Home କେନ୍ଦୁଝର ପିଡିଏସ ଚାଉଳ ମିଳୁନଥିବା ଅଭିଯୋଗରେ ପଞ୍ଚାୟତ ଘେରିଲେ ମହିଳା

ପିଡିଏସ ଚାଉଳ ମିଳୁନଥିବା ଅଭିଯୋଗରେ ପଞ୍ଚାୟତ ଘେରିଲେ ମହିଳା

65

ହାଟଡ଼ିହି, ୨୫ । ୬ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲା ହାଟଡିହି ବ୍ଲକ ହଦଗଡ ପଞ୍ଚାୟତରେ ପିଡିଏସ ସାମଗ୍ରୀ ପ୍ରଦାନରେ ଅନିୟମିତତା ଅଭିଯୋଗ କରି ହିତାଧିକାରୀମାନେ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିବା ସହିତ ତୁରନ୍ତ ବକେୟା ଚାଉଳ ଦେବାକୁ ଦାବି କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ କରୋନା ମହାମାରୀ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିନା ମୁଲ୍ୟରେ ତିନିମାସର ଚାଉଳ ଯୋଗାଇ ଦିଆଯାଇଥିଲା । କିନ୍ତୁ ପଞ୍ଚାୟତ କର୍ତ୍ତୁପକ୍ଷ ଦୁଇମାସର ଚାଉଳ ଦେଇ ଆଉ ଦେଉ ନାହାନ୍ତି । ବାରମ୍ବାର ଅଭିଯୋଗ କରିବାପରେ ଆଜି ଦେବୁ କାଲି ଦେବୁ ବୋଲି କହି ସମୟ ଗଡାଇ ଚାଲିଛନ୍ତି । ଗତକାଲି ହରଡବାଡିର କିଛି ଲୋକ ତିନିମାସର ଚାଉଳ ନେବାପରେ ଗାଁରେ ଏକଥା କହିବାରୁ ଲୋକଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇôତଲା । ସେମାନେ ୱାର୍ଡସଭଞଙ୍କୁ ପଚାରିବାରୁ ସେ ମଧ୍ୟ କିଛି କହିନଥିଲେ । ଫଳରେ ଆଜି ହରଡବାଡି, ମଧୁବନ, ହଦଗଡ ଆଦି ଗ୍ରାମର ଝୁମା ନାଇକ, ନର୍ମଦା ନାଇକ, ହେମଲତା ମୁଣ୍ଡିଆଳି, ସପନି ମୁଣ୍ଡିଆଳି, ଦୌପଦୀ ମୁଣ୍ଡିଆଳି, ଶାନ୍ତି ନାଇକ, ନବିନା ନାଇକ, ଆଶାଲତା ନାଇକ, କୁନ୍ତଳା ନାଇକ, ସାବ ନାଇକ, ପ୍ରେମଲତା ନାଇକ, ସରଧା ନାଇକ, ସବିତା ନାଇକ, ଜ୍ୟୋତ୍ସ୍ନାରାଣୀ ନାଇକ, ଶାନ୍ତି ମୁଣ୍ଡିଆଳି, ମାଳତୀ ନାଇକ, ଭାନୁମତୀ ନାଇକ, ତପ ମୁଣ୍ଡିଆଳି, ସଞ୍ଜୁ ମୁଣ୍ଡିଆଳି, ସରସ୍ୱତୀ ନାଇକ, ପୁଷ୍ପଲତା ନାଇକଙ୍କ ସମେତ ଶହଶହ ମହିଳା ଓ ପୁରୁଷ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ସେମାନଙ୍କୁ ଚାଉଳ ଦେବାକୁ ଦାବି କରିଥିଲେ । ଆମକୁ ତ ଦେଲନାହିଁ ଅନ୍ୟମାନଙ୍କୁ କିପରି ଦେଲ ବୋଲି କହି ପଞ୍ଚାୟତ କାର୍ଯ୍ୟାଳୟକୁ ଘେରାଉକରି ପଞ୍ଚାୟତରେ ଚାଉଳ ବଣ୍ଟା କାର୍ଯ୍ୟକୁ ବନ୍ଦ କରାଇଥିଲେ । ଏହାକୁନେଇ କାର୍ଯ୍ୟାଳୟ ପରିସରରେ ଉତ୍ତେଜନା ଅ୍ରକାଶ ପାଇଥିଲା । ସ୍ଥାନୀୟ ସରପଞ୍ଚ ଅଶୋକ ଜେନା ମଧ୍ୟ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାସହ ଏନେଇ ସେ ଅନେକଥର ବିଡିଓ ଏବଂ ଯୋଗାଣ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି । ଖବରପାଇ ଯୋଗାଣ ଅଧିକାରୀ ଶ୍ୟାମ ମାଝୀ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହିତ ସେମାନଙ୍କ ରେସନଖାତା ଯାଞ୍ଚ କରି ପଦକ୍ଷେପ ନେବାକୁ କହିଛନ୍ତି । ଏ ସମ୍ପର୍କରେ ପଞ୍ଚାୟତର ପିଇଓ ଜିତେନ୍ଦ୍ର କୁମାର ଜେନାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଠିକଭାବେ ସମସ୍ତଙ୍କୁ ଚାଉଳ ଦିଆଯାଉଛି । ଆଜି ମଧ୍ୟ ଦିଆଯାଉଥିଲା ଓ ପ୍ରାୟତ ଲୋକମାନେ ଆସି ନେଇଛନ୍ତି । କିନ୍ତୁ କିଛି ବ୍ୟକ୍ତି ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି ଅଭିଯୋଗ କରୁଛନ୍ତି । ଗତକାଲି ତିନିଜଣ ଲୋକ ସେମାନଙ୍କ ଅସୁବିଧା ଜଣାଇ ଅନୁରୋଧ କରିବାରୁ ତାଙ୍କୁ ଗୋଟିଏ ମାସର ଚାଉଳ ଅଗ୍ରୀମ ଆକାରରେ ଦେଇଦେବାରୁ ଏପରି ସମସ୍ୟା ଦେଖାଦେଇଛି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.