Home ଜିଲ୍ଲା ପରିକ୍ରମା ‘ରାନ୍ଦିଆ ମୋ ସେବା କେନ୍ଦ୍ର’ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

‘ରାନ୍ଦିଆ ମୋ ସେବା କେନ୍ଦ୍ର’ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

340

ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶୁକ୍ରବାରଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ ମୋ ସେବା କେନ୍ଦ୍ର ଲୋକାର୍ପଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲାର ରାନ୍ଦିଆ ପଞ୍ଚାୟତରେ ରାନ୍ଦିଆ ମୋ ସେବା କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡ଼୍‌ରେ ଲୋକାର୍ପଣ କରିଛନ୍ତି। ଏଥି ସହିତ ସେବା କେନ୍ଦ୍ରରୁ ପ୍ରଥମ ଉପଭୋକ୍ତା ଭାବେ ଭଦ୍ରକ ଚରମ୍ପା ବରାଳପୋଖରୀର ଜଣେ ଝିଅ ଗୀତାରାଣି ସେଠୀ, ତାଙ୍କର ହଜି ଯାଇଥିବା ମାଟ୍ରିକ ସାର୍ଟିଫିକେଟ ପୁନର୍ବାର ବୋର୍ଡରୁ ପାଇବା ନିମନ୍ତେ ଆବେଦନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୀତାରାଣିଙ୍କ ସହିତ ଭର୍ଚୁଆଲ ମୋଡ଼୍‌ରେ କଥା ହୋଇଥିଲେ। ରାନ୍ଦିଆ ମୋ ସେବା କେନ୍ଦ୍ରର ଗ୍ରାମ୍ୟ ସ୍ତରୀୟ ପ୍ରଦ୍ୟୋଗୀ ସୌମ୍ୟ ରଂଜନ ମହାପାତ୍ର କେନ୍ଦ୍ର ଦାୟିତ୍ୱରେ ରହିଛନ୍ତି। ଏହି କାର୍ଯ୍ୟକ୍ରମରେ ଭଦ୍ରକ ବିଧାୟକ ସଂଜିବ କୁମାର ମଲ୍ଲିକ, ଜିଲ୍ଲାପାଳ ଡ. ଜ୍ଞାନ ଦାସ, ଭଦ୍ରକ ବ୍ଲକ ଅଧ୍ୟକ୍ଷ ରଘୁନାଥ ଧଳ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ସୂଚନା ଦେଇ ଜିଲ୍ଲାପାଳ କହିଥିଲେ କି ଭଦ୍ରକ ଜିଳ୍ଲାର ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ମୋ ସେବା କେନ୍ଦ୍ର ଖୋଲାଯିବ। ଏହି କେନ୍ଦ୍ରରୁ ଲୋକେ ସେମାନଙ୍କ ନଥିପତ୍ର ଯେପରିକି ଆଧାର କାର୍ଡ, ପାନ କାର୍ଡ, ଜମିବାଡି କାଗଜପତ୍ର, ଜାତିଗତ ପ୍ରମାଣପତ୍ର, ଇନ୍‌କମ୍ ସାର୍ଟିଫିକେଟ ଭଳି ସବୁ ପ୍ରକାରର ସୁବିଧା ପାଇ ପାରିବେ। ଲୋକଙ୍କୁ ପୂର୍ବଭଳି ଆଉ ଦୂର ସ୍ଥାନକୁ ଯିବାକୁ ପଡ଼ିବ ନାହିଁ। ନିଜ ଘର ପାଖରେ ସବୁ ପ୍ରକାର ସୁବିଧା ପାଇଁ ରାଜ୍ୟ ସରକାର ଏହି କେନ୍ଦ୍ର ସ୍ଥାପନ କରିଥିବା କହିଥିଲେ। ସେହିଭଳି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ମଲ୍ଲିକ ରାଜ୍ୟ ସରକାରଙ୍କ ବହୁବିଧ ଉନ୍ନୟନ ଯୋଜନା ମଧ୍ୟରେ ଏକ ଜନହିତକାରୀ ଯୋଜନା ଭାବେ ଆଦୃତ ହେବ ହେବ ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.