Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟରେ ଆନ୍ତଃଜାତୀୟ ମାନବ ଅଧିକାର ଦିବସ ପାଳିତ

କେନ୍ଦ୍ରାପଡା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟରେ ଆନ୍ତଃଜାତୀୟ ମାନବ ଅଧିକାର ଦିବସ ପାଳିତ

19

କେନ୍ଦ୍ରାପଡ଼ା, ୧୦ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଆନ୍ତଃଜାତୀୟ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି। ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ମଧୁସୂଦନ କାମିଲା ସଭାପତିତ୍ୱ କରିଥିଲେ। ମୁଖ୍ୟ ବକ୍ତାଭାବରେ ପ୍ରାଧ୍ୟାପକ ଦିଲ୍ଲୀପ କୁମାର ମହାନ୍ତି ଯୋଗଦେଇ ମାନବ ଅଧିକାରର ଗୁରୁତ୍ୱ ଓ ତତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଏହି ସଭାରେ ରାଜନୀତି ବିଜ୍ଞାନର ଅନ୍ୟତମ ଅଧ୍ୟାପକ ରାକେଶ କୁମାର ସାହୁ ମିଳିତ ଜାତିସଂଘରେ ମାନବ ଅଧିକାର ଘୋଷଣା ନାମାର ଐତିହାସିକ ବିବରଣୀ ପ୍ରଦାନ କରିଥିଲେ। ଶେଷରେ ରାଜନୀତି ବିଜ୍ଞାନର ବରିଷ୍ଠ ଅଧ୍ୟାପକ ପ୍ରକାଶ ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.