Home ଜିଲ୍ଲା ପରିକ୍ରମା ଗୀତ, ଚିତ୍ର, କଥା-କବିତା ସବୁରେ ଥାଏ ଜୀବନର ଗାଥା, ସାଳନ୍ଦୀ ବହିମେଳାରେ ଟାଇମପାସ୍‌ର ସୃଜନ ସଂଧ୍ୟା

ଗୀତ, ଚିତ୍ର, କଥା-କବିତା ସବୁରେ ଥାଏ ଜୀବନର ଗାଥା, ସାଳନ୍ଦୀ ବହିମେଳାରେ ଟାଇମପାସ୍‌ର ସୃଜନ ସଂଧ୍ୟା

44

ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୀତ ହୃଦୟର ଅକୁହା ରାଗିଣୀ ଶୁଣାଇଲା ବେଳେ ଚିତ୍ର ପ୍ରତିକାତ୍ମକ ଭାବେ ମନ ଗହନର କଥା କହେ । କଥା ଭାବ- ଭାବନାର ଅଂତରଂଗ ଅନୁଭବକୁ ନିଖୁଣ ଭାବେ ପ୍ରକାଶ କଲାବେଳେ କବିତା ପ୍ରଜ୍ୱଳିତ ମୁହୂର୍ତ୍ତର ସୂକ୍ଷ୍ମ ଆବେଗକୁ ତୋଳିଧରେ । ମାତ୍ର ସବୁର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଗୋଟିଏ- ବହୁବର୍ଣ୍ଣା ଜୀବନରେ ରହସ୍ୟ ଅନ୍ୱେଷଣ, ଯାହା ମାଧ୍ୟମରେ ସଂଗୀତଜ୍ଞ, ଚିତ୍ରକର, କଳାକାର, କଥାକାର ଓ କବି ଜୀବନକୁ ନୂଆ ଢଙ୍ଗରେ ବୁଝି ନିଜେ ଆନନ୍ଦ ପାଇବା ସହ ଅନ୍ୟକୁ ଆନନ୍ଦ ବାଣ୍ଟିଥାନ୍ତି । ତେଣୁ ଗୀତ-ଚିତ୍ର ଓ କଥା-କବିତାରେ ଜୀବନର ଅଂତରଂଗ ଓ ମନମତାଣିଆ ଗାଥା ଥାଏ ବୋଲି ନୂଆବଜାର ଭାଗବତ ମଣ୍ଡପ ଠାରେ ଆୟୋଜିତ ସାଳନ୍ଦୀ ବହିମେଳାର ପଂଚମ ସୃଜନ ସଂଧ୍ୟାରେ ମତ ପ୍ରକାଶ ପାଇଛି । ଟାଇମ୍‌ପାସ୍‌ର ଏହି ଗୀତ-ଚିତ୍ରକଥା-କବିତାର ଆସରକୁ ଉଦ୍‌ଘାଟନ କରିଥିଲେ ଅସିବର୍ସିୟ ସ୍ଥପତି ପ୍ରହ୍ଲାଦ ପାଣି ଏବଂ ସଂଚାଳନ କରିଥିଲେ ବିଜୟ ମଲ୍ଲ ଓ ସରୋଜ ବଳ ।

ଏହି ରାଜ୍ୟସ୍ତରୀୟ ସାହିତ୍ୟୋତ୍ସବରେ ଅତିଥି ଭାବେ ପ୍ରକାଶ ମହାପାତ୍ର କଥା ଓ ବଂଶୀ, ସୂର୍ଯ୍ୟ ମିଶ୍ର କବିତା ଓ ସଂଗଠନ, ପଂଚାନନ ନାୟକ କବିତା ଓ ବହି, ଅମରେଶ ବିଶ୍ୱାଳ ଗପ, ପବିତ୍ର ମୋହନ କର କବିତା, ତପନ ମହାପାତ୍ର ଗପ, ଶରତ ନାୟକ କବିତା ଓ ସଂଗୀତ, ଅରୁଣ ମନ୍ତ୍ରୀ ଗପ ଓ ଗୀତ, କିଶୋର ପାଣିଗ୍ରାହୀ କବିତା ଓ ସମୀକ୍ଷା, ସଂଜିତ ବଳ, ସୁବ୍ରତ ଦାସ, ସୀତାଂଶୁ ଲେଙ୍କା ଓ ବିମଳ ପତି କବିତା ଓ ବୀରେନ୍ଦ୍ର ପାଣି ଚିତ୍ରକୁ ନେଇ ଦର୍ଶକ- ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଏହି ଅବସରରେ ଗୀତିକାର ପଂଚାନନ ନାୟକଙ୍କ ପୁସ୍ତକ ‘ଅନ୍ୟ ଏକ ରାଧା’ ଲୋକାର୍ପିତ ହୋଇଥିଲା । ପୁସ୍ତକର ସୂଚନା ଦେଇଥିଲେ କିଶୋର ପାଣିଗ୍ରାହୀ । ଅପରାହ୍ନରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସଂପାଦକ ଅଭିଜିତ୍ ନାୟକ ଧନ୍ୟବାଦ ଅର୍ପଣ କରି ୭ ତାରିଖରେ ଶେଷ ହେଉଥିବା ବହିମେଳା ପ୍ରତି ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସଭାପତି ପବିତ୍ର ପାଣିଗ୍ରାହୀ, ବିକାଶ ନାରାୟଣ ନନ୍ଦ, ହରମୋହନ କୁଅଁର, ନାସିର ବକ୍ସ, ପ୍ରଫୁଲ୍ଲ ନାୟକ, ବାଦଲ କିଶୋର ମହାପାତ୍ର, ସୁଚିତ୍ରା ପାଣିଗ୍ରାହୀ, ବସୁମିତ୍ରା ସାହୁ ଓ ଅନିମା ନାୟକ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.