Home ଜିଲ୍ଲା ପରିକ୍ରମା ରାଷ୍ଟ୍ରପତି ଭବନରେ ଓଡ଼ିଆ ଭାଷା ସାହିତ୍ୟର ବିରଳ ପ୍ରତିଭା ପଣ୍ଡିତ ଦୈତ୍ୟାରି ମହାପାତ୍ର

ରାଷ୍ଟ୍ରପତି ଭବନରେ ଓଡ଼ିଆ ଭାଷା ସାହିତ୍ୟର ବିରଳ ପ୍ରତିଭା ପଣ୍ଡିତ ଦୈତ୍ୟାରି ମହାପାତ୍ର

42

ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାରସ୍ୱତ ସାଧକ, ଜ୍ୟୋତିଷ ଶାସ୍ତ୍ର ବିଶାରଦ, ପ୍ରବୀଣ ଶିକ୍ଷାବିତ୍ ତଥା ପ୍ରବଚକ ପଣ୍ଡିତ ଦୈତ୍ୟାରି ମହାପାତ୍ର ଚଳିତ ୨ ତାରିଖ ଦିନ ରାଷ୍ଟ୍ରପତି ଭବନରେ ଦ୍ରୌପଦୀ ମୁର୍ମୁଙ୍କ ଆତିଥ୍ୟ ଗ୍ରହଣ ପୂର୍ବକ ତାଙ୍କଦ୍ୱାରା ରଚିତ ‘କଳିଙ୍ଗ କନ୍ୟା ଦ୍ରୌପଦୀ ମୁର୍ମୁ’ ନାମକ ପୁସ୍ତକ ପ୍ରଦାନ କରିଛନ୍ତି । ଏଥିସହ ସ୍ୱରଚିତ ୧୨ ଗୋଟି ଅନ୍ୟ ପୁସ୍ତକ ମଧ୍ୟ ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ଯେଉଁ ପୁସ୍ତକକୁ ମହାମହିମ ରାଜ୍ୟପାଳ ପ୍ରଫେସର ଡ. ଗଣେଶୀ ଲାଲଙ୍କ କରକମଳରେ ରାଜଭବନରେ ଲୋକାର୍ପିତ ହୋଇଥିଲା । ଯାହ ଭାରତର ସର୍ବପ୍ରଥମ ରାଷ୍ଟ୍ରପତିଙ୍କ ଜୀବନୀ ପୁସ୍ତକ ବୋଲି ପଣ୍ଡିତ ଦୈତ୍ୟାରି ମହାପାତ୍ର ଦାବି କରନ୍ତି । ସେଠାରେ ଆଲୋଚନାର ପ୍ରସଙ୍ଗରେ ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତିକୁ ବଜାୟ ରଖି ଲେଖା ମାଧ୍ୟମରେ ପ୍ରଚେଷ୍ଟା ଜାରି ରଖିବାକୁ ମହାମହିମ ରାଷ୍ଟ୍ରପ୍ରତି ଶ୍ରୀ ମହାପାତ୍ରଙ୍କୁ ଉପଦେଶ ଦେଇଥିଲେ । ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲା ପରେ ସେ ଖୁସି ହେବା ସହିତ ବାପା-ମା’ ଙ୍କ ଆଶୀର୍ବାଦରୁ ଆଜି ଏହା ସମ୍ଭବ ହୋଇପାରିଲା ବୋଲି କହିଥିଲେ । ପିତା ସ୍ୱର୍ଗତଃ ଭୈରବଚନ୍ଦ୍ର ମହାପାତ୍ର ଓ ମାତା ସ୍ୱର୍ଗତଃ ଶାନ୍ତିଲତା ମହାପାତ୍ରଙ୍କ କୁଳମଣ୍ଡନ କରି ଭଦ୍ରକ ଜିଲା ବାସୁଦେବପୁର ଅନ୍ତର୍ଗତ ବ୍ରାହ୍ମଣଗାଁ ଗ୍ରାମରେ ଜନ୍ମଗ୍ରହଣ କରି ଏବେ ଭଦ୍ରକ ପୌରପାଳିକାର ପାଟଣାସାହି ଗ୍ରାମରେ ଅବସ୍ଥାନ କରୁଛନ୍ତି । ଜଣେ ଆବାଲ୍ୟ ଶିବ ଉପାସକ, ପ୍ରବଚକ, ପ୍ରବକ୍ତା, ସଫଳ ସଂଗଠକ ଭାବେ ପଣ୍ଡିତ ମହାପାତ୍ର ବେଶ୍ ପରିଚିତ । ସେ ନିଜର ସାରସ୍ୱତ ସାଧନା ପାଇଁ ରାଜ୍ୟର ବହୁ ଅନୁଷ୍ଠାନରୁ ସମ୍ମାନିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.