Home ଓଡ଼ିଶା ରାଜ୍ୟ ସ୍ତରୀୟ ରାଜସୁନାଖଳା କପ୍ …………… ଜଗା ୟୁନାଇଟେଡ୍ କ୍ଲବ୍ ୨-୦ ରେ ବିଜୟୀ ଫାଇନାଲ୍...

ରାଜ୍ୟ ସ୍ତରୀୟ ରାଜସୁନାଖଳା କପ୍ …………… ଜଗା ୟୁନାଇଟେଡ୍ କ୍ଲବ୍ ୨-୦ ରେ ବିଜୟୀ ଫାଇନାଲ୍ ରେ ପ୍ରବେଶ

231

ନୟାଗଡ/୨୭/୦୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରାଜସୁନାଖଳା ରେ ଅନୁଷ୍ଠିତ ହେଉଥିବା ରାଜ୍ୟ ସ୍ତରୀୟ ରାଜସୁନାଖଳା କପ୍ ସେମିଫାଇନାଲ୍ ଖେଳ ହୋଇଯାଇଅଛି । ଏହି ସେମିଫାଇନାଲ୍ ଖେଳ ଉତ୍କଳ ସ୍ପୋର୍ଟିଂ ଖୋର୍ଦ୍ଧା ରୋଡ୍ ଓ ଜଗା ୟୁନାଇଟେଡ୍ କ୍ଲବ୍ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଜଗାୟୁନାଇଟେଡ୍ କ୍ଲବ୍ ଭୁବନେଶ୍ୱର ଉତ୍କଳ ସ୍ପୋର୍ଟିଂ ଖୋର୍ଦ୍ଧା ରୋଡ୍ କୁ ୨-୦ ଗୋଲ୍ ରେ  ହରାଇ ଫାଇନାଲ୍ ରେ ପ୍ରବେଶ କରିଥିବା ଜଣା ପଡିଛି ।

ଏହି ସେମିଫାଇନାଲ୍ ରେ ଅତିଥି ରୁପେ ଇଂ.ଦେବାଶିଷ ପଟ୍ଟନାୟକ, ଫ୍ରେଣ୍ଡସ୍ କ୍ଲବ୍ ର ଉପଦେଷ୍ଟା ସଚ୍ଚିାକାନ୍ତ ଷଡଙ୍ଗୀ, ଇଗ୍ରିସ୍ ଖାନ୍ ଓ ପୁର୍ବତନ ବରିଷ୍ଠ ଖେଳାଳୀ ଗୋବିନ୍ଦ ସାହୁ  ଯୋଗ ଦେଇଥିଲେ । ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଭାବେ ନାଇଜେରିଆନ୍ ଖେଳାଳୀ ଏମିକା ବିବେଚିତ ହୋଇ ଟ୍ରଫି ଗ୍ରହଣ କରିଥିଲେ । ମ୍ୟାଚ୍ ପରିଚାଳନା କରିଥିଲେ ଶିବଶଙ୍କର ପଣ୍ଡା, ଲାଇନ୍ ରେ ସହଯୋଗ କରିଥିଲେ ମିର୍ଜା ସିରାଜୁଦ୍ଦିନ୍ ବେଗ୍ ଓ ରବିନାରାୟଣ ରଣା । ଖେଳ ଦେଖିବା ପାଇଁ ହଜାରରୁ ଉର୍ଦ୍ଧ୍ୱ ଦର୍ଶକଙ୍କ ସମବେତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.