Home ଓଡ଼ିଶା କୁଶପଲ୍ଲା ସଂରକ୍ଷିତ ଜଙ୍ଗଲରୁ ହାତୀର ମୃତଦେହ ଠାବ

କୁଶପଲ୍ଲା ସଂରକ୍ଷିତ ଜଙ୍ଗଲରୁ ହାତୀର ମୃତଦେହ ଠାବ

188

ନୟାଗଡ/୨୭/୦୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ତହସିଲ୍ ଅନ୍ତର୍ଗତ ପଟିଆ ଗ୍ରାମ ପଂଚାୟତ କୁଶପଲ୍ଲା ନିକଟ ବେତନାଳିଆ ଜଙ୍ଗଲରୁ ଫେବୃୟାରୀ ୨୭ ତାରିଖ ଅପରାହ୍ନରେ ଏକ ଜଙ୍ଗଲୀ ହାତୀର ମୃତଦେହ ଠାବ କରିଥିବା ଜଣା ପଡିଛି । ଅନେକ ଦିନ ହେଲା ରଣପୁରର ଜଙ୍କିଆ, ପଟିଆ, ଚମ୍ପାପେଡି, ମୟୁରଝାଲିଆ,ରାଇପଡା ଓ ବନ୍ଧମୁଣ୍ଡା ଗ୍ରାମ ପଂଚାୟତ ଅଂଚଳରେ ହାତୀମାନେ ଉପଦ୍ରବ କରୁଥିବା ଜଣା ପଡିଥିଲା । ବନ୍ଧପଲ୍ଲା ମୁକ୍ତାପୁର ନିକଟରେ ହାତୀ ମଧ୍ୟ ଜଣେ ବୃଦ୍ଧାଙ୍କୁ ମାରିଥିବା ଖବର ପ୍ରକାଶିତ ହୋଇଥିଲା । ଚାଷୀମାନେ ହାତୀ ଉପଦ୍ରବ ଫଳରେ ଅନେକ କ୍ଷତି ସହୁଥିବା ଜଣା ପଡିଛି ।

ବନବିଭାଗରୁ ମିଳୁଥିବା କ୍ଷୟକ୍ଷତି ସମୁଦ୍ରକୁ ଶଙ୍ଖେ ଭଳି । କୁଶପଲ୍ଲା ଜଙ୍ଗଲରେ ହାତୀଟି କିଛିଦିନ ହେଲା ଅସୁସ୍ଥ ଅବସ୍ଥାରେ ଘୁରି ବୁଲୁଥିବା ଲୋକଙ୍କଠାରୁ ପ୍ରକାଶ । ଗିରିଣ୍ଡା ଗ୍ରାମର ଉପେନ୍ଦ୍ର ପ୍ରଧାନଙ୍କ କହିବା ଅନୁଯାୟୀ ମୃତ ହାତୀଟି କିଛିଦିନ ହେଲା ରକ୍ତ ଝାଡା କରୁଥିବା ଦେଖିଥିଲେ । ହାତୀର ଗତିବିଧି ଉପରେ ବନବିଭାଗ ନଜର ରଖିଥିଲା । ୨୭ ତାରିଖ ପଟିଆ ଫରେଷ୍ଟର ଚିତ୍ରଶେନ ଜେନା ଜାଣିବାକୁ ପାଇଲେ ଯେ ହାତୀଟି କୁଶପଲ୍ଲା ସଂରକ୍ଷିତ ଜଙ୍ଗଲରେ ମରି ପଡିଛି । ସେ ସଙ୍ଗେ ସଙ୍ଗେ ଟାଙ୍ଗୀ ରେଞ୍ଜର ଅଜୟ କୁମାର ଜଗଦେବଙ୍କୁ ଖବର ଦେଇଥିଲେ । ଭୁବନେଶ୍ୱର ଓୟୁଏଟି ରୁ ଏକ ଡାକ୍ତରି ଦଳ ଡାକି ପୋଷ୍ଟ ମୋର୍ଟମ୍ ପରେ ହାତୀର ଶବକୁ ପୋତିଦେଇଥିବା ଜଣା ପଡିଛି । ସମ୍ପୃକ୍ତ ଅଂଚଳଟି ଟାଙ୍ଗୀ ରେଞ୍ଜ ଅଧିନରେ ଥିଲେ ମଧ୍ୟ ରଣପୁର ତହସିଲ୍ ଅଂଚଳର ଅନ୍ତର୍ଗତ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.