Home ଜିଲ୍ଲା ପରିକ୍ରମା ଅଲ୍‌ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସାମୁଖ୍ୟ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ

ଅଲ୍‌ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସାମୁଖ୍ୟ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ

72

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଧୂଷୁରୀ ପୂଜ୍ୟ ପୂଜା ସଂସଦ ପରିସରରେ ଆଜି ପୂର୍ବାହ୍ନରେ ବିଜୁ ଶ୍ରମିକ ସାମୁଖ୍ୟ (ବିଏସ୍‌ଏସ୍‌) ଦ୍ୱାରା ଅନୁମୋଦିତ ଅଲ୍‌ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସାମୁଖ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବରେ ସାଂସଦ ମଞ୍ଜୁଲତା ମଣ୍ଡଳ ଯୋଗଦେଇ ଅଙ୍ଗନୱାଡ଼ି କର୍ମୀ ଛୋଟ ଛୋଟ ପିଲାମାନଙ୍କର ଯେପରିଭାବରେ ଯତ୍ନ ନେଉଛନ୍ତି ସେମାନଙ୍କର ପରିଶ୍ରମର ଫଳ ସେପରି ପାଉ ନାହାନ୍ତି । ତେବେ ସେମାନଙ୍କୁ ଉଚିତ୍ ଶ୍ରମର ମୂଲ୍ୟ ପାଇଁ ମୁଁ ଚେଷ୍ଟା କରିବି ବୋଲି ସାଂସଦ ତାଙ୍କ ବକ୍ତବ୍ୟରେ କହିଥିଲେ । ଜିଲ୍ଳା ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ପାତ୍ର ଯୋଗଦେଇ କହିଥିଲେ ଯେ ୨୦୧୮ ମସିହା ସେପ୍ଟେମ୍ବର ୨୩ତାରିଖରେ ଏହି ସାମୁଖ୍ୟ ଗଠନ ହୋଇଥିବାବେଳେ ବର୍ତ୍ତମାନ ସୁଧା ୩୦ଜିଲ୍ଳାରେ ଏହି ସଂଗଠନ କାର୍ଯ୍ୟକରୁଛି । ସଂଗଠନର ଦାବି ଅନୁଯାୟୀ ରାଜ୍ୟ ସରକାର ଅଙ୍ଗନୱାଡ଼ି କର୍ମୀଙ୍କର ୬୦ବର୍ଷରୁ ୬୨ବର୍ଷ ବୃଦ୍ଧି, ସୁପରଭାଇଜର ପ୍ରମୋସନ ୩୦%ରୁ ୫୦ଭାଗ ବୃଦ୍ଧି, ଅବସରକାଳୀନ ଭତ୍ତା ୨୦ହଜାର ମଞ୍ଜୁର କରାଇବାରେ ସଂଗଠନ ସଫଳ ହୋଇଛି ବୋଲି ଶ୍ରୀମତୀ ପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ । କେନ୍ଦ୍ର ସରକାର ଜାତୀୟ ଶିକ୍ଷା ନୀତିରେ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ଷ୍ପଷ୍ଟିକରଣ ନକରି ତାଙ୍କୁ ଅଧିକ ଖଟାଉଛନ୍ତି ବୋଲି ସାମୁଖ୍ୟର ରାଜ୍ୟ ସମ୍ପାଦକ ବିଶ୍ୱଜିତ୍ ବେହେରା ତାଙ୍କ ବକ୍ତବ୍ୟରେ କହିଥିଲେ ।

ଏହି ଅବସରରେ ବିଜେଡ଼ି ବ୍ଲକ ସଭାପତି ଉମେଶଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ତିହିଡ଼ି ପଂଚାୟତ ସମିତି ଅଧ୍ୟକ୍ଷା ଶୁଶ୍ରୀ ବିଦ୍ୟୁତ୍‌ଲତା ନାୟକ, ସମିତିସଭ୍ୟ ହରେକୃଷ୍ଣ ପାଢୀ, ପ୍ରଦୀପ କୁମାର ମଲ୍ଲିକ, ବିବିସିସିର ପୂର୍ବତନ ସଭାପତି ରଘୁନାଥ ଲେଙ୍କା, ସାମୁଖ୍ୟର ଜିଲ୍ଳା ସଂଯୋଜିକା ପୁଷ୍ପିତା ମହାନ୍ତି, ପ୍ରମିଳା ପାଢୀ, ଅଙ୍ଗନୱାଡ଼ି କର୍ମୀ ଜ୍ୟୋସ୍ନାରାଣୀ ପଣ୍ଡା, ଲିପ୍ସା ନାୟକ, ମଧୁସ୍ମିତା ପତି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଆଗାମୀ ଦିନରେ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ, ଖାଦ୍ୟସୁରକ୍ଷାରେ ଅନ୍ତର୍ଭୁକ୍ତ, ଅଙ୍ଗନୱାଡ଼ି କର୍ମୀଙ୍କୁ ସୁରକ୍ଷା ଓ ଏସ୍‌ଏମ୍‌ଟି ମୂଲ୍ୟ ବୃଦ୍ଧି ଆଦି ସାମୁଖ୍ୟ ଦାବି କରିବୋଲି ବୈଠକରେ ଉପସ୍ଥାପନ କରାଯାଇଥିଲା । ଏହି ଅବସରରେ ଧାମନଗର ବ୍ଲକର ସାମୁଖ୍ୟର କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା । ସର୍ବସମ୍ମତିକ୍ରମେ ସଭାନେତ୍ରୀ ଜ୍ୟୋସ୍ନାରାଣୀ ପଣ୍ଡା, କାର୍ଯ୍ୟକାରୀ ସଭାନେତ୍ରୀ ପ୍ରମିଳା ଶଙ୍ଖୁଆ, ଉପସଭାନେତ୍ରୀ ପ୍ରଣତି ପଣ୍ଡା, ତିଳୋତ୍ତମା ବାରିକ ଓ ସୁଶମା ମହାପାତ୍ର, ସମ୍ପାଦିକା ମଧୂସ୍ମିତା ପତି, ସହସମ୍ପାଦିକା ଜ୍ୟୋସ୍ନାରାଣୀ ବିଶ୍ୱାଳ ଓ ସୁଶ୍ରୀସଂଗୀତା ପଣ୍ଡା, ସଂଗଠନ ସମ୍ପାଦିକା ପ୍ରମିଳା ଦାସ, କୋଷାଧ୍ୟକ୍ଷା ମିରାରାଣୀ ପାଣିଗ୍ରାହୀ ଓ ଆଡ଼ଭାଇଜର ଭାବେ ପ୍ରଭାତୀ ମିଶ୍ର ମନୋନୀତ ହୋଇଥିଲେ । ପୂର୍ବତନ ସମିତିସଭ୍ୟ କୂଳମଣୀ ବେହେରା ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ବିଜୁ ମହିଳା ସଭାନେତ୍ରୀ ତନୁଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.