Home ଜିଲ୍ଲା ପରିକ୍ରମା ରାମ ମନ୍ଦିରରୁ ତାଲା ଭାଙ୍ଗି ଅଳଙ୍କାର ଚୋରି

ରାମ ମନ୍ଦିରରୁ ତାଲା ଭାଙ୍ଗି ଅଳଙ୍କାର ଚୋରି

44

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତାଲା ଭାଙ୍ଗି ମନ୍ଦିରରୁ ଚୋରି କରିଛନ୍ତି ଠାକୁରଙ୍କ ଅଳଙ୍କାର । ଏଠାରେ ସୂଚନାଯୋଗ୍ୟ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଦଇସିଂ ଗ୍ରାମପଞ୍ଚାୟତ ସାଳନ୍ଦୀ ନଦୀ କୂଳରେ ଥିବା ରାମ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ମନ୍ଦିର ଚାବି ଭାଙ୍ଗି ଚୋରି ହୋଇଛି । ରାମ, ଲକ୍ଷ୍ମଣ ଓ ସୀତାଙ୍କର ୩ଟି ମୂଲ୍ୟବାନ ରୂପା ମୁକୁଟ ଚୋରି କରିବା ସହ ମନ୍ଦିର ଭିତରେ ଥିବା ଭେଟି ଟଙ୍କା ନେଇଯାଇଛନ୍ତି । ସ୍ଥାନୀୟ ଲୋକେ ସକାଳୁ ମନ୍ଦିର ତାଲା ଭଙ୍ଗାଯାଇଥିବା ଦେଖିଥିଲେ । ମନ୍ଦିର ପୂଜାରୀ ଗ୍ରାମାଞ୍ଚଳ ଥାନାରେ ଚୋରି ନେଇ ଲିଖିତ ଏତଲା ଦେଇଛନ୍ତି । ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.