Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ପଞ୍ଚାୟତରାଜ ଓ ଲୋକସେବା ଦିବସ ପାଳିତ

ଜିଲ୍ଲାସ୍ତରୀୟ ପଞ୍ଚାୟତରାଜ ଓ ଲୋକସେବା ଦିବସ ପାଳିତ

38

ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶୁକ୍ରବାରଦିନ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ, ପ୍ରବାଦ ପୁରୁଷ, ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ତଥା ପଞ୍ଚାୟତରାଜ ଓ ଲୋକସେବା ଦିବସ ଭଦ୍ରକ ଜିଲ୍ଳା ପ୍ରଶାସନ ପକ୍ଷରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପରିଷଦ ସଭାପତି ଦ୍ୱିଜବର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଡ. ଜ୍ଞାନ ଦାସ ଯୋଗ ଦେଇ ବିଜୁ ପଟ୍ଟନାୟକ ଓଡ଼ିଆ ଜାତିର ମଉଡମଣି ଥିଲେ। ତାଙ୍କ ଶାସନ ସମୟରେ ପାରାଦୀପ ବନ୍ଦର ହେଉ କି ରାଉରକେଲାର ଇସ୍ପାତ କାରଖାନା, ସବୁ କିଛି ଚିର ସ୍ମରଣୀୟ। ସେ ଥିଲେ ଓଡ଼ିଆ ଜାତି ପାଇଁ ସମର୍ପିତ। ଶାସନ କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଯେଉଁଭଳି ମହାନ ଜଣେ ଓଡ଼ିଆ ଭାବେ ତାଙ୍କର ନୀତି ଆଦର୍ଶ ଆହୁରି ମହାନ। ଜଣେ ଦକ୍ଷ ପାଇଲଟ ଭାବେ ତାଙ୍କ ବିମାନ ଓଡ଼ାଣ କ୍ଷମତା ସମଗ୍ର ବିଶ୍ୱ ପାଇଁ ଥିଲା ଚମତ୍କାର। ତାଙ୍କ ଶାସନ ସମୟରେ ପ୍ରଣୀତ ବହୁବିଧ ଯୋଜନା ସର୍ବୋପରି ପଞ୍ଚାୟତିରାଜ ବ୍ୟବସ୍ଥାର ସୁପରିଚାଳନା ପାଇଁ ଆଜି ଓଡ଼ିଶାବାସୀ ଚିର ଗର୍ବିତ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଇନ୍ଦ୍ରମଣି ନାୟକ, ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଜିଲ୍ଳାପରିଷଦ ଉପାଧ୍ୟକ୍ଷା ଜ୍ୟେତ୍ସ୍ନାରାଣି ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଜୁ ପଟ୍ଟନାୟକଙ୍କ ଗୁଣାଦର୍ଶକୁ ନେଇ ବକ୍ତବ୍ୟ ରଖିଥିଲେ। ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ପଞ୍ଚାୟତ ନିର୍ବାଚିତ ପ୍ରତିନିଧିମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.