Home ଓଡ଼ିଶା ରାଜ୍ୟ ସ୍ତରୀୟ ରଣପୁର କପ୍ ଫୁଟ୍‌ବଲ୍‌…….. ନୟାଗଡ ସ୍ପୋର୍ଟସ୍ ହଷ୍ଟେଲ୍ ଫାଇନାଲ୍ ରେ

ରାଜ୍ୟ ସ୍ତରୀୟ ରଣପୁର କପ୍ ଫୁଟ୍‌ବଲ୍‌…….. ନୟାଗଡ ସ୍ପୋର୍ଟସ୍ ହଷ୍ଟେଲ୍ ଫାଇନାଲ୍ ରେ

75

ନୟାଗଡ/୨୧/୦୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର କପ୍ ଫୁଟ୍‌ବଲ୍ ରାଜ୍ୟ ସ୍ତରୀୟ ଦ୍ୱିତୀୟ ସେମିଫାଇନାଲ୍ ରେ ନୟାଗଡ ସ୍ପୋର୍ଟସ୍ ହଷ୍ଟେଲ ବିଜୟୀ ହୋଇଥିବା ଜଣାପଡିଛି । ଘରୋଇ ଟିମ୍ ରଣପୁର ସ୍ପୋର୍ଟସ୍ ଆସୋସିଏସନ୍ ସହିତ ନୟାଗଡ ସ୍ପୋର୍ଟସ୍ ହଷ୍ଟେଲ୍ ମଧ୍ୟରେ ଏହି ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ରେ କଡା ମୁକାବିଲା ହୋଇଥିଲା । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କେହି କାହାରିକୁ ଗୋଲ୍ ଦେଇପାରିନଥିଲେ । ଶେଷରେ ଟାଇ ବ୍ରେକ୍ ରେ ନୟାଗଡ ସ୍ପୋର୍ଟସ୍ ହଷ୍ଟେଲ୍ ବିଜୟୀ ହୋଇ ଫାଇନାଲ୍ ରେ ପ୍ରବେଶ କରିଥିବା ଜଣା ପଡିଛି ।

ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦ୍ୱିତୀୟ ସେମିଫାଇନାଲ୍ କୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ପରିଚାଳକ ଭାବେ ରବିନାରାୟଣ ରଣା, ଲାଇନ୍ ରେ ସହଯୋଗ  କରିଥିଲେ ଏମ୍ ଏସ୍ ବେଗ୍ ଓ ଲକ୍ଷ୍ମୀନାରାୟଣ ଚୌଧୁରୀ, ଚତୁର୍ଥ ରେଫ୍‌ରି ଭାବେ ବ୍ରଜମୋହନ ମହାପାତ୍ର ସହଯୋଗ କରିଥିଲେ । ଫେବୃୟାରୀ ୨୨ ତାରିଖରେ  କଟକ ମଙ୍ଗଳା କ୍ଲବ୍ ସହିତ ନୟାଗଡ ସ୍ପୋର୍ଟସ୍ ହଷ୍ଟେଲ୍ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.