Home ଜିଲ୍ଲା ପରିକ୍ରମା ରାସ୍ତାନଥିବାରୁ ଗାଁରେ ଆମ୍ବୁଲାନ୍ସ ପହଁଚି ପାରିଲା ନହିଁ,୨କିଲୋମିଟର ପାହାଡିଆ ରାସ୍ତାରେ ଚାଲି ଚାଲି ପ୍ରସୂତୀ ମହିଳା...

ରାସ୍ତାନଥିବାରୁ ଗାଁରେ ଆମ୍ବୁଲାନ୍ସ ପହଁଚି ପାରିଲା ନହିଁ,୨କିଲୋମିଟର ପାହାଡିଆ ରାସ୍ତାରେ ଚାଲି ଚାଲି ପ୍ରସୂତୀ ମହିଳା ଆମ୍ବୁଲାନ୍ସ ନିକଟରେ ପହଁଚି ହସପିଟାଲ ଗଲେ

62

ମାଲକାନଗିରି,୧୦ା୧୦, (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା,ଗାଁକୁ ଭଲରାସ୍ତାଟିଏ ନଥିବାରୁ ଆମ୍ବୁଲାନ୍ସ ପହଁଚି ପାରିଲାନାହିଁ,ଦୀର୍ଘ୨ କିଲୋମିଟର ପାହାଡିଆ ରାସ୍ତାରେ ଚାଲି ଚାଲି ପ୍ରସୂତୀ ମହିଳା ଆମ୍ବୁଲାନ୍ସ ନିକଟରେ ପହଁଚି ହସପିଟାଲ ଗଲେ । ଏମିତି ଏକ ଅଭାବବନୀୟ ଦୃଶ୍ୟ ଆଜି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ନାକାମାମୁଡି ପଚାଂୟତ ତେନ୍ତୁଲିପଦର ଆଦିବାସୀ ଗାଁରେ,ସେହି ଗାଁର ଦନେଇଖରା (୨୭) ନାମକ ଜଣେ ଗର୍ଭବତୀ ମହିଳା ଙ୍କୁ ପ୍ରସବ ଯନ୍ତଣାହେବାରୁ ପରିବାର ଲୋକେ ଆମ୍ବୁଲାନ୍ସ କୁ ଫୋନ କରିଥିଲେ ସେଠାରୁ ଉତର ଆସିଲା ଉକ୍ତ ଗାଁକୁ ଭଲରାସ୍ତା ନଥିବାରୁ କାଦୁଅରେ ଆମ୍ବୁଲାନ୍ସ ଗାଡି ଯାଇପାରିବ ନାହିଁ, ନିରାଶ ହୋଇ ଗଲେ ପରିବାର, ଦନେଇ ଙ୍କର ପ୍ରସବ ଯନ୍ତ୍ରଣା ବେଳକୁ ବେଳ ବଢିବାକୁ ଲାଗିବାରୁ ଅଙ୍ଗନ ଓ୍ୟର୍ଡିକର୍ମୀ ଓ ପରିବାର ଲୋକେ ତାଙ୍କ ହାତ ଧରି ୨ କିଲୋମିଟର ପାହଡ ଘଚଂ ଜଙ୍ଗଲ ରାସ୍ତାରେ ପାଦରେ ଚାଲି ଚାଲି ଡାକ୍ତରଖାନା କୁ ନେଉଥିବା ସମୟରେ ଆଶାକର୍ମୀ ସେଠାରେ ପହଁଚି ୧୦୮ ଆମ୍ବୁଲାନ୍ସକୁ ଫୋନ କରି ବାରୁ ଆମ୍ବୁଲାନ୍ସ ସେଠାରେ ପହଁଚିଥିଲା । ଆଶାକର୍ମୀ ଙ୍କ ସହାୟତା ରେ ଚିତ୍ରକୋଣ୍ଡା ହସପିଟାଲକୁ ନିଆଯାଇଥିଲା । ଡାକ୍ତର ଖାନାରେ ପହଁଚିବାପରେ ମହିଳା ଙ୍କୁ ଡାକ୍ତର ମାନେ ଚିକିତ୍ସା କରିଥିଲେ । ଡାକ୍ତରଖାନାରେ ମହିଳା ଙ୍କର ଏକ ଶିଶୁ ପୁତ୍ର ଜନ୍ମହୋଇଛି । ଉଭୟେ ମା ଓ ନବଜାତ ଶିଶୁ ସୁସ୍ଥ ଥିବାର ଡାକ୍ତର କହିଛନ୍ତି । ଠିକ ସେହିପରେ ଗତ୨୫ତାରିଖ ରେ ପାଡଲପୁଟ ଗ୍ରାମରେ ଆମ୍ବୁଲ୍ନାସ ପହଁଚି ପାରିନଥିବାରୁ ଧନମୁଦୁଲି ଙ୍କ ଗର୍ଭବତୀ ପତ୍ନୀ ଦେବକୀ ମୁଦୁଲି ଙ୍କୁ ଖଟିଆରେ ଡାକ୍ତରଖାନା ନେଉଥିବା ବେଳେ ତାଙ୍କର ଜଙ୍ଗଲରାସ୍ତାରେ ଏକ କନ୍ୟାସନ୍ତାନ ଜନ୍ମହୋଇଥିଲା । ମାଲକାନଗିରି ଜିଲ୍ଲାର ଅନେକ ଆଦିବାସୀ ଗ୍ରାମରେ ଆମ୍ବୁଲାନ୍ସ ସେବା ପହଁଚି ପାରୁନାହିଁ,ସେମାନଙ୍କ ପାଇଁ ଖଟିଆ ଓ ଭାର ସାଜିଛି ଆମ୍ବୁଲାନ୍ସ । କେବଳ ଆଜିର କଥା ନହଁ ବହୁବର୍ଷ ଧରି ଏହି ସବୁ ଗ୍ରାମବାସୀଙ୍କ ପାଇଁ ଆମ୍ବୁଲାନ୍ସ ଗାଡି ସ୍ୱପ୍ନପାଲଟି ଯାଇଛି । ଦୁର୍ଗମ ଗ୍ରାମଗୁଡିକର ଗୁରୁତର ରୋଗୀ,ଗର୍ଭବତୀ ମହିଳା ଙ୍କୁ ଭାର ଓ ଖଟିଆରେ ଡାକ୍ତରଖାନକୁ ନିଆ ଯାଇଥାଏ । ଆଦିବାସୀ ଅଧ୍ୟୁଷିତ ଅଚଂଳରେ ସ୍ୱାସ୍ଥ୍ୟସେବାକୁ ଅଧିକ ଗୁରୁତ୍ୱଦେଇ ମାଗଣାରେ ରୋଗୀଙ୍କ ଚିକିତ୍ସା ଓ ଆମ୍ବୁଲାନ୍ସ ସେବା ଯୋଗାଦିଆ ଯାଉଛି ବୋଲି କେନ୍ଦ୍ର ଓ ରାଜ୍ୟସରକାର ଡିଣ୍ଡିମ ପିଟୁଥିବାବେଳେ ଆନ୍ଦ୍ର ଛତିଶଗଡ ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଏହା ସ୍ୱପ୍ନ ପାଲଟି ଯାଇଛି, ଦିନକୁ ଦିନ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଗାଁଗହଳରେ ଗରିବ ରୋଗୀଙ୍କୁ ଡାକ୍ତର ଖାନାକୁ ଆଣିବା ପାଇଁ ମାଗଣାରେ ୧୦୮ ଓ ୧୦୨ ଆମ୍ବୁଲାଲ୍ସ ସେବା ଯୋଗାଇଦେବାର ବ୍ୟବସ୍ଥା ଥିବାବେଳେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଏହା କେବଳ କାଗଜ କଲମରେ ସିମିତ ହୋଇରହିଛି । ଗାଁ ଗହଳ ଓ ଦୁର୍ଗମ ପାହଡ ଇଲାକାର ଗ୍ରାମବାସୀଙ୍କ ପାଇଁ ଖଟିଆ,ଚେୟାର,ଭାର,ସାଙ୍ଗି ସାଜିଛି ଆମ୍ବୁଲାନ୍ସ । ସ୍ୱାଧୀନତାର ୭୪ବର୍ଷ ହୋଇଥିଲେ ବି ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଏବେବି ୨୦୦ରୁ ଉର୍ଦ୍ଦ ଗାଁକୁ ଭଲ ଭଲରାସ୍ତାଟିଏ ତିଆରି ହୋଇପାରିଲାନାହିଁ,ସେ ସବୁଅଚଂଳର ବିକାଶରଧାରାରେ ପ୍ରତିବନ୍ଧକ ସାଜିଛି ରାସ୍ତା,ଅପହଚଂ ଇଲାକାର ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ସେବା ସ୍ୱପ୍ନପାଲଟିଛି । ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ସହିତ ଶିକ୍ଷା,ପରିବହନ,ଗମନାଗମନ ଓ ଅନ୍ୟାନ ଉନ୍ନୟନମୁଳକ କାର୍ଯ୍ୟବହୁପଛରେ ପଡି ଯାଇଛି । ଜିଲ୍ଲାର ଅଧିକାଂଶ ଗାଁ ପାହଡପବ ର୍ତ ଉପରେ ଘଚଂଜଙ୍ଗଲ ଭିତରେ ଓ ମାଓପ୍ରବଣ ଅଚଂଳରେ ଥିବାରୁ ସେଠାରେ ରାସ୍ତାତିଆରି ରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ସଡକ ଯୋଜନାର ପକ୍କାରାସ୍ତା କଥା ଦୁରେ ଥାଉ ଅନେକ ଗାଁରେ ପାଦ ଚଲାରାସ୍ତାଟିଏ ନଥିବାରୁ ଗାଁ ଲୋକେ ହାତରେ ଟାଙ୍ଗିଆ ,କଟୁରି ଧରି ନିଜେ ରାସ୍ତାସଫାକରି ଯାତାୟତ କରିଥାନ୍ତି । ୨୦୦ରୁ ଉର୍ଦ୍ଦଗାଁକୁ ଆମ୍ବୁଲାନ୍ସ ସେବା ଯୋଗାଇଦିଆ ଯାଇପାରୁନାହିଁ,ସେଥିପାଇଁ ସେ ଗାଁର ଲୋକମାନେ ରୋଗୀଙ୍କୁ ଖଟିଆ, ଭାର, ଝୋଲା ରେ ପାହଡ ତଳ ରାସ୍ତାକୁ ଆଣି ଡାକ୍ତରକ ଖାନକୁ ନେଇଥାନ୍ତି,କେତେବେଳେ କେମିତି ଗୁରତର ରୋଗୀ କୁ ନେଉଥିବା ସମୟରେ ମୃତ୍ୟୁହୋଇଯାଉଥିବାର ମଧ୍ୟ ଜଣାପଡିଛି । ଏହି ଜିଲ୍ଲାପ୍ରତି ସରକାରଙ୍କ ଆନ୍ତରିକତାର ଅଭାବ କିମ୍ବା ଲୋକପ୍ରତିନିଧି ମାନଙ୍କ ଅବହେଳା ପାଇଁ ଆଜିବି ଅନେକ ଗାଁକୁ ପକ୍କାରାସ୍ତାଟିଏ କିମ୍ବା ଭଲ ମାଟିରାସ୍ତାଟିଏ ହୋଇପାରୁନାହିଁ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.