Home କେନ୍ଦୁଝର ରାମକୃଷ୍ଣପୁରରେ ୨୨୨ଜଣଙ୍କୁ କରୋନା ଟୀକା

ରାମକୃଷ୍ଣପୁରରେ ୨୨୨ଜଣଙ୍କୁ କରୋନା ଟୀକା

33

ହାଟଡ଼ିହି, ୨୫ । ୬ : (ଓଡିଆପୁଅ / ବିକାଶ ବିଶ୍ୱାଳ) ସରକାର ଏବେ ପର୍ଯ୍ୟାପ୍ତ ଟୀକା ଯୋଗାଇ ଦେଇଥିବାବେଳେ କିପରି ତାହାକୁ ସୁଚାରୁରୁପେ ଲୋକ ମାନଙ୍କୁ ଦିଆଯାଇ ପାରିବ ସେନେଇ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରତି ପଞ୍ଚାୟତରେ ଏହି ଶିବିର କରାଯାଇ ଲୋକମାନଙ୍କୁ ଟୀକାକରଣ କରାଯାଉଛି । ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତର ରାମକୃଷ୍ଣପୁର ଠାରେ କରୋନା ଟୀକା ପ୍ରଦାନ ଶିବର କରାଯାଇ ୨୨୨ଜଣଙ୍କୁ କରୋନା ପ୍ରତିଷେଧକ ପ୍ରଦାନ କରାଯାଇଛି । ସ୍କୁଲ ପରିସରରେ ଅନୁଷ୍ଠିତ ଏହି ଶିବିରରେ ସୁପରଭାଇଜର ଶ୍ରୀକାନ୍ତ ପଣ୍ଡା, ଭେକ୍ଟିନେଟର ମୋନାଲୀସା ଘଡେଇ, ଡିଇଓ ସୁପ୍ରଭା ବଳ, ସ୍ୱାସ୍ଥ୍ୟକର୍ମୀ ସନ୍ଧ୍ୟାରାଣୀ ଭୁତିଆ, ପ୍ରମୋଦ କୁମାର ଜେନା, ନୀରଜା ମଞ୍ଜରୀ ପାତ୍ର ପ୍ରମୁଖ ଯୋଗଦେଇ ଟୀକାକରଣ କରିଥିବାବେଳେ ଦୁର୍ଯ୍ୟୋଧନ ସତପଥି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.