Home ଜିଲ୍ଲା ପରିକ୍ରମା ବିଜେପି ପଞ୍ଚାୟତ ନିର୍ବାଚନରେ ବିଜେଡିର ଦୁର୍ନୀତି ପ୍ରସଙ୍ଗରେ ଲୋକଙ୍କ ପାଖକୁ ଯିବ

ବିଜେପି ପଞ୍ଚାୟତ ନିର୍ବାଚନରେ ବିଜେଡିର ଦୁର୍ନୀତି ପ୍ରସଙ୍ଗରେ ଲୋକଙ୍କ ପାଖକୁ ଯିବ

45

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଦୁଇଦିନ ଧରି ବିଜେପିର ସାଂଗଠନିକ କର୍ମଶାଳା ଭଦ୍ରକଠାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଦଳର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏବଂ ଭଦ୍ରକ ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ବିରୋଧୀ ଦଳର ଉପନେତା ତଥା ଼ଧାମନଗର ବିଧାୟକ ବିଷ୍ଣୁ ସେଠୀ, ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ନେତା ଡାକ୍ତର ପ୍ରଦୀପ ନାୟକ, ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ନେତା ବଦ୍ରିନାରାୟଣ ଧଳ, ବାସୁଦେବପୁର ବିଧାନସଭା ନେତା ନର୍ବିାଚନ ମଣ୍ଡଳୀ ନେତା ମାଧବାନନ୍ଦ ମଲ୍ଲିକ, ଭଦ୍ରକ ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢୀ, ଭଦ୍ରକ ସଂସଦୀୟ କ୍ଷେତ୍ର ନେତା ଅଭିମନ୍ୟୁ ସେଠୀ, ଭଦ୍ରକ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ମନୋଜ ମଲ୍ଲିକ, ଶଶୀକାନ୍ତ ବିଶ୍ୱାଳ, ଦୁର୍ଗାପ୍ରସନ୍ନ ଦାସ ପ୍ରମୁଖ ଏକ ମାରାଥନ ବୈଠକ ସାମିଲ ହୋଇ କିପରି ପଞ୍ଚାୟତ ନିର୍ବାଚନ ଲଢାଯିବ ସେ ବିଷୟରେ ବିଚାର ବିମର୍ଷ କରିଥିଲେ । ଉପରୋକ୍ତ ନେତୃମଣ୍ଡଳୀ ମିଳିତ ଭାବେ କିପରି ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି କରାଯିବ ସେ ବିଷୟରେ ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିଥିଲେ । ପ୍ରଥମେ ତୃଣମୂଳ ସ୍ତରରେ ୱାର୍ଡ କମିଟିମାନ ଗଠନ କରାଯିବ, ତା’ପରେ ପଞ୍ଚାୟତ କମିଟି ଗଠନ କରାଯିବ, ତା’ପରେ ମଣ୍ଡଳ କମିଟି କରାଯିବ ବୋଲି ବୈଠକରେ ସ୍ଥିରିକୃତ ହୋଇଥିଲା ।

ପ୍ରତ୍ୟେକ ୱାର୍ଡ କମିଟିରେ ଅନ୍ୟୁନ ୧୫ଜଣ କାର୍ଯ୍ୟକର୍ତ୍ତା ରହିବେ ବୋଲି ନିଷ୍ପତି ନିଆଯାଇଥିଲା । ପଞ୍ଚାୟତ ସଂରକ୍ଷଣ ତାଲିକା ପ୍ରକାଶ ପାଇ ସାରିଥିବା ବେଳେ ଏହା ବିରେଧରେ ଆସନ୍ତା ୧୬ ତାରିଖ ମଧ୍ୟରେ ଅଭିଯୋଗ ଦାଖଲ କରିବାକୁ ସରକାର ଧାର୍ଯ୍ୟ କରିଥିବାରୁ ଏ ସଂକ୍ରାନ୍ତରେ ଆଇନଗତ ଦିଗ ସମ୍ପର୍କରେ କର୍ମଙ୍କୁ ଅବଗତ କରାଇବାକୁ ବଦ୍ରି ନାରାୟଣ ଧଳ ଏବଂ ମନୋଜ ମଲ୍ଲିକଙ୍କୁ ଏହାର ଦାୟିତ୍ୱ ପ୍ରଦାନ କରାଯାଇଥିଲା । କର୍ମଶାଳାର ଦ୍ୱିତୀୟ ସଭାରେ ଜିଲ୍ଲାର ସମସ୍ତ ମୋର୍ଚ୍ଚାର ସଭାପତିମାନଙ୍କ ସହ ଜିଲ୍ଲା ପ୍ରଭାରୀ ଏବଂ ରାଜ୍ୟ ସାଧାରଣ ସମ୍ପାଦକ ବିଚାର ବିମର୍ଶ କରିଥିଲେ । ଆଗାମୀ ୧୫ ଦିନ ମଧ୍ୟରେ ସମସ୍ତ ମଣ୍ଡଳ କମିଟି କେମିତି ଗଠନ କରାଯିବ ସେ ବିଷୟରେ ମୋର୍ଚ୍ଚାର ସଭାପତିମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଏହି କମିଟିମାନ ହୋଇ ସାରିବା ପରେ ପ୍ରତ୍ୟେକ ମଣ୍ଡଳରେ ସାଧାରଣ ସଭାମାନ କରାଯିବ ବୋଲି ବୈଠକରେ ସ୍ଥର ହୋଇଥିଲା । ପରେ କର୍ମକର୍ତ୍ତାମାନେ ଭଣ୍ଡାରିପୋଖରୀର ଏକ ପଞ୍ଚାୟତକୁ ଗସ୍ତ କରି ସେଠାରେ ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କ ସହ ମତ ବିନିମୟ କରିଥିଲେ । ସମସ୍ତ କର୍ମୀ ବିଜେଡିର ଆବାସ ଦୁର୍ନୀତି, ପାଇଖାନା ଦୁର୍ନୀତି ଏବଂ ପଞ୍ଚଦଶ ଅର୍ଥ କମିଶନରେ ପଞ୍ଚାୟତକୁ ଆସିଥିବା ଟଙ୍କା କିପରି ହରିଲୁଟ ହୋଇଛି ସେ ବିୟେରେ ବିସ୍ତୃତ ଭାବରେ ପ୍ରକାଶ କରିଥିଲେ । କର୍ମଶାଳାର ଦ୍ୱିତୀୟ ଦିବସରେ ଜିଲ୍ଲା ପ୍ରଭାରୀ, ରାଜ୍ୟ ସମ୍ପାଦକ, ଜିଲ୍ଲା ସଭାପତି, ଜିଲ୍ଲା ଉପସଭାପତି, ସାଧାରଣ ସମ୍ପାଦକମାନେ ବିଜେପିର ପୂର୍ବତନ ସଭାପତି ରାୟ ରାମାନନ୍ଦ ମହାପାତ୍ରଙ୍କୁ ତାଙ୍କ ବାସଭବନରେ ତାଙ୍କୁ ସାକ୍ଷାତ କରି ତାଙ୍କର ସୁଚିନ୍ତିତ ମତାମତ ନେଇଥିଲେ ।

