Home ଜିଲ୍ଲା ପରିକ୍ରମା ରାମେଶ୍ୱର ସାହିତ୍ୟ ସଂସଦର ସ୍ୱତନ୍ତ୍ର ଆଲୋଚନା ଚକ୍ର

ରାମେଶ୍ୱର ସାହିତ୍ୟ ସଂସଦର ସ୍ୱତନ୍ତ୍ର ଆଲୋଚନା ଚକ୍ର

53

ଭଦ୍ରକ, ୧୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାମେଶ୍ୱର ସାହିତ୍ୟ ସଂସଦର ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ର ସ୍ଥାନୀୟ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ନିଶାକର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ର ପ୍ରାରମ୍ଭରେ ଆବାହକ ପ୍ରମୋଦ ସ୍ୱାଇଁ ପ୍ରାରମ୍ଭିିକ ସୂଚନା ଦେଇଥିବାବେଳେ କାର୍ଯ୍ୟକାରୀ ସଭାପତି ଶ୍ରୀ ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଂପାଦକ ପ୍ରଫେସର ଡ. ବଳରାମ ମିଶ୍ର ପୂର୍ବ ଆଲୋଚନା ଚକ୍ରର ବିବରଣୀ ପାଠ କରିବା ସହ ଅତିଥି ବକ୍ତା ପ୍ରଫେସର କ୍ଷୀରୋଦ କୁମାର ସାମଲଙ୍କ ପରିଚୟ ପ୍ରଦାନ କରିଥିଲେ । ସଂକ୍ରାନ୍ତି ପୁରୁଷ ଫକୀର ମୋହନ ସେନାପତିଙ୍କ ସାରସ୍ୱତ ସାଧନା ସ୍ଥାନୀୟ ଭୂଗୋଳକୁ ଅତିକ୍ରମ କରି କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତର ପ୍ରିୟତମ ଲେଖକ ଭାବେ ପରିଗଣିତ ହୋଇଥିବାର ଯଥାର୍ଥତା ପ୍ରତିପାଦନ କରି ପ୍ରଫେସର ସାମଲ ତାଙ୍କ ବାଲ୍ୟ ଜୀବନ ଉପରେ ଆଲୋକପାତ କରିଥିଲେ । ତାଙ୍କ ରଚିତ ରେବତୀ, କୁଳ କୁନ୍ତଳା, ଡାକ ମୁନସି, ରାଣ୍ଡିପୁଅ ଅନ୍ତା, ପେଟେଣ୍ଡ ମେଡିସିନ୍ ଭଳି କଥା କାହାଣୀରେ ସ୍ଥୂଳଭାଷାର ସୂକ୍ଷ୍ମ ପ୍ରୟୋଗର ନିପୁଣତାକୁ ସେ ଅତ୍ୟନ୍ତ ସାବଲୀଳ ଭାବେ ବ୍ୟାଖ୍ୟା କରିଥିଲେ । ଏହାପରେ ବୃଷାଶନ ଗାହାଣ ଓ ମୋହିନୀ ମୋହନ ମହାପାତ୍ରଙ୍କ ସଂଯୋଜନାରେ କବିତା ଓ ପ୍ରବନ୍ଧ ପାଠସୋôବ ଅନୁଷ୍ଠିତ ହୋଇଥିଲା । ସଂସଦର ସଭ୍ୟ ସପନ କୁମାର ଚାଟାର୍ଜୀ, ସୁଦର୍ଶନ ବାରିକ, ଜୟନ୍ତ କୁମାର ମହାପାତ୍ର, ରଘୁନାଥ ସ୍ୱାଇଁ, ବସନ୍ତ କୁମାର ମହାପାତ୍ର, ଗୋପାଳ ଚରଣ ମୁଖୀ, ଅମୀୟ କୁମାର ମହାପାତ୍ର, ରାମଚନ୍ଦ୍ର ପଣ୍ଡା, ଅଶୋକ କୁମାର ଦାସଙ୍କ ଦେଶ ବନ୍ଦନା ଗାନ କରିଥିଲେ । ଗୌରାଙ୍ଗ ଚନ୍ଦ୍ର ବାରିକ, ଅନନ୍ତ ଚନ୍ଦ୍ର ଖୁଣ୍ଟିଆ, ପଣ୍ଡିତ ରତ୍ନାକର ଜଗବନ୍ଧୁ ଦାସ, ଦୁର୍ଯ୍ୟୋଧନ ଖୁଣ୍ଟିଆ, ରବିନାରାୟଣ ମହାନ୍ତି, ଭାବଗ୍ରାହୀ ଦାସ ଓ କୃଷ୍ଣଚନ୍ଦ୍ର ରାଉଳ ପ୍ରମୁଖ ଏହି ପାଠୋତ୍ସବ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଡ. ରାଇମୋହନ ମହାପାତ୍ର ସମକାଳୀନ ସାହିତ୍ୟର ପରମ୍ପରା ଉପରେ ଆଲୋକପାତ କରିବା ପରେ ସଭା ଶେଷ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.