Home ଅପରାଧ ନାବାଳିକା ଉଦ୍ଧାର, ଅପହରଣକାରୀ ଓ ସହଯୋଗୀ ଫେରାର

ନାବାଳିକା ଉଦ୍ଧାର, ଅପହରଣକାରୀ ଓ ସହଯୋଗୀ ଫେରାର

139

ଯାଜପୁର୨୭ା୨(ଓଡିଆ ପୁଅ) :ପାଣିକୋଇଲି ଥାନା ଅନ୍ତର୍ଗତ ଜହ୍ନା ପଂଚାୟତର ଚୋଟରାୟପୁର ଗ୍ରାମର ହରେକୃଷ୍ଣ ପାଢୀଙ୍କ ଅଭିଯୋଗ ମୁତାବକ ଗତ ୨୩ ତାରିଖ ତାଙ୍କ ଝିଅ ବର୍ଷା ପ୍ରୀୟଦର୍ଶନୀ (ଯେକି ଶଙ୍ଖଚିଲା ହାଇସ୍କୁଲର ନବମ ଶ୍ରେଣୀର ଛାତ୍ରୀ) ସକାଳୁ ପ୍ରତିଦିନ ପରି ଟିଉସନ ଯାଇଥିଲା । ହେଲେ ସେ ଟିଉସନ ଯାଇ ନଥିବା ଜାଣିବା ପରେ ବହୁ ଖୋଜାଖୋଜି ପରେ ତାର କୌଣସି ଖୋଜଖବର ନମିଳିବାରୁ ଥାନାରେ ଅପହରଣ କରାଯାଇଥିବାର ଅଭିଯୋଗ ମଧ୍ୟ କରିଥିଲେ ।

ପୁଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ବେଳେ ବଢେଇଟିକର ଗ୍ରାମର ଚନ୍ଦନ ମାଝୀ ତାକୁ ଅପହରଣ କରିଥିବାର ପରିବାର ଲୋକ ଅଭିଯୋଗ କରିଥିଲେ । ମୋବାଇଲ ଟ୍ରାକିଙ୍ଗ ଯୋଗେ ସେମାନେ କେୁଉଁଝର ଜିଲ୍ଲା କାଶିପୁର ଅଂଚଳରେ ଥିବା ଜଣାପଡିଥିଲା । ସେମାନେ ବାଇକ ଯୋଗେ ସେଠାରୁ ପଳାଇ ଆସିଥିଲେ । ୩ଟି ବାଇକରେ ଜଣେ ମହିଳାଙ୍କ ସମେତ ୭ ଜଣ ପଳାଇ ଆସି ମଧୁବନରେ ପହଂଚି ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପରିବାର ପକ୍ଷରୁ ସେମାନଙ୍କ ଅଟକାଯାଇଥିଲା । ହେଲେ ସେମାନେ ଅଧିକ ଲୋକ ଥିବାରୁ ଏମାନଙ୍କୁ ଆକ୍ରମଣ କରିଥିଲେ । ସୂଚନା ପାଇ କୁଆଖିଆ ଓ ପାଣିକୋଇଲି ପୁଲିସ ସେଠାରେ ପହଂଚିଥିଲେ । ଲାଇଟ ଦେଖି ପୋଲିସ ଭୟରେ ସେମାନେ ଝିଅକୁ ଛାଡି ଗାଏବ ହୋଇଯାଇଥିଲେ । ହେଲେ ନାବାଳିକା ଉଦ୍ଧାର ହୋଇଥିଲା । ପୁଲିସ ତାକୁ ଉଦ୍ଧାର କରିବା ସହ ତାହାର ୧୬୪ ବୟାନ କରିଥିଲେ । ନାବାଳିକାର କହିବା ମୁତାବକ ଶଙ୍ଖଚିଲା ବଢେଇ ଟିକର ଗ୍ରାମର ଚନ୍ଦନ ମାଝୀ ତାର ସହଯୋଗୀଙ୍କ ସହ ତାକୁ ନେଇଯାଇଥବଲେ । ଜହ୍ନା ବେଣାପୁର ଛକରେ ଦୋକାନ କରିଥିବା ବିକାଶ ତାକୁ କେକ ଖାଇବାକୁ ଦେଇଥିଲା । ଫଳରେ ସେ ଚେତାଶଊନ୍ୟ ହୋଇଥିଲା । ଚେତା ଫେରିବା ପରେ ଏକ ଘରେ ଘର ଭିତରେ ଥିବା ସେ ଜାଣିବାକୁ ପାଇଥିଲା । ମୋଟ ୭ଜଣ ଏହି ଗ୍ରୁପରେ ସାମିଲ ଥିବା ବେଳେ ପୁତୁଲି ନାନୀ ବୋଲି ଜଣେ ମହିଳା ଓ ମନୋଜ ନାମକ ଏକ ଯୁବକ ସେଥିଲେ ସାମିଲ ଥିବା କୁହାଯାଉଛି । ପୁଲିସ ମାମଲାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.