Home ଜିଲ୍ଲା ପରିକ୍ରମା ଆମ ପରିବାରର ରାଜ୍ୟସ୍ତରୀୟ ଦିବ୍ୟ ଦୀପ କାର୍ଯ୍ୟକ୍ରମ, ସନ୍ଥମହାତ୍ମାଙ୍କ ଦିବ୍ୟାଲୋକରେ ସଂସାର ସଂସ୍କାରିତ ହୋଇଥାଏ

ଆମ ପରିବାରର ରାଜ୍ୟସ୍ତରୀୟ ଦିବ୍ୟ ଦୀପ କାର୍ଯ୍ୟକ୍ରମ, ସନ୍ଥମହାତ୍ମାଙ୍କ ଦିବ୍ୟାଲୋକରେ ସଂସାର ସଂସ୍କାରିତ ହୋଇଥାଏ

31

ଭଦ୍ରକ, ୧୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଅଗ୍ରଣୀ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସଙ୍ଗଠନ ‘ଆମ ପରିବାର’ ପକ୍ଷରୁ ଭୁବନେଶ୍ୱର ଭରତପୁରସ୍ଥିତ ମା’ ମାଳିମ ବନଦୁର୍ଗା ମନ୍ଦିର ପରିସରରେ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏକ ଆଧ୍ୟାତ୍ମିକ ପରିବେଶରେ ବିଶିଷ୍ଟ ପ୍ରବଚକ ପଣ୍ଡିତ ବିଶ୍ୱନାଥ ଶତପଥୀ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଲେ, ସମାଜରେ କଳି କଳୁଷ ବଢିବଢି ଚାଲିଛି । ତେବେ ସାଧୁସନ୍ଥ ମାନେ ସେମାନଙ୍କ ସାଧନା ତଥା ଜ୍ଞାନାଲୋକ ବିତରଣ ଦ୍ୱାରା ସମାଜର ଯାବତୀୟ କର୍ମକୁ ସଂସ୍କାରିତ କରି ଦିଗଦର୍ଶନ ଦେଇପାରିବେ । ମୁଖ୍ୟଅତିଥି ଓଡ଼ିଶା ମାନବାଧିକାର ସୁରକ୍ଷା ମଞ୍ଚ ସଭାପତି ସ୍ୱାମୀ ବିଜୟାନନ୍ଦଜୀ ମହାରାଜ ଯୋଗଦେଇ ସମାଜରେ ହେଉଥିବା ବ୍ୟଭିଚାରକୁ ଘୋର ନିନ୍ଦା କରିବା ସହିତ ଆମ ପରିବାରର ଦିବ୍ୟଦୀପ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବେ ୱାଲର୍ଡ଼ ରେକିମିଶନର ପ୍ରତିଷ୍ଠାତା ବିଜ୍ଞାନୀ ଗୁରୁ ଶ୍ରୀସନ୍ଥ ତାଙ୍କ ବକ୍ତବ୍ୟରେ ମଣିଷ ଜୀବନ ଦୁର୍ଲ୍ଲଭ । ଜଣେ ଭଲ କିମ୍ବା ମନ୍ଦ ମଣିଷ ହେବ ତାହା ତାର ଚିନ୍ତାଧାରା ଉପରେ ନିର୍ଭର କରିଥାଏ । ତେବେ ସକରାତ୍ମକ ଚିନ୍ତାଧାରା ନେଇ କାର୍ଯ୍ୟ କଲେ ସମାଜର ଉନ୍ନତି ହୋଇ ପାରିବ । ଅନ୍ୟମାନଙ୍କ ମଧ୍ୟରେ ମହାମଣ୍ଡଳେଶ୍ୱର କିନ୍ନର ସଂଘ ରାଜ୍ୟ ନେତ୍ରୀ ମୀରା ପରିଡ଼ା, କିନ୍ନର ଦେବକୀ, ବାସନ୍ତୀ, ମେନକା, ସୁଇଟ, କବୟିତ୍ରୀ ବନ୍ଦନା ହରିଚନ୍ଦନ, ଯାତ୍ରା ଖଳନାୟକ ଦୈତାରୀ ପଣ୍ଡା, ସମାଜସେବୀ ଧୀରେନ ରାଉତରାୟ, ଖୋର୍ଦ୍ଦା ତହସିଲଦାର ପଦ୍ମ ଚରଣ ସାହୁ, ଅଗ୍ନିହୋତ୍ରୀ ଶ୍ରୀଶ୍ରୀ ଭୈରବାନନ୍ଦ ସରସ୍ୱତୀ ମହାରାଜ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଦିବ୍ୟାଙ୍ଗ ହରିହର ଦେଓ, ସିନେ ପ୍ରଯୋଜକ ବିଶ୍ୱଜିତ ମହାନ୍ତି, ସିନେ ଅଭିନେତା ଜଗା ପଣ୍ଡା, ପଞ୍ଚାନନ ପାଣିଗ୍ରାହୀ, ଅଭିନେତ୍ରୀ ସୋନାଲିକା ମହାପାତ୍ର ପ୍ରମୁଖଙ୍କ ସମେତ ବହୁ ସାଧୁସନ୍ଥ, କିନ୍ନର ସମାଜ ଯୋଗଦେଇଥିଲେ । ସଭାକୁ ସଞ୍ଚାଳନ କରିଥିଲେ ଆମ ପରିବାରର କାର୍ଯ୍ୟକାରୀ ସଭାପତି ସାମ୍ବାଦିକ ହେମନ୍ତ ସିଂହ । ପ୍ରାରମ୍ଭରେ ଲକ୍ଷେ ଆଠ ଦୀପଦାନର ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ ଅଡ଼ିଓ ଭିଜୁଆଲ ଦିବ୍ୟଦୀପର ଶୁଭାରମ୍ଭ କରାଯାଇ ବିଭିନ୍ନ କ୍ଷେତ୍ରରେ ପ୍ରତିଭାଧର ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆମ ପରିବାରର ଆବାହକ ସତ୍ୟବ୍ରତ ଜେନାଙ୍କ ତତ୍ୱାବଧାନରେ ବିଶ୍ୱଜିତ କାନୁନଗୋ, ଚନ୍ଦ୍ରକାନ୍ତ ମହାପାତ୍ର, ଅନୀଲ ଦୀକ୍ଷିତ, ଶ୍ରୀକାନ୍ତ ବିଶ୍ୱାଳ, ଗୋପିନାଥ ପାଢୀ, ଶୁଭଲକ୍ଷ୍ମୀ ବିଶ୍ୱାଳ, ଅତସୀ ବାରିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.