Home ଅନୁଗୁଳ ରାଣୀ ଲକ୍ଷ୍ମୀବାଇଙ୍କ ପୂଣ୍ୟତିଥିରେ ଜୟ ଶ୍ରୀରାମ ସେବା ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର

ରାଣୀ ଲକ୍ଷ୍ମୀବାଇଙ୍କ ପୂଣ୍ୟତିଥିରେ ଜୟ ଶ୍ରୀରାମ ସେବା ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର

159

ତାଳଚେର,୨୨/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଝାନ୍‌ସୀ ରାଣୀ ଲକ୍ଷ୍ମୀବାଇଙ୍କ ପୂଣ୍ୟ ତିଥି ଅବସରରେ ତାଳଚେର ବ୍ଲକ ଡେରା ଗ୍ରାମ ପଂଚାୟତରେ ଜୟ ଶ୍ରୀରାମ ସେବା ଟ୍ରଷ୍ଟ ପକ୍ଷରୁ ଅଫିସର୍ସ କ୍ଲବ ପରିସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କରୋନା ଭୂତାଣୁ ପରି ମହାମାରୀ ସମୟରେ ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଉପଲବ୍ଧି କରି ଜୟ ଶ୍ରୀରାମ ସେବା ଟ୍ରଷ୍ଟର ସଭାପତି ଇଂ ଗିତିଶ୍ କୁମାର ପ୍ରଧାନ ଏହି ରକ୍ତଦାନ ଶିବିରର ଆୟୋଜନ କରିଥିଲେ । ଏହି ରକ୍ତ ଦାନ ଶିବିରରେ ମୂଖ୍ୟ ଅତିଥିଭାବେ ସମାଜସେବୀ ବିଭୁତି ଭୂଷଣ ସାହୁ ଓ ସମ୍ମାନିତ ଅତିଥି ଭାବେ ତାଳଚେର ବ୍ଲକ ଅଧକ୍ଷ ବୃନ୍ଦାବନ ବେହେରା ଯୋଗ ଦେଇ ପ୍ରଦ୍ୱୀପ ପ୍ରଜ୍ଜଳନ ପୁର୍ବକ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ତାଳଚେର ଉପଖଣ୍ଡ ଡାକ୍ତରଖାନାର ବ୍ଲଡ ବ୍ୟାଙ୍କ ଅଧିକାରୀ,ଟେକ୍ନିସିଆନ,କର୍ମଚାରୀ ଓ ଜିଲ୍ଲା ରେଡକ୍ରସର ବରିଷ୍ଠ ସଦସ୍ୟ ବଳରାମ ପତିଙ୍କ ତତ୍ୱାବଧାନରେ ମୋଟ ୮୬ ୟୁନିଟ ରକ୍ତ ସଂଗ୍ରୁହିତ ହୋଇଥିଲା । ଜୟ ଶ୍ରୀରାମ ସେବା ଟ୍ରଷ୍ଟର ସଦସ୍ୟ ମଧୁସୁଦନ ବେହେରା,ସୁଧୀର ବାରିକ,ଗଜେନ୍ଦ୍ର ରାଓ,ରାକେଶ ପ୍ରଧାନ,ସୁନିଲ ପ୍ରଧାନ,ମୋହନ ଚନ୍ଦ୍ର ସାହୁ, ପ୍ରମୋଦ ପରିଡା,ପ୍ରସନଜିତ ଘୋଷ,ଆଲୋକ ଚୈାଧୁରୀ ପ୍ରମୂଖ             ଏହି ଶିବିରରେ ସକ୍ରିୟ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.