Home ଜିଲ୍ଲା ପରିକ୍ରମା ରାତ୍ରି ଅଗ୍ନିକାଣ୍ଡରେ ୫ ବଖରା ଘର ଭସ୍ମୀଭୂତ, ୨ ଗୋରୁ ଜୀବନ୍ତ ଦଗ୍ଦ

ରାତ୍ରି ଅଗ୍ନିକାଣ୍ଡରେ ୫ ବଖରା ଘର ଭସ୍ମୀଭୂତ, ୨ ଗୋରୁ ଜୀବନ୍ତ ଦଗ୍ଦ

12

ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରହଣିଆ ପଞ୍ଚାୟତ ନୂଆପୋଖରୀ ଗ୍ରାମ ଖିରିଗଡିଆ ସାହିରେ ବୁଧବାର ବିଳମ୍ବିତ ରାତ୍ରରେ ଅଗ୍ନିକାଣ୍ଡ ଘଟି ୫ ବଖରା ଘର ଭସ୍ମୀଭୂତ ହୋଇଯାଇଛି । ଶୀତରାତିରେ ଗ୍ରାମର ରଞ୍ଜନ ଖଟୁଆ ଓ ରମେଶ ଖଟୁଆଙ୍କ ପରିବାର ଶୋଇଥିବା ବେଳେ ଅଗ୍ନି ପ୍ରକୋପରେ ଉଠି ଘରଜଳୁଥିବା ଦେଖିଥିଲେ । ଗ୍ରାମବାସୀ ଅଗ୍ନିନିର୍ବାପନ ପାଇଁ ଉଦ୍ୟମ କରିବା ସହ ସ୍ଥାନୀୟ ଦମଳକକେନ୍ଦ୍ରକୁ ସୂଚନା ଦିଆଯାଇଥିଲା । ଦମକଳ ପହଞ୍ôଚବା ବେଳକୁ ସବୁ ଜଳି ପାଉଁଶ ହୋଇଯାଇଥିଲା । ପରିବାର ନିଦ୍ରାଗତ ଥିବାରୁ କୌଣସି ଆସବାବପତ୍ର ଉଦ୍ଧାର କରାଯାଇ ପାରିନଥିଲା । ବାସଗୃହ ସଂଲଗ୍ନ ଗୁହାଳରେ ବନ୍ଧା ହୋଇଥିବା ଗାଈ ଓ ବାଛୁରୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଏହି ଅଗ୍ନିକାଣ୍ଡରେ ରଞ୍ଜନ ଖଟୁଆଙ୍କର ୩ ବଖରା ଓ ରମେଶ ଖଟୁଆଙ୍କ ୨ବଖରା ଘର ଜଳିଯିବା ସହ ପ୍ରାୟ ୨ଲକ୍ଷ ଟଙ୍କା କ୍ଷତି ହୋଇଥିବା ଜଣାଯାଇଛି । ବିଦ୍ୟୁତ ସଟସର୍କିଟ ଅଗ୍ନିକାଣ୍ଡର କାରଣ ବୋଲି କୁହାଯାଉଛି । ଗୁରୁବାର ସକାଳେ ରହଣିଆ ସରପଞ୍ଚ ରଞ୍ଜନ କୁମାର ପରିଡା, ବିଜେପି ନେତା ବଦ୍ରୀନାରାୟଣ ଧଳ, ଅମୂଲ୍ୟ ସେଠୀ, ଉପେନ୍ଦ୍ର ବଳ ପ୍ରୁଖ ବିପନ୍ନଙ୍କୁ ଭେଟି ପଲିଥିନ, ଶୁଖିଲା ଖାଦ୍ୟ, ଲୁଗାପଟା ଓ ଆର୍ଥୀକ ସହାୟତା କରିଥିଲେ । ସେହିପରି ସ୍ଥାନୀୟ ତହସିଲଦାର ସରୋଜକାନ୍ତ ନାୟକ, ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳ ପରିଦର୍ଶନ କରି ସରକାରୀ ସହାୟତା ପାଇଁ ପଦକ୍ଷେପ ନେଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.