Home ଜିଲ୍ଲା ପରିକ୍ରମା ଭଦ୍ରକର ବରିଷ୍ଠ ଆଇନ୍‌ଜୀବୀ ବସନ୍ତ ସ୍ୱାଇଁ ଆଉ ନାହାଁନ୍ତି

ଭଦ୍ରକର ବରିଷ୍ଠ ଆଇନ୍‌ଜୀବୀ ବସନ୍ତ ସ୍ୱାଇଁ ଆଉ ନାହାଁନ୍ତି

25

ଭଦ୍ରକ, ୧୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଜଣେ ବରିଷ୍ଠ ଆଇନ୍‌ଜୀବୀ ବସନ୍ତ କୁମାର ସ୍ୱାଇଁଙ୍କର ଆଜି ୬୫ ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ଘଟିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ସ୍ୱର୍ଗତଃ ସ୍ୱାଇଁ ଗତ କିଛିଦିନ ଧରି ହୃଦଜନିତ ରୋଗରେ ପୀଡିତ ଥିଲେ । ଆଜି ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ସେ ଭଦ୍ରକ ବ୍ଲକ୍ ଅଧୀନସ୍ଥ କୁଣ୍ଡିକାଳି-ମାଳିଅରୁଁଆ ଗ୍ରାମରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏବଂ ପରେ ତାଙ୍କୁ ପରିବାର ଲୋକେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ମଧ୍ୟ ଡାକ୍ତରମାନେ ମୃତ ଘୋଷଣା କରିଥିଲେ । ତାଙ୍କର ମୃତ୍ୟୁରେ ସ୍ଥାନୀୟ ଅଂଚଳ ସମେତ ଜିଲାବ୍ୟାପୀ ଶୋକର ଛାୟା ଖେଳିଯାଇଛି । ବିଶେଷକରି ଭଦ୍ରକ ଜିଲା ଓକିଲ ସଂଘର ଓ ବାର୍ ଆସୋସିଏସନ୍ ପକ୍ଷରୁ ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମରୁ ଅଣାଯାଇ ଭଦ୍ରକ କୋର୍ଟ ପରିସରରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ସେ କେବଳ ଜଣେ ବରିଷ୍ଠ ଅଧିବକ୍ତା ନଥିଲେ, ବିଜେଡିର ଜଣେ ନିର୍ବାଚନ ଅଧିକାରୀ ରହିଥିବା ସହ ଭଦ୍ରକ ଆଇନ୍ ମହାବିଦ୍ୟାଳୟର ପାର୍ଟ ଟାଇମ୍ ଅଧ୍ୟାପକ ଥିଲେ । ଏଥିସହ ଭଦ୍ରକ ଓକିଲ ସଂଘର ପୂର୍ବତନ ଉପସଭାପତି, ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଥାଇ ଜଣେ ମେଳାପୀ ସଂସ୍କୃତି ସଂପନ୍ନ ମଣିଷ ଥିଲେ । ଆଜି ତାଙ୍କର ମର ଶରୀରକୁ ନିଜ ଗ୍ରାମକୁ ନିଆଯିବା ପରେ ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଦୁଇପୁତ୍ର, ପରିବାର ବର୍ଗ ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.