Home ଅନୁଗୁଳ ଏନ୍‌.ଟି.ପି.ସି କଣିହାଁରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଏନ୍‌.ଟି.ପି.ସି କଣିହାଁରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

162

ତାଳଚେର,୨୨/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ଏନ୍‌.ଟି.ପି.ସି ତାଳଚେର କଣିହାଁଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି । ଆଂଚଳିକ ଶିକ୍ଷା ପ୍ରତିଷ୍ଠାନ(ଆରଏଲଆଇ) ଠାରେ ସାମାଜିକ ଦୂରତ୍ୱ ଅବଲମ୍ବନ ପୂର୍ବକ ଏକ ଯୋଗ ଅଧିବେଶନ ସହ ଏହାକୁ ପାଳନ କରାଯାଇଛି । ପଞ୍ଜାବ କପୁରତାଲା ଯୋଗୀ ଆଶ୍ରମରୁ ଗୁରୁ ହର୍ଷାନନ୍ଦ ନିଲ ଏହି ଯୋଗ ଅଧିବେଶନକୁ ପରିଚାଳନା କରିଥିଲେ । ଏଥିରେ ଇଷ୍ଟର୍ଣ୍ଣ ରିଜିୟନ-।। ର କର୍ମଚାରୀ ଏବଂ ପରିବାର ସଦସ୍ୟ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରକଳ୍ପର ଚିଫ୍ ଜେନେରାଲ ମ୍ୟାନେଜର ସୁଦୀପ ନାଗ ନିଜ ବକ୍ତବ୍ୟରେ ମହାମାରୀ କୋଭିଡ଼-୧୯ ମଧ୍ୟରେ ଆମ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଯୋଗର ମହତ୍ୱ ରହିଛି ବୋଲି ମତପ୍ରକାଶ କରିଥିଲେ । ଶାରିରୀକ ସୁସ୍ଥ ରହିବା ଏବଂ ମାନସିକ ଶାନ୍ତି ବଜାୟ ରଖିବା ପାଇଁ ଯୋଗାଭ୍ୟାସକୁ ଅଭ୍ୟାସରେ ପରିଣତ କରିବାକୁ ଶ୍ରୀ ନାଗ ସମସ୍ତଙ୍କୁ ନିବେଦନ କରିଥିଲେ ।
ଇ-ଲର୍ଣ୍ଣିଂକୁ ସୁଗମ କରିବା ପାଇଁ ସ୍ମାର୍ଟ କ୍ଲାସ ରୁମ୍ ମଧ୍ୟ ଶ୍ରୀ ନାଗଙ୍କ ଦ୍ୱାରା ଆରଏଲଆଇରେ ଉଦଘାଟିତ ହୋଇଥିଲା ଏବଂ ବିଭିନ୍ନ ଥିମ୍ ରେ କର୍ମଚାରୀମାନଙ୍କ ପାଇଁ ଅନ୍ ଲାଇନ୍ କର୍ମଶାଳା,ୱେବିନାର ଏବଂ ତାଲିମ୍ ଶିବିର ସହ ଡିଜିଟାଲ ପ୍ରଶିକ୍ଷଣ ପ୍ରଦାନକୁ ମଧ୍ୟ ସୁନିଶ୍ଚିତ କରାଯାଇଥିଲା । ଶ୍ରୀ ନାଗ ପୁନଶ୍ଚ ଆରଏଲଆଇ- ଇଡିସି କୁ ସମ୍ମାନଜନକ ଗୋଲ୍ଡେନ ପିକକ୍ ନ୍ୟାସନାଲ ଟ୍ରେନିଂ ଆୱାର୍ଡ଼-୨୦୨୦ ପାଇବାକୁ ନେଇ ଅଭିନନ୍ଦନ ଜଣାଇଥିଲେ । ଯାହାକି ବିଶ୍ୱ ବ୍ୟାପି କର୍ପୋରେଟ ଉତ୍କର୍ଷର ମାନଦଣ୍ଡ ଭାବେ ପରିଣତ ହୋଇଛି । ଏହି ଅବସରରେ ଶକ୍ତି କେନ୍ଦ୍ରର ବରିଷ୍ଠ ଅଧିକାରୀ ଏବଂ ତନଭି ସଙ୍ଗମର ବରିଷ୍ଠ କାର୍ଯ୍ୟନିର୍ବାହୀ ସଦସ୍ୟଗଣ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.