Home ଜିଲ୍ଲା ପରିକ୍ରମା ପିଇବା ପାଣି ପାଇଁ ପାଣିରେ ପଡୁଛି କୋଟି କୋଟି ଟଙ୍କା

ପିଇବା ପାଣି ପାଇଁ ପାଣିରେ ପଡୁଛି କୋଟି କୋଟି ଟଙ୍କା

16

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଗ୍ରାମାଞ୍ଚଳମାନଙ୍କରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଜଳ ସକାଶେ ନଳକୂପ ଠାରୁ ଆରମ୍ଭ କରି ପାଣି ଟାଙ୍କି, ବୋରିଂ, ପାଇପ୍ ଜଳଯୋଗାଣ ପାଇଁ ଅନେକ ବ୍ୟବସ୍ଥା କରୁଛନ୍ତି । କେବଳ ନଳକୂପକୁ ଛାଡିଦେଲେ ଅନ୍ୟାନ୍ୟ ସମସ୍ତ ପ୍ରକଳ୍ପ ନିର୍ମାଣରେ କେବଳ ଅର୍ଥ ଅପବ୍ୟୟ ହେଉଥିବା ବେଳେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳିପାରୁନଥିବା ଅଭିଯୋଗ ହେଉଛି । ମିଳିଥିବା ସୂଚନା ଅନୁସାରେ ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ଜଳମଣ୍ଡୁଆ ପଞ୍ଚାୟତ ସରଦପୁର ଠାରେ ଗ୍ରାମ୍ୟ ପାଇପ୍ ଜଳଯୋଗାଣ ପାଇଁ ପ୍ରକଳ୍ପ ନିର୍ମାଣ ହେଉଛି । ପ୍ରାୟ ୬୨ ଲକ୍ଷ ଟଙକ୍‌ା ବ୍ୟୟରେ ନିର୍ମିତ ପ୍ରକଳ୍ପ ଲୋକଙ୍କ ପାଇଁ ଠିକ୍ କାର୍ଯ୍ୟ କରିବ କି ନାହିଁ ତାହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି । କାର୍ଯ୍ୟ କ୍ଷେତ୍ରରେ ଅଧିକାଂଶ ସମୟରେ କନିଷ୍ଠ ଯନ୍ତ୍ରୀ ରହୁନଥିବା ବେଳେ ମିସ୍ତ୍ରୀଙକ୍ ହାତରେ ଚାଲିଛି ନିର୍ମାଣ କାର୍ଯ୍ୟ । ଏହାଛଡା ଜଳ ଯୋଗାଣ ପାଇଁ ବିଛା ହେବାକୁ ଥିବା ପାଇପର ମାନ ମଧ୍ୟ ଠିକ୍ ନଥିବା ସ୍ଥାନୀୟ ଅଧିବାସୀ ଜଣାଇଛନ୍ତି । ଅନୁରୂପ ଭାବେ କୁରିଗାଁ ପଂଚାୟତ ଆଲିହା ଓ କଣ୍ଟିଠାରେ ମଧ୍ୟ ଏଭଳି ଜଳଯୋଗାଣ ପାଇଁ ପ୍ରକଳ୍ପ କାର୍ଯ୍ୟ ଚାଲିଛି । ବ୍ଲକ୍ ଅଂଚଳରେ ପୂର୍ବରୁ ଯେତେ ପ୍ରକଳ୍ପ ନିର୍ମାଣ ହୋଇଛି, ଏହାଦ୍ୱାରା ଜନସାଧାରଣ ଏଯାଏଁ ଉପକୃତ ହୋଇନାହାଁନ୍ତି । ତେଣୁ ଜଳ ଯୋଗାଣ ନାମରେ ଠିକାଦାର ଓ ଯନ୍ତ୍ରୀଙ୍କ ଲାଭ ପାଇଁ ଏଭଳି ପ୍ରକଳ୍ପ ନିର୍ମାଣରେ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ ହେଉଥିବା ସାର ହେଉଛି ସିନା ଶୋଷ ମେଣ୍ଟି ପାରୁନାହିଁ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.