Home ଅନୁଗୁଳ ମୋଦୀ ଅନ୍ନ ଯୋଜନାରେ ବିଭିନ୍ନ ପଂଚାୟତରେ ଶୁଖିଲା ଖାଦ୍ୟ ବଣ୍ଟନ

ମୋଦୀ ଅନ୍ନ ଯୋଜନାରେ ବିଭିନ୍ନ ପଂଚାୟତରେ ଶୁଖିଲା ଖାଦ୍ୟ ବଣ୍ଟନ

188

ଅନୁଗୋଳ,୨୨/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ ସମଲ ଥାନା ଅନ୍ତର୍ଗତ କୁଲେଇ ଓ ସମଲ ଗ୍ରାମ ପଂଚାୟତର ବିଭିନ୍ନ ଗ୍ରାମରେ ମୋଦୀ ଅନ୍ନ ଯୋଜନାରେ ୫ଶହ ଗରିବ,ନିସହାୟ ଓ ଭିନ୍ନକ୍ଷମଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଅନୁଗୋଳ ଜିଲ୍ଲାର ପ୍ରାକ୍ତନ ବିଜେପି ଜିଲ୍ଲା ସଭାପତି ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ କୁମାର ମହାନ୍ତି ଓ ବିଜେପିର ବରିଷ୍ଠ ନେତା ତଥା ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାମାରୀ କରୋନା ଭୂତାଣୁ ସଂକ୍ରମଣ ସମୟରେ ପ୍ରତିଷେଧକ ଭାବେ ଅତିକମରେ ମାସ୍କ ବ୍ୟବହାର ଏବଂ ଶୁଖିଲା ଖାଦ୍ୟର ଆବଶ୍ୟକତାକୁ ଉପଲବ୍ଧି କରି ଏହି ଯୋଜନା ଦ୍ୱାରା ସିଧାସଳଖ ହିତାଧିକାରୀଙ୍କ ପାଖରେ ପହଁଚାଇବାକୁ ସାରା ରାଜ୍ୟରେ ଉଦ୍ୟମ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନରେ ଉକ୍ତ ଯୋଜନାକୁ ତୃଣମୂଳସ୍ତରରେ ଥିବା ଗରିବ ହିତାଧିକାରୀଙ୍କୁ ସିଧାସଳଖ ପହଁଚାଇବାକୁ ଏହି କାର୍ଯ୍ୟକ୍ରମର ଆୟୋଜନ କରା ଯାଇଥିଲା । କୁଲେଇ ପଂଚାୟତର କଟରାପଡା,ଡଙ୍ଗରବେଡା,ତୁମୁଗୋଳା ଓ ସମଲ ପଂଚାୟତର ଟିପୋ,ସମଲ,ବିଲିଣ୍ଡା ଆଦି ଗ୍ରାମର ୫ଶହରୁ ଉର୍ଦ୍ଧ ହିତାଧିକାରୀଙ୍କୁ ଚୁଡା, ଚାଉଳ, ଚିନି, ଡାଲି, ସାବୁନ,ମାସ୍କ ଇତ୍ୟାଦି ସ୍ୱହସ୍ତେ ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସମଲ ପଂଚାୟତର ସରପଂଚ କଳ୍ପନା ସାହୁ ତାଙ୍କ ପ୍ରତିନିଧି ବିଶ୍ୱନାଥ ସାହୁ,ବିଜେପି କର୍ମୀ ନିରଞ୍ଜନ ସାହୁ,କିଶୋର ସାହୁ,ଶିଶିର ସାହୁ ସହଯୋଗ କରିଥିବା ବେଳେ କୁଲେଇ ପଂଚାୟତର ସରପଂଚ ଅଧର ସାହୁ,କର୍ମୀ ଅରୁଣ ସାହୁ,ଅଜିତ୍ ପ୍ରଧାନ,ମିଥୁନ ବେହେରା,କେଶବ ଭୂକ୍ତା,ଗଣେଶ୍ୱର ମାଝୀ,ହରିହର ଭୂକ୍ତା,ରବିନାରାୟଣ ଦେବତା,ଜୟନ୍ତ ଭୂକ୍ତା ପ୍ରମୂଖ ସହଯୋଗ କରିଥିଲେ । ଅନୁରୂପ ଭାବେ ଗୋଡିବନ୍ଧ ପାଶ୍ୱର୍ବର୍ତୀ ସୁନାଖଣି ଓ ବ୍ରଜନାଥପୁର ପଂଚାୟତର ବହୁ ଗ୍ରାମମାନଙ୍କରେ ପଥପ୍ରାନ୍ତ ସଭା ମାଧ୍ୟମରେ କରୋନା ସମ୍ପର୍କୀତ ମହାମାରୀକୁ ପ୍ରତିହତ କରିବାକୁ ସାମାଜିକ ଦୂରତ୍ୱ,ମାସ୍କ,ହାତ ଧୋଇବା,ମୁହଁ ଆଖିକୁ ବାରମ୍ବାର ନଛୁଇଁବା ଇତ୍ୟାଦି ଉପରେ ଶ୍ରୀ ମହାନ୍ତି ସଚେତନ କରିଥିଲେ । ଉକ୍ତ ଗ୍ରାମ ମାନଙ୍କରେ ସର୍ବାଧିକ ୭ଶହ ଗରିବ ଓ ନିରାଶ୍ରୟ ଲୋକଙ୍କୁ ମୋଦୀ ଅନ୍ନ ଯୋଜନାରେ ଶୁଖିଲା ଖାଦ୍ୟ ପ୍ୟାକେଟ୍ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉକ୍ତ ପଂଚାୟତର ସରପଂଚ ବିଜୟ ପ୍ରଧାନ ଓ ସାଥି କର୍ମୀ ସହଯୋଗ କରିଥିଲେ । ମୋଦୀଙ୍କର ଏହି ଅନ୍ନ ଯୋଜନାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.