Home ଜିଲ୍ଲା ପରିକ୍ରମା ସିଡିଏସ ବିପିନ ରାୱତ୍‌ଙ୍କୁ ଭଦ୍ରକ ବାର ଆସୋସିଏସନର ଶ୍ରଦ୍ଧାଞ୍ଜଳି

ସିଡିଏସ ବିପିନ ରାୱତ୍‌ଙ୍କୁ ଭଦ୍ରକ ବାର ଆସୋସିଏସନର ଶ୍ରଦ୍ଧାଞ୍ଜଳି

18

ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତର ତିନି ସେନା ବାହନୀର ମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ସମତେ ୧୩ ଜଣଙ୍କ ଦୁର୍ଘଟଣାଜନୀତ ମୃତ୍ୟୁରେ ଭଦ୍ରକ ବାର ଆସୋସିଏସନ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭାରେ ଗଭୀର ଶୋକପ୍ରକଟ କରାଯାଇଛି। ବାର ଆସୋସିଏସନ କନେଫରେନ୍ସ ହଲ ପରିସରରେ ବାର ସଭାପତି ଦିଲ୍ଲୀପ ମହାପାତ୍ରଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ଆଇନଜୀବୀ ନିରାକାର ଜେନା, ଅରୁଣ ଚାନ୍ଦ, ବସନ୍ତ ଦାସ, ସନ୍ତୋଷ ଆଚାର୍ଯ୍ୟ, ରାଧାରାଣୀ ମହାପାତ୍ର, ବାର ଉପସଭାପତି କରୁଣାକର ଦାଶ, ବାର ସାଧାରଣ ସଂପାଦକ ଜିତେନ୍ଦ୍ର କୁମାର ପଣ୍ଡା, କାହ୍ନୁ ବାରିକ, ଗଣେଶ ଦାସ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ରାୱତ୍ ଥିଲେ ଜଣେ ଭାରତ ମାତାର ସୁଯୋଗ୍ୟ ସନ୍ତାନ। ତାଙ୍କ ଆକସ୍ମିକ ବିୟୋଗ ଯୋଗୁଁ ଦେଶ ଆଜି ସ୍ତବ୍ଧ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିକୁଞ୍ଜ ପୁହାଣ, ସୁରେନ୍ଦ୍ର କର, ଅଭୟ ସେଠୀ, ଅଶୋକ ନାୟକ, ସଂଗ୍ରାମ ଜେନା, ସଂଜୟ ନାୟକ, ସେକ୍ ସାହଜୁଦ୍ଦିନଙ୍କ ସମେତ ଶତାଧିକ ଆଇନଜୀବୀମାନେ ଯୋଗଦେଇ ସିଡିଏସଙ୍କ ବିୟୋଗରେ ଶୋକ ପ୍ରକାଶ କରିଥିଲେ। ପ୍ରଥମେ ୰ ରାୱତଙ୍କ ଉଦ୍ଦେଶ୍ୟରେ ଏକ ନୀରବ ପ୍ରାର୍ଥନା କରାଯିବା ସହ ଶ୍ରୀ ରାୱତଙ୍କ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ବାର ପକ୍ଷରୁ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଦାବି କରାଯାଇଛି। ସେହିପରି ଶ୍ରୀ ରାୱତ୍ ଭାରତୀୟ ସେନାବାହିନୀର ଜଣେ ଅଦ୍ୱିତୀୟ ଯୋଦ୍ଧା ଥିଲେ। ତେଣୁ ତାଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ମରୋଣତ୍ତର ଭାରତ ରତ୍ନ ଉପାଧି ଦେବାକୁ ବାର ସାଧାରଣ ସଂପାଦକ ଶ୍ରୀ ପଣ୍ଡା ଦାବି କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.