Home ଜିଲ୍ଲା ପରିକ୍ରମା ଭଦ୍ରକ ଯାତ୍ରା ସଂସ୍କୃତିର ଏନ୍ତୁଡ଼ିଶାଳ, ଭଦ୍ରକ ସାଂସ୍କୃତିକ ମହୋତ୍ସବର ତୃିତୀୟ ଦିବସ

ଭଦ୍ରକ ଯାତ୍ରା ସଂସ୍କୃତିର ଏନ୍ତୁଡ଼ିଶାଳ, ଭଦ୍ରକ ସାଂସ୍କୃତିକ ମହୋତ୍ସବର ତୃିତୀୟ ଦିବସ

44

ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଯାତ୍ରା ସଂସ୍କୃତିର ଏନ୍ତୁଡ଼ିଶାଳ । ଏହି ମାଟିରେ େମୋଗଲ ତାମସାର ସ୍ରଷଷ୍ଟା ବଂଶୀ ବଲ୍ଲଭ ଗୋସ୍ୱାମୀ, ଲୋକ କବି ଜଗନ୍ନାଥ ପାଣୀ, ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା, କେଶବ କବି କୃଷଷ୍ଣ ପ୍ରସାଦ ବେହେରା, ବସନ୍ତ ମହାପାତ୍ର, ଉମାକାନ୍ତ ବେହେରା, ଶ୍ୟାମସସୁନ୍ଦର ମହାପାତ୍ରଙ୍କ ପରି ନାଟ୍ୟକାର ସେମାନଙ୍କ କାଳଜୟୀ ରଚନା ଦ୍ୱାରା ଓଡିଶା ନାଟ୍ୟ ଆକାଶକୁ ସମୁଜ୍ୱଳ କରିଛନ୍ତି । ସେହିପରି ଯାତ୍ରାଭିନେତା ଦଇତାରୀ ପଣ୍ଡାଙ୍କ ଠାରୁ ଆରମ୍ଭ କରି ସୁେରେଶ ପଣ୍ଡାଙ୍କ ପର୍ଯ୍ୟନ୍ତ ଶତାଧିକ କଳାକାର ସେମାନଙ୍କ ପାରଦର୍ଶିତା ଦେଖାଇବାରେ ସକ୍ଷମ ହୋଇଛନ୍ତି । ଅନୁରୂପ ବହୁ ଯାତ୍ରା ଅନୁଷ୍ଠାନ ମଧ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି ବୋଲି ଭଦ୍ରକ ସସାଂସ୍କୃତିକ ମହୋସତ୍ସବର ତୃତୀୟ ସଂଧ୍ୟାରେ ବହୁ ଅତିଥି ଯୋଗଦେଇ ମତବ୍ୟକ୍ତ କରିଛନ୍ତି । କମିଟିର ସଭାପତି ରବି ନାରାୟଣ ଖିଲାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସାଂଧ୍ୟାକଳୀନ ସଭାରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମକୁମାରୀ ଆଶ୍ରମର ମୁଖ୍ୟ ଭଉଣୀ ମଞ୍ଜୁ, ମୁଖ୍ୟବକ୍ତା ଭାବେ ସେବାନିବୃତ୍ତ ଗୋଷଷ୍ଠି ଶିକ୍ଷାଧିକାରୀ ସନ୍ତୋଷ ସାହୁ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଦୟାନିଧି ବେହେରା, ସଂଗୀତଜ୍ଞ ରାମ ନାରାୟଣ ମହହାନ୍ତି, କୁମାର ଗୌତମ ପ୍ରମୁଖ୍ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଶିକ୍ଷାବିତ୍ ଜାନକୀ ପାଢ଼ୀ ମଞ୍ଚ ଆହ୍ୱାନ ଓ ୍‌ବାଗତ ଭାଷଣ ଦେଇଥିବାବେଳେ, ମନୋରମା ରାୟ ଅତିଥି ପରିଚୟ ଓ ପ୍ରଭାତ ଜେନା ଧନ୍ୟାଦ ଅର୍ପଣ କରିଥିଲେ । ଏହି ଅବସରରେ ଯାତ୍ରାଭିନେତା ସଂଜୟ ଭୋଳ ଓ ଲତା ମଣ୍ଡଳଙ୍କ ସଂଳାପରେ ଉପସ୍ଥିତ ଦର୍ଶକ ବିମୋହିତ ହୋଇଥିଲେ । କମିଟିର ସମ୍ପାଦକ ଆଶିଶ ଅମିତାଭ ମହାପାତ୍ର, କୋଷାଧ୍ୟକ୍ଷ ପ୍ରିୟଦର୍ଶନ ବୋଇତି, ଆବାହକ ଅବିନାଶ ପଣ୍ଡା, େଚୈତାଳୀ ଖିଲାର, ସୁମିତ୍ରା ପାଣୀ, ବି. ପିତାମ୍ବର ରେଡ୍ଡୀ, କ୍ଷିତିଶ ସାମନ୍ତ, ଅତିଶ ଦାସଙ୍କ ସମେତ ସମସ୍ତ କମିଟି କର୍ମକର୍ତ୍ତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.