Home ଜିଲ୍ଲା ପରିକ୍ରମା ଉତ୍କଳ ଫ୍ଲୋର୍‌ମିଲ ଛଟେଇ କର୍ମଚାରୀଙ୍କ ଧାରଣା ସାମୟିକ ପ୍ରତ୍ୟାହୃତ

ଉତ୍କଳ ଫ୍ଲୋର୍‌ମିଲ ଛଟେଇ କର୍ମଚାରୀଙ୍କ ଧାରଣା ସାମୟିକ ପ୍ରତ୍ୟାହୃତ

27

ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଜାନୁଆରୀ ୨ ତାରିଖରୁ ଭଦ୍ରକ ଚରମ୍ପା ଡାହାଣିଗଡ଼ିଆ ସ୍ଥିତ ଉତ୍କଳ ଫ୍ଲୋର୍ ମିଲ ସମ୍‌ୁଖରେ ଧାରଣାରେ ବସିଥିବା ମିଲ୍‌ର ଛଟେଇ କର୍ମଚାରୀଙ୍କ ଗଣଧାରଣା ଶୁକ୍ରବାରଦିନ ସାମୟିକ ପ୍ରତ୍ୟାହୃତ ହୋଇଛି। ଡିଭିଜନାଲ ଲେବର କମିଶନରଙ୍କ ମଧ୍ୟସ୍ଥତାରେ ଭାରତୀୟ ମଜଦୁର ସଂଘର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଆଜି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରାଯିବା ପରେ ଏହି ନିଷ୍ପତି ନିଆଯାଇ ଧାରଣାକୁ ପ୍ରତ୍ୟାହାର କରି ନିଆଯାଇଛି। ପ୍ରକାଶ ଥାଉକି ଦୀର୍ଘ ଦିନ ଧରି ଉତ୍କଳ ଫ୍ଲୋର୍‌ମିଲ୍‌ରେ କାର୍ଯ୍ୟ କରି ଆସୁଥିବା ଶ୍ରମକିଙ୍କ ମଧ୍ୟରୁ ମିଲ୍ କର୍ତ୍ତୃପକ୍ଷ ବେଆଇନ ଭାବେ ଶ୍ରମ ଆଇନକୁ ଉଲଂଘନ କରି ଗତ ଡିସେମ୍ବର ୩୧ ତାରିଖରେ ୨୨ଜଣ ଶ୍ରମିକଙ୍କୁ କାର୍ଯ୍ୟରୁ ଛଟେଇ କରିଥିଲେ। ଏହାକୁ ପ୍ରତିବାଦ କରି ଶ୍ରମିକମାନେ ମିଲ୍ ସମ୍ମୁଖରେ ଗଣଧାରଣାରେ ଦୀର୍ଘ ୨ ମାସରୁ ଉର୍ଦ୍ଧ୍ୱ ସମୟ ଧରି ବସିଥିଲେ। ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଶ୍ରମିକ ସଂଘ ବାରମ୍ବାର ଜିଲ୍ଲା ଶ୍ରମ ବିଭାଗ ଓ ମିଲ୍ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ କୌଣସି ନିର୍ଯାଶ ବାହାରି ପାରି ନ ଥିଲା। ଶେଷରେ ଏହି ମାମଲା କୋର୍ଟ ଅଧିନକୁ ଯିବା ପରେ କୋର୍ଟର ରାୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଶ୍ରମ କମିଶନର ଆନ୍ଦୋଳନକାରୀଙ୍କୁ ଅନୁରୋଧ କରିଥିଲେ। ଏହି ଆଲୋଚନାରେ ଭାରତୀୟ ମଜଦୁର ସଂଘର ଜିଲ୍ଲା ସଭାପତି ମନୋଜ କୁମାର ବସନ୍ତରାୟ, ସମ୍ପାଦକ ମୁକ୍ତିକାନ୍ତ ସାହୁ, ସଂଗଠନ ସମ୍ପାଦକ ପରେଶ ନାଥ ଧଳ, ଶ୍ରମିକ ସଂଘ ପକ୍ଷରୁ ଶୈଳେନ୍ଦ୍ର ମହାନ୍ତ, ସଂଜିବ ରୱାନୀ, ଶଙକର ଦତ୍ତ, ଉପେନ୍ଦ୍ର ବେହେରା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.