Home ଜିଲ୍ଲା ପରିକ୍ରମା ରାସ୍ତା ପାଲଟିଛି ଗୋରୁଗାଈଙ୍କ ଆଶ୍ରୟସ୍ଥଳୀ

ରାସ୍ତା ପାଲଟିଛି ଗୋରୁଗାଈଙ୍କ ଆଶ୍ରୟସ୍ଥଳୀ

34

ଭଦ୍ରକ, ୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗରପଡ଼ାରୁ ଭଦ୍ରକ ପର୍ଯ୍ୟନ୍ତ ଲମ୍ବିଥିବା ପୂର୍ତ୍ତବିଭାଗର ଅନ୍ୟତମ ପ୍ରମୁଖ ରାସ୍ତା ଉପରେ ଗୋରୁଗାଈ ମାନେ ରହୁଥିବାରୁ ଅନେକ ସମୟରେ ବାଇକ୍ ଆଦି ଯାନବାହନ ଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ହେଉଥିବାର ଜଣାପଡ଼ିଛି । ଏହି ରାସ୍ତାର ଜାମବଣୀ ନିକଟସ୍ଥ ବଙ୍ଗାଳୀସାହୀ ,ଆଗରପଡ଼ା ସ୍ଥିତ କାଣ୍ଡବା ସାଳନ୍ଦୀ ସେତୁ ସମେତ ବିଭିନ୍ନ ଅଂଚଳର ପ୍ରଧାନମନ୍ତ୍ରୀ ରାସ୍ତା ଉପରେ ଗୋରୁଗାଈ ମାନେ ଦିନରାତି ଏକତ୍ରୀତ ଭାବେ ରହୁଥିବାର ପରିଲକ୍ଷିତ ହେଉଛି । ବାରମ୍ବାର ଗାଡ଼ିଚାଳକ ହର୍ଣ୍ଣ ମାରିଲେ ସୁଦ୍ଧା ଗୋରୁଗାଈମାନେ ଏହାକୁ ଭୃକ୍ଷେପ କରୁନାହାନ୍ତି । ଏହି ଗୋରୁଗାଈ ମାଲିକ ମାନଙ୍କର ମଧ୍ୟ ଏଥିପ୍ରତି ନଜର ରହୁନାହିଁ । ବର୍ତ୍ତମାନ ଗୋଚର ଜମି ଗୁଡ଼ିକ ଜବର ଦଖଲକାରୀ ମାନଙ୍କ କବ୍‌ଜାରେ ରହୁଥିବାରୁ ଓ ଧାନ ଚାଷ ହେଉଥିବାରୁ ଚରିବା ପାଇଁ କୌଣସି କିଛି ସ୍ଥାନ ନପାଇ ଗୋରୁଗାଈମାନେ ସମ୍ଭବତଃ ଏହି ସବୁ ମୁଖ୍ୟ ରାସ୍ତାକୁ ନିଜର ଆଶ୍ରୟ ସ୍ଥଳୀ ଭାବି ଠିଆ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.