Home କେନ୍ଦ୍ରାପଡ଼ା ରାଷ୍ଟ୍ରନିର୍ମାଣ ଅଭିଯାନ ପକ୍ଷରୁ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି

ରାଷ୍ଟ୍ରନିର୍ମାଣ ଅଭିଯାନ ପକ୍ଷରୁ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି

20

କେନ୍ଦ୍ରାପଡ଼ା, ୧୦ା୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ସାମାଜିକ ଅନୁଷ୍ଠାନ ରାଷ୍ଟ୍ରନିର୍ମାଣ ଅଭିଯାନ ପକ୍ଷରୁ ଭାରତୀୟ ତିନି ସେନାର ମୁଖ୍ୟ ସ୍ୱର୍ଗତ ବିପିନ ରାୱତ ଏବଂ ହେଲିକେପ୍ଟର ଦୂର୍ଘଟଣାରେ ପ୍ରାଣ ହରାଇଥିବା ଅନ୍ୟ ସେନା ଅଧିକାରୀ ଓ ଯୱାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଅନୁଷ୍ଠାନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ମହମବତୀ ପ୍ରଜ୍ଜ୍ୱଳନ କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବା ସହ ସେମାନଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା। ସ୍ୱର୍ଗତ ରାୱତଙ୍କ ଦେଶଭକ୍ତି ଓ ଆଦର୍ଶ ଜୀବନ ଆଗାମୀ ପିଢିର ଯୁବକମାନଙ୍କୁ ଦେଶସେବା ପ୍ରତି ନିଜକୁ ଉତ୍ସର୍ଗ କରିବା ପାଇଁ ଉତ୍ସାହିତ କରିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ମଳୟ ସାହୁ ଓ ରଶ୍ମିରଞ୍ଜନ ସ୍ୱାଇଁଙ୍କ ନେତୃତ୍ୱରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମାତୃଦତ୍ତ ମହାନ୍ତି, ପ୍ରସନ୍ନ କୁମାର ପରିଡା, ପ୍ରଶାନ୍ତ ନାୟକ, ପ୍ରଦୀପ ସାହୁ, ଦିଲ୍ଲିପ ମହାନ୍ତି, ମହେଶ ପାଢୀ, ସନ୍ତୋଷ ପୋଥାଳ, ନଗେନ ଜେନା, ଉମେଶ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.