Home ଓଡ଼ିଶା ରାସ୍ତା କଡରେ ଜୀବିକା ହରାଇ ବରା ଛାଣୁଛନ୍ତି ଯାତ୍ରା ଖଳନାୟକ

ରାସ୍ତା କଡରେ ଜୀବିକା ହରାଇ ବରା ଛାଣୁଛନ୍ତି ଯାତ୍ରା ଖଳନାୟକ

145

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୩୦/୦୭- ରାଜ୍ୟ ଏବଂ ଦେଶରେ କରୋନା ମହାମାରୀ ଆକ୍ରାନ୍ତ ରେ ଅନେକ ଲୋକ ଜୀବନ ଓ ଜୀବିକା ସହ ସଂଗ୍ରାମ ଚଲାଇଛନ୍ତି । କାହାର ଜୀବନ ଯାଉଛି ତ ଆଉ କିଏ ଜୀବିକା ହରାଇ ରାସ୍ତା କଡରେ ବସୁଛି । ସେଭଳି ରାସ୍ତା କଡରେ ବସିଥିବା ଲୋକ ହେଉଛନ୍ତି ନୟାଗଡ ଜିଲ୍ଲା ଖତିଆ ଗ୍ରାମ ପଞ୍ଚାୟତ ବେଗୁନିଆ ପାଟଣା ଗ୍ରାମର ସୂର୍ଯ୍ୟମଣି ନାୟକ ।

ଦୀର୍ଘ ୨୫ ବର୍ଷ ହେଲା ଯାତ୍ରା ମାରୁତି ରାଣୀ , ଶାତଶଙ୍ଖ ଅପେରା , ସୋମନାଥ ଅପେରା, ଗୈାରୀ ଗଣନାଟ୍ୟ , ପାର୍ବତୀ ,କୋଣାର୍କ , କଳିଙ୍ଗ ଓ ତ୍ରୀନାଥ ଗଣନାଟ୍ୟ ରେ ଖଳନାୟକ ଭାବେ ଅଭିନୟ କରି ଆସୁଥିଲେ । ରାତ୍ରୀ ସାରା ଦର୍ଶକ ମାନଙ୍କ ମନରେ ଦୁଃଖ ର ବାଦଲ ଢାଳି ଦେଉଥିଲେ । କିନ୍ତୁ ସେ ଏବେ ଜୀବିକା ହରାଇ ବେଗୁନିଆ ପାଟଣା ଗାଁ ମୁଣ୍ଡ ରେ ନିଜ ପିଲାଛୁଆ ଓ ବାପ ମା ଙ୍କ ମୁହଁରେ ଦାନା ଦେବା ପାଇଁ ବରା , ପକଡି ଆଦି ଛାଣି ବିକ୍ରୟ କରୁଛନ୍ତି । ସୂର୍ଯ୍ୟମଣି କୁହନ୍ତି ଏବେ  ରାସ୍ତା କଡରେ ବରା ଛାଣି ବିକ୍ରୟ କରି ମନର ଦୁଃଖ କୁ ଲାଘବ କରୁଛି । ସରକାରୀ ସହାୟତା ପାଇଁ ଆବେଦନ କରିଥିଲେ ସୁଦ୍ଧା ଏଯାଏଁ ପାଇ ପାରିନାହାଁନ୍ତି । ତଥାପି ଆଶା ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.