ଲୋକ ସହକାରୀ ଶିକ୍ଷକ ନରହରି ସେଠୀଙ୍କୁ କମିଟି ଟଙ୍କାର ହିସାବ ମାଗି ସେ ନଦେବାରୁ ତାଙ୍କୁ ଉଠାଇନେଇ ଏକ ଗଛରେ ବାନ୍ଧି ମାଡ ମାରିଥିଲେ । ପରେ ଗ୍ରାମାଞ୍ଚଳ ପୁଲିସ୍ ସଂପୃକ୍ତ ଶିକ୍ଷକଙ୍କୁ ଉଦ୍ଧାର କରିଥିଲା । ଏହି ଘଟଣାରେ ପୀଡିତ ଶିକ୍ଷକ ଓ ଶିକ୍ଷକ ସଂଘ ପକ୍ଷରୁ ଆଜି ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏବଂ ଅଭିଯୁକ୍ତକୁ ତୁରନ୍ତ ଗିରଫ ନକଲେ ଶିକ୍ଷକମାନେ ପାଠପଢା ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି ଶିକ୍ଷକ ନେତ୍ରୀ ଚାରୁଲତା ମହାପାତ୍ର ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.