Home ଓଡ଼ିଶା ବଡ ତୁଲୁବି ବୃଦ୍ଧ ସଂସାରି ଓ ବୃଦ୍ଧା କୋକିଳ ବାର୍ଦ୍ଧକ୍ୟ ଭତ୍ତା ମଞ୍ଜୁରୀ ଶୁଣି ଖୁସ୍‌

ବଡ ତୁଲୁବି ବୃଦ୍ଧ ସଂସାରି ଓ ବୃଦ୍ଧା କୋକିଳ ବାର୍ଦ୍ଧକ୍ୟ ଭତ୍ତା ମଞ୍ଜୁରୀ ଶୁଣି ଖୁସ୍‌

64

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୩୦/୦୭- ସରକାର ସାମାଜିକ ସୁରକ୍ଷା ପାଇଁ କରିଥିବା ଯୋଜନା ଭିତରେ ରହିଛି ବାର୍ଦ୍ଧକ୍ୟ ଭତ୍ତା  । ଅପହଞ୍ଚ ଇଲାକା ବଡତୁଲୁବି ଗ୍ରାମର ୭୧ ବର୍ଷୀୟ ବୃଦ୍ଧ ସଂସାରୀ ପ୍ରଧାନ ଓ ତାଙ୍କ ସ୍ତ୍ରୀ ୬୮ ବର୍ଷୀୟ ବୃଦ୍ଧା କୋକିଳ ପ୍ରଧାନ ଅନ୍ ଲାଇନ୍ ରେ ଅବେଦନ ର ୫ ଦିନ ଭିତରେ ବାର୍ଦ୍ଧକ୍ୟ ଭତ୍ତା ମଞ୍ଜୁରୀ ହୋଇଥିବା ଶୁଣି ଖୁସି ବ୍ୟକ୍ତ କରିଛନ୍ତି । ଯାହାଫଳରେ ନୟାଗଡ ଉପଜିଲ୍ଲାପାଳ ଓ ଗଣମାଧ୍ୟମ କୁ ସାଧୁବାଦ୍ ଜଣାଇଛନ୍ତି । ଘଟଣାରୁ ପ୍ରକାଶ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଡମସାହି ଗ୍ରାମପଞ୍ଚାୟତ ବଡତୁଲୁବି ଗ୍ରାମ ଏକ ପାହାଡ ଖୋଲ ଭିତରେ ଅବସ୍ଥିତ ।

ସରକାର ଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଅଫ୍ ଲାଇନ୍ ରେ ଗ୍ରାମ ପଞ୍ଚାୟତ ରେ ବାରମ୍ବାର ଆବେଦନ କରି ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଆସୁଥିଲେ । ଏ ଖବର ଗଣମାଧ୍ୟମ ପ୍ରତିନିଧି ଜାଣିବା ପରେ ନୟାଗଡ ଉପ ଜିଲ୍ଲାପାଳ ଲଗ୍ନଜିତ୍ ରାଉତ ଙ୍କ ସହ ଯୋଗାଯୋଗ କରିବା ପରେ ସେ ବୁଢା ବୁଢୀ ଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଅନ୍ ଲାଇନ୍ ରେ ଆବେଦନ କରିବାକୁ କହିଥିଲେ ।  ବୁଢା ବୁଢୀ ଜଙ୍ଗଲରୁ ଟୁଙ୍ଗା କରବା କନ୍ଦା ତାଡି ଖାଉଥିଲେ । ବଡ ଦୁଃଖ କଷ୍ଟରେ ଚଳିବା ଶୁଣି ଉପ ଜିଲ୍ଲାପାଳ ଆବେଦନ କରିବା ୫ ଦିନ ଭିତରେ ବୁଢା ବୁଢୀ ଙ୍କ ବାର୍ଦ୍ଧକ୍ୟ ବତ୍ତା ମଞ୍ଜୁର କରିବା ଶୁଣି ବୁଢା ବୁଢୀ ଙ୍କ ମନରେ ଖୁସିର ଲହରି ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.