Home ଓଡ଼ିଶା ରାମ ମନ୍ଦିର ନିର୍ମାଣ କାର୍ଯ୍ୟପାଇଁ ଶ୍ରୀକ୍ଷେତ୍ର ରୁ ପଚଂତୀର୍ଥ ଜଳ ଓ ମହାପ୍ରସାଦ ପଠାଗଲା

ରାମ ମନ୍ଦିର ନିର୍ମାଣ କାର୍ଯ୍ୟପାଇଁ ଶ୍ରୀକ୍ଷେତ୍ର ରୁ ପଚଂତୀର୍ଥ ଜଳ ଓ ମହାପ୍ରସାଦ ପଠାଗଲା

228

ପୁରୀ ୩୦-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ ) ଆଗାମୀ ଅଗଷ୍ଟ ୫ ତାରିଖରେ ରାମଜନ୍ମଭୂମୀ ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାର ପାଇଁ ଶୀଳାନ୍ୟାସ ଓ ପୂଜନ ମହୋତ୍ସବ କାରାଯିବ। ଏନେଇ ବିଶ୍ୱ ହିନ୍ଦୁ ପରିଷଦ ପୁରୀ ଶାଖା ପକ୍ଷରୁ ଶ୍ରୀରାମ ମନ୍ଦିର ଟ୍ରଷ୍ଟ୍ ଓ ସାଧୁସନ୍ଥଙ୍କ ଆହ୍ୱାନ କ୍ରମେ ଶ୍ରୀ ଜଗନ୍ନାଥ ଧାମରୁ ପବିତ୍ର ମୂର୍ତ୍ତିକା ପଠାଯାଇଛି, ଏଥିସହ ପବିତ୍ର ପଚଂତୀର୍ଥ ର ଜଳ, ଶ୍ରୀମହାପ୍ରସାଦ, ନୀଳଚକ୍ର ବାନା, କୋଇଲି ବୈକୁଣ୍ଠ ମୂର୍ତ୍ତିକା, କଳ୍ପବଟ ମୂଳ ମୂର୍ତ୍ତିକା, ସାକ୍ଷୀଗୋପାଳ, ବୀରଗୋବିନ୍ଦ ପୁର ଦକ୍ଷୀଣକାଳୀ ଶୀରୁଡି ମହାବୀର ର ପବିତ୍ର ମୂର୍ତ୍ତିକାକୁ ମଧ୍ୟ ସଂଗ୍ରହ କରାଯାଇ ପଠାଯାଇଛି। ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଏ ନେଇ ଶ୍ରୀମନ୍ଦିର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.