Home ଓଡ଼ିଶା ରାମକୃଷ୍ଣ ପତିଙ୍କ ୩୩ତମ ଶ୍ରାଦ୍ଧୋତ୍ସବ ପାଳନ ପାଇଁ କାର୍ଯ୍ୟକ୍ରମ

ରାମକୃଷ୍ଣ ପତିଙ୍କ ୩୩ତମ ଶ୍ରାଦ୍ଧୋତ୍ସବ ପାଳନ ପାଇଁ କାର୍ଯ୍ୟକ୍ରମ

150

ଭୁବନେଶ୍ୱର, ୧୦-୬ (ଓଡ଼ିଆ ପୁଅ) : ବିଶିଷ୍ଟ ସାମ୍ୟବାଦୀ ନେତା, ପଟିଆବନ୍ଧ ନିର୍ମାଣର ବିଶ୍ୱକର୍ମା ଭୁବନେଶ୍ୱରର ପୂର୍ବତନ ବିଧାୟକ ସ୍ୱର୍ଗତ ରାମକୃଷ୍ଣ ପତିଙ୍କ ୩୩ତମ ଶ୍ରାଦ୍ଧବାର୍ଷିକୀ ତାଙ୍କ ଜନ୍ମସ୍ଥାନ ପୈତୃକ ଗ୍ରାମ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ବଙ୍ଗୁଆରୀ ଗ୍ରାମରେ ଆସନ୍ତା ଜୁନ୍ ୧୫ ତାରିଖ ରଜ ସଂକ୍ରାନ୍ତି ଦିନ ସକାଳ ୮ ଘଟିକା ସମୟରେ ତାଙ୍କ ଗ୍ରାମବାସୀଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ ହେବ। ଏହି ଉତ୍ସବରେ କେନ୍ଦ୍ରାପଡ଼ା ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ତଥା ପୂର୍ବତନ ମହାନଗରପାଳ ଅନନ୍ତ ନାରାୟଣ ଜେନା, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଦିଲ୍ଲୀପ ହାଲି ଓ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଯୋଗଦାନ କରିବାକୁ ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦାନପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ ନିମନ୍ତେ ଗ୍ରାମବାସୀ ତଥା ୱାର୍ଡବାସୀଙ୍କ ତରଫରୁ ଶ୍ରୀ ଭାଗୀରଥି ଭଟ୍ଟ, ଅକ୍ଷୟ କୁମାର ଲେଙ୍କା, ଲକ୍ଷ୍ମୀଧର ବେହେରା, ଯଶୋବନ୍ତ ଓଝା, ପଦ୍ମନାଭ ପଟ୍ଟନାୟକ ଓ ସୁରେନ୍ଦ୍ରନାଥ ଛୋଟରାୟ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.