ପରେ ଏକ ବାଇକ ଶୋଭାଯାତ୍ରାରେ ଯାଇ ମା’ ଭଦ୍ରକାଳୀଙ୍କ ଦର୍ଶନ କରି ମା’ଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ । ଖଣ୍ଡତଡ଼ା ପଞ୍ଚାୟତରେ କିପରି ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ କାର୍ଡ ତିଆରି କରି ଲୋକମାନଙ୍କୁ ମାଗଣାରେ ଦେଉଥିବା କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଭଦ୍ରକ ଠାରେ ଭଦ୍ରକ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ କର୍ମଶାଳା ସୀତାରାମ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ କର୍ମୀମାନଙ୍କୁ କିପରି ପଞ୍ଚାୟତ ନିର୍ବାଚନ ଲଢାଯିବ, ସେ ବିଷୟରେ ସୁଚିନ୍ତିତ ମତାମତ ଦେଇଥିଲେ । ୱାର୍ଡ ସ୍ତରରୁ କମିଟି ମାନ ଗଠନ ହେଲେ ବିଜେପିର ବିଜୟ ସୁନିଶ୍ଚିତ ହେବ ବୋଲି ମତ ପ୍ରକାଶ ପାଇଥିଲା । ପରେ ପ୍ରତ୍ୟେକ ମଣ୍ଡଳର ପ୍ରଭାରୀ ଏବଂ ମୋର୍ଚ୍ଚାର ପ୍ରଭାରୀମାନଙ୍କ ସହ ବିଭିନ୍ନ ସାଂଗଠନିକ ଆଲୋଚନା କରିଥିଲେ । ଏହି ଆଲୋଚନାରେ ମହିଳାମୋର୍ଚ୍ଚା ପ୍ରଭାରୀ ଭଗବାନ ପଣ୍ଡା, ଯୁବମୋର୍ଚ୍ଚା ପ୍ରଭାରୀ ଶରତ ପଢିଆରୀ, ଓବିସି ମୋର୍ଚ୍ଚା ପ୍ରଭାରୀ ବୁଦ୍ଧଦେବ ଜେନା ପ୍ରମୁଖ ଭାଗ ନେଇ ମତାମତ ପ୍ରଦାନ କରିଥିଲେ । ଏଥିଷର ପଞ୍ଚାୟତ ନିର୍ବାଚନରେ ବିଜେଡିର ବ୍ୟାପକ ଦୁର୍ନୀତି ଏବଂ କେନ୍ଦ୍ର ଦେଉଥିବା ପାଣ୍ଠିର ହରିଲୁଟ ବିଷୟରେ ଲୋକମାନଙ୍କୁ ଅବଗତ କରାଯାଇ ନିର୍ବାଚନ ଲଢାଯିବ ବୋଲି ସ୍ଥିର ହୋଇଛି । ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପି ଦଳ ପକ୍ଷରୁ ୱାର୍ଡ ସ୍ତରରୁ ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଦିଆଯିବାକୁ ସ୍ଥିର କରାଯାଇଥିଲା ।ଏହି କର୍ମଶାଳାରେ ବିଜେପିର ଜିଲ୍ଲା ଉପସଭାପତି ଶ୍ରୀହର୍ଷ ସ୍ୱାଇଁ, ଅଶୋକ ପରିଜା, ମିଡିଆ ସେଣ୍ଟର ସଭାପତି, ବୌଦ୍ଧିକ ସେଣ୍ଟର ସଭଭାପତି. ଲିଗାଲ ସେଲ ସଭାପତି, ସୋସିଆଲ ମିଡିଆ ସେଲ ସଭାପତି, ଆଇଟି ସେଲ ସଭାପତି ପ୍ରମୁଖ ଯୋଗ ଦେଇଥିଲେ । ମଣ୍ଡଳ ସଭାପତି ପ୍ରଭାକର ସାମଲ, ଉତ୍ତମ ପାତ୍ର, ଆଦିକନ୍ଦ ନାୟକ, ନାରାୟଣ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.